Advertisment

ହଠାତ୍‌ ୟୁ-ଟର୍ଣ୍ଣ ମାରିଲା ଟ୍ରକ୍‌, ପଶିଗଲା କାର୍‌, ୬ ମୃତ

ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପରିବାରର ୬ ଜଣ ସଦସ୍ୟଙ୍କ ମଧ୍ୟରେ ଦୁଇ ଜଣ ଛୋଟ ପିଲା ମଧ୍ୟ ଅଛନ୍ତି।

author-image
Madhupriya Mistry
Accident

Accident

ଭୟଙ୍କର ସଡକ ଦୁର୍ଘଟଣା। ଜାତୀୟ ରାଜପଥ ଉପରେ ହଠାତ୍‌ ୟୁ-ଟର୍ଣ୍ଣ ନେଲା ଟ୍ରକ୍‌। ଏତିକି ବେଳେ ପଛ ପଟୁ ଆସୁଥିବା ଏକ କାର୍‌ ଟ୍ରକ୍‌ ଭିତରେ ପଶି ଯାଇଥିଲା। ଫଳରେ ଘଟଣାସ୍ଥଳର ଗୋଟିଏ ପରିବାରର ୬ ଜଣଙ୍କ ମୃତ୍ୟୁ ହୋଇଛି। ରାଜସ୍ଥାନର ସୱାଇ ମାଧୋପୁର ଜିଲ୍ଲାରେ ଘଟିଛି ଏଭଳି କିଛି ଦୁର୍ଘଟଣା।

Advertisment

ସୂଚନା ମୁତାବକ, ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସଓ୍ୱେରେ ଏକ ଟ୍ରକ୍‌ ଆଗରେ ଯାଉଥିବା ବେଳେ ତା' ପଛରେ ଏକ କାର୍‌ ଯାଉଥିଲା। ଏତିକି ବେଳେ ଠିକ୍‌ ଟ୍ରକ୍‌ଟି ହଠାତ୍‌ ୟୁ-ଟର୍ଣ୍ଣ ନେଇଥିଲା। ତେବେ ପଛରେ ଯାଉଥିବା କାର୍‌ଟି ନିୟନ୍ତ୍ରଣ ହରାଇ ଉକ୍ତ ଟ୍ରକ୍‌ ଭିତରେ ପଶି ଯାଇଥିଲା। ଏଥିରେ ୬ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ଦୁଇ ଜଣ ଆହତ ମଧ୍ୟ ହୋଇଛନ୍ତି। ସିସିଟିଭିରେ ଦୁର୍ଘଟଣା ବେଳର ପୂରା ଦୃଶ୍ୟ କଏଦ୍‌ ହୋଇଛି।

ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପରିବାରର ୬ ଜଣ ସଦସ୍ୟଙ୍କ ମଧ୍ୟରେ ଦୁଇ ଜଣ ଛୋଟ ପିଲା ମଧ୍ୟ ଅଛନ୍ତି। ମୃତଦେହକୁ ଡାକ୍ତରଖାନା ନିଆଯାଇଥିବା ବେଳେ ବୌଲି ଥାନା ପୁଲିସ ଦୁଇ ଜଣ ଆହତମାନଙ୍କୁ CHCକୁ ପଠାଇଛି। ସେଠାରେ ଉଭୟଙ୍କ ଚିକିତ୍ସା ଜାରି ରହିଛି।

Advertisment

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନ ଲାଲ ଶର୍ମା ଏହି ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାର ପ୍ରତି ସମବେଦନ ଜଣାଇଛନ୍ତି। ସେପଟେ ପୁଲିସ ଉକ୍ତ ଟ୍ରକ୍‌କୁ ଜବତ କରିଛି। ଟ୍ରକ୍‌ ଡ୍ରାଇଭର ଫେରାର ଥିବା ବେଳେ ମାମଲାର ତଦନ୍ତ ଜାରି ରହିଛି।

Road Accident Accident Car Accident