Advertisment

ଗ୍ୟାସ୍‌ ସିଲିଣ୍ଡର ଫାଟି ୬ ମୃତ, ୮ ଗୁରୁତର

ଏକ ଗ୍ୟାସ୍‌ ସିଲିଣ୍ଡର ଫାଟି ପରିବାରର ୬ ସଦସ୍ୟଙ୍କ ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଗୁରୁତର ଅଛନ୍ତି।

author-image
Niharika Rout
ଅଦ୍ୟତନ ହୋଇଛି
Blast Spot

Blast Spot

ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଗତ ରାତିରେ ଏକ ବଡ଼ ଅଘଟଣ ଘଟିଛି। ଏକ ଗ୍ୟାସ୍‌ ସିଲିଣ୍ଡର ଫାଟି ପରିବାରର ୬ ସଦସ୍ୟଙ୍କ ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଗୁରୁତର ଅଛନ୍ତି। ରାଜ୍ୟର ବୁଲନ୍ଦ ସହରର ସିକନ୍ଦରାବାଦ ଥାନା ଆଶାପୁରୀ ସାହିରେ ଏହି ଅଘଟଣ ଘଟିଛି। ଆଶାପୁରୀ ସାହିରେ ରହୁଥିବା ରିୟାଜୁଦ୍ଦିନଙ୍କ ଘରେ ଏହି ଦୁର୍ଘଟଣା ଘଟିଛି।

Advertisment

ରିୟାଜୁଦ୍ଦିନ ଶଟରିଙ୍ଗ କାମ କରୁଥିବା ବେଳେ ତାଙ୍କର ପରିବାର ସଦସ୍ୟ ପ୍ରାୟ ୧୮। ଗତ ରାତିରେ ଅଧିକାଂଶ ପରିବାର ସଦସ୍ୟ ଘରେ ଥିବା ବେଳେ ହଠାତ୍‌ ଗ୍ୟାସ୍‌ ବିସ୍ଫୋରଣ ହୋଇଥିଲା। ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ ହୋଇଥିଲା। । ଏଥିସହ ୯ ପରିବାରର ସଦସ୍ୟଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ମେଡିକାଲ ନିଆଯାଇଥିଲା । ସେଠାରେ ଜଣଙ୍କ ମୃତ୍ୟୁ ହୋଇଛି। ମୃତ ଜଣଙ୍କ ମଧ୍ୟରେ ୩ ପୁରୁଷ ଓ ୩ ମହିଳା ଥିବା ଜଣାଯାଇଛି।

ଖବର ପାଇ ପୁଲିସ୍‌, ଅଗ୍ନିଶମ ବାହିନୀ, NDRF ଟିମ୍‌, ପ୍ରଶାସନିକ ଟିମ୍‌ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିଥିଲେ। ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଯାଇଥିବା ବେଳେ ଘଟଣାସ୍ଥଳକୁ ଛାନଭିନ କରାଯାଉଥିବା ଡିସିପି ସୂଚନା ଦେଇଛନ୍ତି।

Advertisment

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହ ଗୁରୁତରଙ୍କ ପାଇଁ ଉତ୍ତର ସ୍ୱାସ୍ଥ୍ୟାସେବା ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Uttar Pradesh Gas Cylinder Blast