Court
ବହୁ ଚର୍ଚ୍ଚିତ ୧୯୯୨ ମସିହା ଆଜମେର ସେକ୍ସ ସ୍କାଣ୍ଡଲ ଘଟଣାରେ ରାଜସ୍ଥାନର ଗୋଟିଏ ପୋକ୍ସ କୋର୍ଟ ୬ ଜଣଙ୍କୁ ଆଜୀବନ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ପୋକ୍ସ କୋର୍ଟ ଜଜ ରଞ୍ଜନ ସିଂହ ୩୨ ବର୍ଷ ପୁରୁଣା ମାମଲାରେ ରାୟ ପ୍ରକାଶ କରିବା ସହ ଦୋଷୀମାନଙ୍କ ଉପରେ ୫ ଲକ୍ଷ ଟଙ୍କା ଲେଖାଏ ଜୋରିମାନା ଲାଗୁ କରିଛନ୍ତି।
କୋର୍ଟ ନଫୀସ ଚିଷ୍ଟି, ନସୀମ, ସଲିମ, ଇକବାଲ ଭାଟି, ସୋହେଲ ଗନି ଓ ସୟିଦ ଜମୀର ହୁସେନ ଅପରାଧରେ ସାମିଲ ପାଇଁ ଆଜୀବନ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ଅସୁସ୍ଥତା କାରଣୁ ଭାଟି ଦିଲ୍ଲୀରେ ଚିକିତ୍ସିତ ହେଉଥିଲା। ତାକୁ ଆମ୍ବୁଲାନ୍ସ ଯୋଗେ ଆଜି ଆଜମେର ଅଣା ଯାଇଥିଲା। ଏହାପରେ ବିଚାରପତି ରାୟ ଶୁଣାଇଥିବା ସରକାରୀ ଓକିଲ ବୀରେନ୍ଦ୍ର ସିଂହ ସୂଚନା ଦେଇଛନ୍ତି।
୧୯୯୨ ମସିହାରେ ଆଜମେର ସେକ୍ସ ସ୍କାଣ୍ଡଲ ମାମଲା ସାମ୍ନାକୁ ଆସିଥିଲା। ଗୋଟିଏ ଗ୍ୟାଙ୍ଗ ୧୦୦ରୁ ଅଧିକ ଝିଅଙ୍କୁ ଫସାଇ ସେମାନଙ୍କୁ ଯୌନ ନିର୍ଯାତନା ଦେଇଥିଲା। ଗ୍ୟାଙ୍ଗର ସଦସ୍ୟମାନେ ଝିଅମାନଙ୍କ ସହ ବନ୍ଧୁତା କରୁଥିଲେ। ଏହାପରେ ସେମାନଙ୍କ ଆପତ୍ତିଜନକ ଫଟୋ ବ୍ୟବହାର କରି ସେମାନଙ୍କୁ ଦୁଷ୍କର୍ମ କରୁଥିଲେ।
ଏହି ଅପରାଧରେ ମୋଟ ୧୮ ଜଣ ଅଭିଯୁକ୍ତ ଥିଲେ। କିନ୍ତୁ ୬ ଜଣ ଅଭିଯୁକ୍ତଙ୍କ ବିଚାର ସ୍ୱତନ୍ତ୍ର ଭାବେ କରାଯାଇଥିଲା। ଅନ୍ୟ ଅଭିଯୁକ୍ତମାନେ ସେମାନଙ୍କ ସଜା କାଟି ସାରିଛନ୍ତି କିମ୍ବା କୋର୍ଟ ଦ୍ୱାରା ଦୋଷମୁକ୍ତ ହୋଇଛନ୍ତି।
ଗ୍ୟାଙ୍ଗର ଜାଲରେ ଫସିଥିବା ପୀଡ଼ିତା ମାନଙ୍କ ବୟସ ୧୧ରୁ ୨୦ ବର୍ଷ ବୟସ ମଧ୍ୟରେ ରହିଥିଲା। ସେମାନେ ସମସ୍ତେ ଆଜମେର ଗୋଟିଏ ପ୍ରସିଦ୍ଧ ଘରୋଇ ସ୍କୁଲରେ ପଢ଼ୁଥିଲେ। ସେମାନଙ୍କୁ ଗୋଟିଏ ଫାର୍ମ ହାଉସକୁ ଡକା ଯାଉଥିଲା ଓ ଏହାପରେ ସେଠାରେ ଦୁଷ୍କର୍ମ କରାଯାଉଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Court_1724158978.jpg)