Advertisment

ଭୁଶୁଡ଼ିଲା ୬ ମହଲା କୋଠା; ୧୫ ଆହତ, ଫସିଛନ୍ତି ଏକାଧିକ

ଲଗାଣ ବର୍ଷା କାରଣରୁ ଭୁଶୁଡ଼ି ପଡ଼ିଛି ଛଅ ମହଲା କୋଠାଟି।

author-image
Debibandita Barick
Building Collapse

Building Collapse

ଗୁଜଟାରେ ଏକ ଛଅ ମହଲା କୋଠା ଭୁଶୁଡ଼ି ପଡ଼ିଛି। ପ୍ରାଥମିକ ରିପୋର୍ଟ ଅନୁସାରେ, ଏଥିରେ ୧୫ ଜଣ ଆହତ ହୋଇଥିବା ବେଳେ ଏକାଧିକ ଲୋକ ଭଗ୍ନାବଶେଷ ତଳେ ଫସି ରହିଛନ୍ତି। 

Advertisment

ସୂଚନା ଅନୁସାରେ, ସଚିନ ପାଲି ଗ୍ରାମରେ ଏହି ଅଘଟଣ ଘଟିଛି। ଖବର ପାଇ ପୁଲିସ ଓ ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି। ୧୫ ଜଣ ଆହତଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଏବେ ବି ଅନେକ ଲୋକ କୋଠାର ଭଗ୍ନାବଶେଷ ତଳେ ଫସି ରହିଥିବା କୁହାଯାଉଛି। ଉଦ୍ଧାରକାରୀ ଟିମ୍ ସେମାନଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରୁଛନ୍ତି। 

Advertisment

ଜଣେ ଅଧିକାରୀଙ୍କ କହିବା ଅନୁସାରେ, ଦୀର୍ଘଦିନ ହେବ କୋଠାଟି ଜରାଜୀର୍ଣ୍ଣ ହୋଇ ପଡ଼ିଥିଲା। ଲଗାଣ ବର୍ଷା କାରଣରୁ କୋଠାଟି ଭୁଶୁଡ଼ିଛି। ଘର ମଧ୍ୟରେ କେତେ ଜଣ ଲୋକ ରହୁଥିଲେ ତାହା ସ୍ପଷ୍ଟ ହୋଇନାହିଁ। ସମସ୍ତଙ୍କୁ ପ୍ରଥମେ ଉଦ୍ଧାର କରିବାକୁ ଚେଷ୍ଟା କରାଯାଉଛି।

Building Collapse Gujrat Building Collapse News