Advertisment

କ୍ଲାସ ଚାଲିଥିବା ବେଳେ ଭୁଶୁଡ଼ିଲା ସ୍କୁଲ ଛାତ: ୬ ଶିକ୍ଷାର୍ଥୀ ମୃତ, ଅନେକ ଆହତ

ପିପ୍ଲୋଦି ପ୍ରାଥମିକ ବିଦ୍ୟାଳୟର ସ୍କୁଲ ଛାତ ଭୁଶୁଡ଼ି ପଡ଼ିବା ଖବର ମିଳିବା କ୍ଷଣି ପୁଲିସ, ସ୍ଥାନୀୟ ବାସିନ୍ଦା ଓ ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରି ଧ୍ୱଂସାବଶେଷ ତଳେ ଫସି ରହିଥିବା ଶିକ୍ଷାର୍ଥୀ ଓ ଶିକ୍ଷକମାନଙ୍କୁ ଉଦ୍ଧାର କରିଥିଲେ।

School

School

Advertisment

ରାଜସ୍ଥାନର ଝାଲାୱାରରେ ଘଟିଛି ଅଭାବନୀୟ ଘଟଣା। ସ୍କୁଲ ବିଲଡିଂରେ କ୍ଲାସ ଚାଲିଥିବା ବେଳେ ଭୁଶୁଡ଼ି ପଡ଼ିଛି ଛାତ। ଏଥିରେ ୬ ଜଣ ଶିକ୍ଷାର୍ଥୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ରୁ ଅଧିକ ଆହତ ହୋଇଛନ୍ତି। ସେହିପରି ଧ୍ୱଂସାବଶେଷ ତଳେ ଆଉ କିଛି ପିଲା ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି। ଆଜି ସାଳ ପ୍ରାୟ ୮.୩୦ରେ ପିଲାମାନେ କ୍ଲାସ୍‌ରେ ପାଠ ପଢ଼ୁଥିବା ବେଳେ ଏପରି ଘଟଣା ଘଟିଛି।

Advertisment

ପିପ୍ଲୋଦି ପ୍ରାଥମିକ ବିଦ୍ୟାଳୟର ସ୍କୁଲ ଛାତ ଭୁଶୁଡ଼ି ପଡ଼ିବା ଖବର ମିଳିବା କ୍ଷଣି ପୁଲିସ, ସ୍ଥାନୀୟ ବାସିନ୍ଦା ଓ ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରି ଧ୍ୱଂସାବଶେଷ ତଳେ ଫସି ରହିଥିବା ଶିକ୍ଷାର୍ଥୀ ଓ ଶିକ୍ଷକମାନଙ୍କୁ ଉଦ୍ଧାର କରିଥିଲେ। ୨୦ ବର୍ଷ ପୁରୁଣା ଏହି ସ୍କୁଲ ବିଲଡିଂର ଛାତ ପଥର ସ୍ଲାବରେ ନିର୍ମାଣ କରାଯାଇଥିଲା। ତେଣୁ ଭୁଶୁଡ଼ିବାର ପ୍ରଭାବ ଅତ୍ୟନ୍ତ ଭୟଙ୍କର ରହିଥିଲା ବୋଲି ଜଣାପଡ଼ିଛି।

ଝାଲାୱର ଏସ୍‌ପି ଅମିତ କୁମାର କହିଛନ୍ତି, “ଛାତ ଭୁଶୁଡ଼ିବା ଘଟଣାରେ ପ୍ରଥମେ ୪ ଜଣ ପରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୨ ଜଣ ପିଲା ପ୍ରାଣ ହରାଇଛନ୍ତି। ଏବେ ଆହତ ହୋଇଥିବା ୧୭ ଜଣଙ୍କ ଚିକିତ୍ସା ଚାଲିଛି। ଝାଲାୱର ହସ୍ପିଟାଲରେ ଚିକିତ୍ସିତ ହେଉଥିବା ୧୦ ଜଣ ପିଲାଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ମୃତାହତମାନେ ୭ମ ଶ୍ରେଣୀର ଶିକ୍ଷାର୍ଥୀ। ସେମାନଙ୍କ ବୟସ ୧୨ରୁ ୧୪ ବର୍ଷ ମଧ୍ୟରେ ହେବ।”

Advertisment

ଝାଲାୱାର ଓ ଏହାର ଆଖପାଖ ଅଞ୍ଚଳରେ ଗତ କିଛି ଦିନ ଧରି ପ୍ରବଳ ବର୍ଷା ଜାରି ରହିଛି। ବର୍ଷା ଯୋଗୁ ୨୦ ବର୍ଷ ପୁରୁଣା ସ୍କୁଲ ବିଲଡିଂର ଛାତ ଦୁର୍ବଳ ହୋଇ ଭୁଶୁଡ଼ି ପଡ଼ିଥିବା କୁହାଯାଉଛି। ଅଘଟଣ ବେଳେ ସ୍କୁଲରେ ପ୍ରାୟ ଚାଳିଶ ଜଣ ପିଲା ଓ ଅନେକ ଶିକ୍ଷକ ଥିଲେ।

ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକାଶ କରିବା ସହ ମୃତାହତଙ୍କୁ ସମସ୍ତ ପ୍ରକାରର ଆବଶ୍ୟକ ସହାୟତା ଯୋଗାଇ ଦେବାକୁ କହିଛନ୍ତି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ମଧ୍ୟ ଘଟଣାରେ ଶୋକ ପ୍ରକାଶ କରିଛନ୍ତି।

Rajasthan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe