Advertisment

ଭୟଙ୍କର ହିମସ୍ଖଳନ, ଗଲାଣି ୬ ପର୍ଯ୍ୟଟକଙ୍କ ଜୀବନ

ଆଜି ଦିନ ପ୍ରାୟ ୧୨.୨୦ରେ ହଠାତ୍‌ ବରଫ ଅତଡ଼ା ଧସିବା ଆରମ୍ଭ କରିଥିଲା। ଯେଉଁ ଅଞ୍ଚଳରେ ହିମସ୍ଖଳନ ହୋଇଥିଲା ସେଠାରେ ପ୍ରାୟ ୧୫୦ ପର୍ଯ୍ୟଟକ ରହିଥିଲେ।

Avalanche In Sikkim

Avalanche In Sikkim

Advertisment

ସିକ୍କିମର ନାଥୁଲା ମାଉଣ୍ଟେନ ପାସ୍‌ରେ ଆଜି ଭୟଙ୍କର ହିମସ୍ଖଳନ ହୋଇଛି। ବରଫ ଅତଡ଼ା ତଳେ ଫସି ବର୍ତ୍ତମାନ ସୁଦ୍ଧା ୬ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିବା ବେଳେ ୨୨ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ମୃତକଙ୍କ ମଧ୍ୟରେ ଜଣେ ଛୋଟ ପିଲା ରହିଛି। 

Advertisment

ଏବେ ବି ଅନେକ ପର୍ଯ୍ୟଟକ ବରଫ ଅତଡ଼ା ତଳେ ଫସି ରହିଥିବାରୁ ସେମାନଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଜାରି ରହିଛି। ସୁରକ୍ଷିତ ରହିଥିବା ପର୍ଯ୍ୟଟକ, ସ୍ଥାନୀୟ ପ୍ରଶାସନ ଓ ସେନା ପକ୍ଷରୁ ଲୋକଙ୍କୁ ବରଫ ଅତଡ଼ା ତଳୁ ବାହାର କରିବା ପାଇଁ ପ୍ରୟାସ କରାଯାଉଛି।

ମିଳିଥିବା ସୂଚନା ଅନୁଯାୟୀ, ଆଜି ଦିନ ପ୍ରାୟ ୧୨.୨୦ରେ ହଠାତ୍‌ ବରଫ ଅତଡ଼ା ଧସିବା ଆରମ୍ଭ କରିଥିଲା। ଯେଉଁ ଅଞ୍ଚଳରେ ହିମସ୍ଖଳନ ହୋଇଥିଲା ସେଠାରେ ପ୍ରାୟ ୧୫୦ ପର୍ଯ୍ୟଟକ ରହିଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶ ପର୍ଯ୍ୟଟକ ବରଫ ତଳେ ଫସି ରହିଥିବା କୁହାଯାଉଛି। ୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଅନ୍ୟମାନଙ୍କୁ ସୁରକ୍ଷିତ ଭାବେ ବରଫ ତଳୁ ବାହାର କରିବା ପାଇଁ ପ୍ରୟାସ କରାଯାଉଛି।

Advertisment

ସିକ୍କିମ ପୁଲିସ୍‌, ସିକ୍କିମର ଟ୍ରାଭେଲ ଏଜେଣ୍ଟସ ଆସୋସିଏସନ, ପର୍ଯ୍ୟଟନ ବିଭାଗ ଅଧିକାରୀ, ସେନା କର୍ମଚାରୀ ଓ ଗାଡ଼ି ଡ୍ରାଇଭରମାନେ ଉଦ୍ଧାର କାର୍ଯ୍ୟରେ ଲାଗି ପଡ଼ିଛନ୍ତି। ସୁରକ୍ଷିତ ଭାବେ ଉଦ୍ଧାର ହୋଇଥିବା ଲୋକଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। 

Avalanche Sikkim
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe