Advertisment

ପତ୍ନୀଙ୍କୁ ଛୁରି ଭୁସିବା ପରେ ନିଜେ ଝୁଲି ପଡ଼ିଲେ

ଛୁରୀ ମାଡ଼ରେ ବୃଦ୍ଧଙ୍କ ପତ୍ନୀ ଗୁରୁତର ଆହତ ହୋଇଛନ୍ତି। ତେବେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି।

MUMBAI

MUMBAI

Advertisment

ବାଇପୋଲାର ଡିଜଅର୍ଡର ବା ଏକ ପ୍ରକାରର ମାନସିକ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ଜଣେ ୬୪ ବର୍ଷୀୟ ବୃଦ୍ଧ ଭୟଙ୍କର କାଣ୍ଡ ଘଟାଇଛନ୍ତି। ଏମଟିଏନଏଲରୁ ଅବସର ନେଇଥିବା ଏହି ବୃଦ୍ଧ ଜଣଙ୍କ ନିଜ ପତ୍ନୀଙ୍କୁ ଛୁରୀ ଭୁସିବା ପରେ ନିଜେ ବେକରେ ରଶି ଲାଗଇ ଝୁଲି ପଡ଼ିଛନ୍ତି। ମୁମ୍ବାଇ ସ୍ଥିତ ମୁଲୁନ୍ଦ ଫ୍ଲାଟରେ ଏପରି ଘଟଣା ଘଟିଥିବା ବେଳେ ଏହାକୁ ନେଇ ପୂରା ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି।

Advertisment

ଛୁରୀ ମାଡ଼ରେ ବୃଦ୍ଧଙ୍କ ପତ୍ନୀ ଗୁରୁତର ଆହତ ହୋଇଛନ୍ତି। ତେବେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ପାଲାନି ଯାଦବ। ତାଙ୍କ ପତ୍ନୀ କବିତା ହସ୍ପିଟାଲରେ ଏବେ ଜୀବନମରଣ ସହ ସଂଘର୍ଷ କରୁଛନ୍ତି।

ନବଘର ପୁଲିସ୍‌ ପକ୍ଷରୁ ମୃତ ପଲାନି ଯାଦବଙ୍କ ନାଁରେ ହତ୍ୟା ଉଦ୍ୟମ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ଶୁକ୍ରବାର ଦମ୍ପତିଙ୍କ ଝିଅ ଆଇନ ବିଷୟରେ ପରୀକ୍ଷା ଦେବାକୁ ଯାଇଥିଲେ। ଘରେ ପାଲାନି ଯାଦବ ଓ କବିତା ରହିଥିଲେ। ତେବେ ପାଲାନି ମାନସିକ ରୋଗରେ ଆକ୍ରାନ୍ତ ଥିବାରୁ ସେ ରୋଷେଇ ଘରେ ଥିବା ଛୁରୀ ଆଣି କବିତାଙ୍କୁ ଭୁସି ଦେଇଥିଲେ।

Advertisment

ଏହାପରେ ନିଜେ ବେକରେ ରଶି ଲଗାଇ ଫ୍ୟାନ ଦ୍ୱାରା ଝୁଲି ପଡ଼ିଥିଲେ। ଝିଅ ଧାନିଆ ସନ୍ଧ୍ୟା ୬ଟାରେ ଘରକୁ ଫେରିଲା ବେଳକୁ କବାଟ ଭିତରୁ ଲକ ରହିଥିଲା। ସେ ବାରମ୍ବାର କବାଟ ବାଡ଼େଇଥିଲେ ମଧ୍ୟ କେହି କିଛି ଉତ୍ତର ଦେଇ ନଥିଲେ। ଶେଷରେ ସେ ଆଉ କିଛି ଲୋକଙ୍କ ସହାୟତାରେ କବାଟ ଭାଙ୍ଗି ଘର ଭିତରକୁ ଯାଇଥିଲେ।

ଏହି ସମୟରେ ମା’ କିବତା ରକ୍ତାକ୍ତ ଅବସ୍ଥାରେ ତଳେ ପଡ଼ି ରହିଥିବା ବେଳେ ବାପା ପାଲାନି ଫ୍ୟାନରେ ଝୁଲି ରହିଥିବା ଦେଖିବାକୁ ପାଇଥିଲେ। ସେ ତୁରନ୍ତ ପୁଲିସ୍‌କୁ ଖବର ଦେବା ସହ ଉଭୟଙ୍କୁ ହସ୍ପିଟାଲ ନେଇଥିଲେ। ତେବେ ସେଠାରେ ଡାକ୍ତର ପାଲାନିଙ୍କୁ ମୃତ ଘୋଷଣା କରିଥିଲେ। ଏବେ କବିତା ହସ୍ପିଟାଲର ଆଇସିୟୁରେ ଅଛନ୍ତି। ତାଙ୍କ ଚେତା ଫେରିନାହିଁ। ସେ ସୁସ୍ଥ ହେବା ପରେ ପୁଲିସ୍‌ ତାଙ୍କ ବୟାନକୁ ରେକର୍ଡ କରିବ ବୋଲି କହିଛି।

Stabbed To Death Sucide
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe