Advertisment

ବିହାର ଏସ୍‌ଆଇଆର୍‌: ବାଦ ପଡ଼ିଛନ୍ତି ୬୫ ଲକ୍ଷ, ସାମିଲ ହେବାକୁ ଆବେଦନ କଲେ ୩୩ ହଜାର!

ବିହାର ଭୋଟର ତାଲିକାରୁ ୬୫ ଲକ୍ଷ ଲୋକ ବାଦ ପଡ଼ିଥିବା ବେଳେ କେବଳ ୩୩ ହଜାର ଲୋକ ନିଜର ନାଁ ସାମିଲ କରିବାକୁ ଆବେଦନ କରିଛନ୍ତି। ସେହିପରି ଡ୍ରାଫ୍ଟ ତାଲିକାରେ ଭୁଲବଶତଃ ସ୍ଥାନ ପାଇଥିବା ପ୍ରାୟ ୨ ଲକ୍ଷ ନାଁକୁ ହଟାଇବା ପାଇଁ ଆବେଦନ କରାଯାଇଥିବା ଇସିଆଇ ବୁଲେଟିନରେ କହିଛନ୍ତି।

SIR

SIR

Advertisment

ବିହାରରେ ଚାଲିଥିବା ସ୍ପେଶାଲ ଇଣ୍ଟେନସିଭ ରିଭିଜନ(ଏସଆଇଆର) ସଂଖ୍ୟା ଦ୍ୱନ୍ଦ୍ୱ ସୃଷ୍ଟି କରିଛି। ଏସଆଇଆର ବା ଭୋଟର ତାଲିକା ସଂଶୋଧନ ଡ୍ରାଫ୍ଟ ତାଲିକାରୁ ୬୫ ଲକ୍ଷ ଲୋକଙ୍କ ନାଁକୁ ବାଦ ଦିଆଯାଇଥିଲା। ସେମାନଙ୍କ ମଧ୍ୟରୁ ପ୍ରାୟ ୨୩ ଲକ୍ଷ ପ୍ରାଣ ହରାଇଥିବା ନିର୍ବାଚନ କମିଶନ କହିଥିଲେ। ଏହାପରେ ଭୋଟର ତାଲିକାରେ ସାମିଲ ହେବାକୁ, ନାଁ ହଟାଇବାକୁ କିମ୍ବା ସଂଶୋଧନ କରିବା ପାଇଁ ନିର୍ବାଚନ କମିଶନ ଗୋଟିଏ ମାସର ସମୟ ଦେଇଥିଲେ।

Advertisment

ଆଜି ଏହି ଡେଡ ଲାଇନ ଶେଷ ହୋଇଛି। ଯଦିଓ ଡେଡ ଲାଇନ ପରେ ମଧ୍ୟ ଆବେଦନ କରାଯାଇ ପାରିବ ଓ ଚୂଡ଼ାନ୍ତ ଭୋଟର ତାଲିକା ଅକ୍ଟୋବର ୧ରେ ପ୍ରକାଶ ପାଇବ, କିନ୍ତୁ ନିର୍ବାଚନ କମିଶନ ଆଜି ନିଜର ବୁଲେଟିନରେ ସାଂଘାତିକ ତଥ୍ୟ ଦେଇଛନ୍ତି।

ବିହାର ଭୋଟର ତାଲିକାରୁ ୬୫ ଲକ୍ଷ ଲୋକ ବାଦ ପଡ଼ିଥିବା ବେଳେ କେବଳ ୩୩ ହଜାର ଲୋକ ନିଜର ନାଁ ସାମିଲ କରିବାକୁ ଆବେଦନ କରିଛନ୍ତି। ସେହିପରି ଡ୍ରାଫ୍ଟ ତାଲିକାରେ ଭୁଲବଶତଃ ସ୍ଥାନ ପାଇଥିବା ପ୍ରାୟ ୨ ଲକ୍ଷ ନାଁକୁ ହଟାଇବା ପାଇଁ ଆବେଦନ କରାଯାଇଥିବା ଇସିଆଇ ବୁଲେଟିନରେ କହିଛନ୍ତି। 

Advertisment

ବିହାର ଭୋଟର ତାଲିକାରୁ ଇସିଆଇ ପ୍ରାୟ ୬୫ ଲକ୍ଷ ନାଁକୁ ବାଦ ଦେଇଥିଲେ। ପ୍ରବାସୀ, ମୃତ, ଡୁପ୍ଲିକେଟ ଓ ପଞ୍ଜିକୃତ ଠିକଣାରେ ଭୋଟର ନଥିବା ଆଦି କାରଣରୁ ଏତେ ସଂଖ୍ୟକ ନାଁକୁ ଭୋଟର ତାଲିକାରୁ ବାଦ ଦିଆଯାଇଛି। ଏହାକୁ ନେଇ ଆଇଗତ ଯୁଦ୍ଧ ମଧ୍ୟ ଚାଲିଛି।

ଡ୍ରାଫ୍ଟ ତାଲିକାରୁ ଏତେ ସଂଖ୍ୟକ ଲୋକ ବାଦ ପଡ଼ିବାରୁ ରାଜନୀତିକ ଦଳଗୁଡ଼ିକ ସେମାନଙ୍କ ବୁଥ ସ୍ତରୀୟ ଏଜେଣ୍ଟମାନଙ୍କୁ ନିଯୁକ୍ତ କରିଥିଲେ। ସେମାନେ ନାଁକୁ ସାମିଲ ପାଇଁ ୨୫ଟି ଆବେଦନ କରିଥିବା ଡ୍ରାଫ୍ଟ ତାଲିକାରୁ ନାଁ ହଟାଇବାକୁ ୧୦୩ ଆବେଦନ କରିଛନ୍ତି। ଅଗଷ୍ଟ ୧ରେ ଡ୍ରାଫ୍ଟ ତାଲିକା ଜାରି କରାଯାଇଥିଲା। ଏହାପରେ ସେପ୍ଟେମ୍ବର ୧ ଯାଏ ଦାବି ଓ ଆପତ୍ତି ପାଇଁ ସମୟସୀମା ଧାର୍ଯ୍ୟ କରାଯାଇଥିଲା।

ଏହି ସମୟସୀମା ମଧ୍ୟରେ ମାତ୍ର ୩୩ ହଜାର ଲୋକ ଭୋଟର ତାଲିକାରେ ନିଜ ନାଁକୁ ସାମିଲ କରିବା ପାଇଁ ଆବେଦନ କରିଥିବା ନିର୍ବାଚନ କମିଶନ ସୂଚନା ଦେଇଛନ୍ତି। କିନ୍ତୁ ଅଗଷ୍ଟ ୩୧ରେ କଂଗ୍ରେସ ଦାବି କରିଥିଲା ଯେ ଦଳ ପକ୍ଷରୁ ୮୯ ଲକ୍ଷ ଅଭିଯୋଗ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରାଯାଇଛି। ଏନେଇ ଦଳ ପକ୍ଷରୁ ଷ୍ଟାମ୍ପ ମରାଯାଇଥିବା ଗ୍ରହଣପତ୍ର ମଧ୍ୟ ଦେଖାଯାଇଥିଲା।

କିନ୍ତୁ ଏସ୍‌ଆଇଆର ବିରୋଧରେ କୌଣସି ଅଭିଯୋଗ ମିଳି ନଥିବା ଇସିଆଇ କହିଛନ୍ତି। ନିର୍ବାଚନ କମିଶନଙ୍କ କହିବା କଥା ଯେ ଭୋଟର ତାଲିକାକୁ ନେଇ ରହିଥିବା ଆପତ୍ତି ସମ୍ପର୍କରେ ଅଭିଯୋଗ କରିବା ପାଇଁ ନିୟମ ରହିଛି। ଏଥିପାଇଁ ଧାର୍ଯ୍ୟ ଫର୍ମକୁ କଂଗ୍ରେସ ଠିକ ଭାବେ ପୂରଣ କରି ନଥିବା ଇସି ସଫେଇ ଦେଇଛନ୍ତି। 

ଏହାପରେ ମାତ୍ର ୩୩ ହଜାର ଲୋକ ନିଜ ନାଁ ଭୋଟର ତାଲିକାରେ ସାମିଲ କରିବାକୁ ଆବେଦନ କରିବା ନେଇ ଇସି ସୂଚନା ଦେବା ସମସ୍ତଙ୍କୁ ଚକିତ କରିଛି। ଇସି କହିଛନ୍ତି ଯେ ବିହାରର ୭.୨୪ କୋଟିର ଭୋଟରଙ୍କ ମଧ୍ୟରୁ ୯୯.୧୧କ୍ଷ ଲୋକ ଏସଆଇଆର ପ୍ରକ୍ରିୟା ସମୟରେ ସେମାନଙ୍କ ଦସ୍ତାବିଜକୁ ଯାଞ୍ଚ ପାଇ ଦେଇଛନ୍ତି।

ଏସଆଇଆର ବେଳେ ପ୍ରମାଣପତ୍ର ଭାବେ ଇସି ଆଧାର କାର୍ଡକୁ ବିଚାରକୁ ନେଉ ନଥିଲେ। କିନ୍ତୁ ସୁପ୍ରିମକୋର୍ଟ ଆଧାର କାର୍ଡକୁ ପରିଚୟପତ୍ର ଭାବେ ବିଚାର କରିବାକୁ ଇସିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ଭୋଟର ତାଲିକାରୁ ବାଦ ପଡ଼ିଥିବା ଲୋକଙ୍କୁ ଆଧାର କାର୍ଡ ଜରିଆରେ ନିଜର ଆବେଦନ ଦାଖଲ କରିବାର ଅନୁମତି ଦେଇଥିଲେ।

Election Commission bihar-sir Supreme Court
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe