Advertisment

କୁକୁରକୁ ‘କୁକୁର’ ଡାକିବାରୁ ବୃଦ୍ଧଙ୍କୁ ମାରିଦେଲେ ଦୁଇ କୁକୁର

ଅନେକ ସମୟରେ ଦୁଇଟି କୁକୁର ତାଙ୍କୁ କାମୁଡ଼ିବା ପାଇଁ ଉଦ୍ୟତ ହୁଅନ୍ତି। ଏଥିପାଇଁ କୁକୁର ଦୁଇଟିକୁ ସମ୍ଭାଳି ରଖିବା ପାଇଁ ରାୟପ୍ପାନ କୁକୁର ମାଲିକଙ୍କୁ ଜଣାଇଛନ୍ତି।

author-image
Tapas Behera
ଅଦ୍ୟତନ ହୋଇଛି
dog

dog

ଅଦ୍ଭୁତ, ଅଜବ ଆଉ ଅଭାବନୀୟ। ଘଟଣାଟି ଯେତିକି ଆଶ୍ଚର୍ଯ୍ୟଜନକ ସେତିକି ସମ୍ବେଦନଶୀଳ ମଧ୍ୟ। ପଡ଼ୋଶୀ କୁକୁରକୁ ‘କୁକୁର’ ବା ଡଗ୍‌ ଡାକିବାରୁ ଭୟଙ୍କର ପରିଣତି ଦେଖିବାକୁ ମିଳିଛି। କୁକୁର ଡାକିଥିବା ଜଣେ ୬୫ ବର୍ଷୀୟ ବୃଦ୍ଧଙ୍କୁ ଦୁଇ କୁକୁର ଝୁଣି କାମୁଡ଼ି ମାରି ଦେଇଛନ୍ତି। ଏମିତି ଏକ ସ୍ପର୍ଷକାତର ଘଟଣା ତାମିଲନାଡ଼ୁର ଡିଡିଗୁଲ ଜିଲ୍ଲାର ଥାଡ଼ିକମ୍ବୁ ଟାଉନ୍‌ରେ ଦେଖିବାକୁ ମଳିଛି। ମୃତ ବ୍ୟକ୍ତି ଜଣକ ହେଉଛନ୍ତି ରାୟପ୍ପାନ। ତାଙ୍କ ପଡ଼ୋଶୀ ରଖିଥିବା ଦୁଇ କୁକୁରଙ୍କୁ ନେଇ ରାୟପ୍ପାନଙ୍କ ସହ ବିବାଦ ଉପୁଜିଥିଲା।

Advertisment

ଏହି ଦୁଇଟି କୁକୁର ଅତ୍ୟନ୍ତ ହିଂସ୍ର ହୋଇଥିବାରୁ ରାୟପ୍ପାନ ନିଜ ଘରକୁ ଯିବାକୁ ଭୟ କରନ୍ତି। ଅନେକ ସମୟରେ ଦୁଇଟି କୁକୁର ତାଙ୍କୁ କାମୁଡ଼ିବା ପାଇଁ ଉଦ୍ୟତ ହୁଅନ୍ତି। ଏଥିପାଇଁ କୁକୁର ଦୁଇଟିକୁ ସମ୍ଭାଳି ରଖିବା ପାଇଁ ରାୟପ୍ପାନ କୁକୁର ମାଲିକଙ୍କୁ ଜଣାଇଛନ୍ତି। ହେଲେ ମାଲିକ ତାଙ୍କ କଥା ପ୍ରତି କର୍ଣ୍ଣପାତ କରନ୍ତି ନାହିଁ। ଏହାକୁ ନେଇ କୁକୁର ମାଲିକ ଓ ରାୟପ୍ପାନଙ୍କ ମଧ୍ୟରେ ବହୁ ସମୟରେ କଳି ଝଗଡ଼ା ମଧ୍ୟ ହୁଏ। ଏସବୁ ସେଇ ପୋଷା କୁକୁର ନଜରରେ ପଡ଼େ। ବିଦେଶୀ ପ୍ରଜାତିର ଏହି କୁକୁର ଦୁଇଟିର ନାମ ହେଉଛି ଡାନିଏଲ ଏବଂ ଭିନସେଟ୍‌। ଏହି ଦୁଇଟି କୁକୁର ଆଖପାଖ ଦେଇ ଯାଉଥିବା ପଥଚାରୀଙ୍କୁ ଆକ୍ରମଣ ପାଇଁ ମଧ୍ୟ ଗୋଡ଼ାନ୍ତି। ତେବେ ଯୁକ୍ତିତର୍କ ବେଳେ ଦୁଇ କୁକୁରଙ୍କୁ କୁକୁର ନଡାକିବାକୁ ରାୟପ୍ପାନଙ୍କୁ ମାଲିକ ବାରଣ କରିଥିଲେ।

ଜବାବରେ କୁକୁର ଦୁଇଟି ସ୍ୱଭାବରେ ଅଧିକ ହିଂସ୍ର ହୋଇଥିବାରୁ ସେମାନଙ୍କୁ ଘରୁ ବାହାର କରିବା ନେଇ ଆପତ୍ତି ଜଣାଇଥିଲେ ରାୟପ୍ପାନ। ତେବେ ଗୁରୁବାର ଏହି କଳହ ତୀବ୍ର ରୂପ ନେଇଥିଲା। କୁକର ଦୁଇଟିର ବାରମ୍ବାର ସମାନ ଆଚରଣ ଦେଖି ରାୟପ୍ପାନ ବିରକ୍ତ ହୋଇ କୁକୁର ଦୁଇଟିକୁ ଏକ ବାଡ଼ିରେ ବାଡ଼େଇଥିଲେ। ତେବେ ସଙ୍ଗେ ସଙ୍ଗେ କୁକୁର ଦୁଇଟି ବୃଦ୍ଧଙ୍କ ଉପରକୁ ଝାମ୍ପ ମାରି ତାଙ୍କୁ ତଳେ ପକାଇ କାମୁଡ଼ା କାମୁଡ଼ି କରି ଝୁଣି ପକାଇଥିଲେ। ପରେ ରାୟପ୍ପାନଙ୍କ ମୃତ୍ୟୁ ଘଟିଥିଲା। ଘଟଣା ପରେ କୁକୁର ମାଲିକ ଫେରାର ହୋଇଯାଇଛନ୍ତି। ଖବର ପାଇ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

Advertisment
Dog Attack