widower
ପୁଣି ଗୋଟିଏ ସେକ୍ସୋରସନ ମାମଲା ସାମ୍ନାକୁ ଆସିଛି। ପତ୍ନୀଙ୍କୁ ହରାଇଥିବା ଜଣେ ୬୫ ବର୍ଷୀୟ ବୃଦ୍ଧ ପୁଣି ବାହା ହେବାକୁ ଇଚ୍ଛା କରି ୬୦ ଲକ୍ଷ ଟଙ୍କା ହରାଇଛନ୍ତି। ସେ ଗୋଟିଏ ମାଟ୍ରିମୋନିଆଲ ୱେବସାଇଟ୍ରେ ଦ୍ୱିତୀୟ ବିବାହ ପାଇଁ ପଞ୍ଜୀକରଣ କରିଥିଲେ। ଏହାର ଫାଇଦା ଉଠାଇ ଜଣେ ମହିଳା ତାଙ୍କ ଠାରୁ ୬୦ ଲକ୍ଷ ଟଙ୍କା ଲୁଟ କରି ନେଇଛନ୍ତି।
ମହିଳା ଜଣଙ୍କ ପ୍ରଥମେ ବୃଦ୍ଧଙ୍କୁ ଭିଡିଓ କଲ୍ରେ ମିଠାମିଠା କଥା କହିଥିଲେ। ଏହାପରେ ତାଙ୍କୁ ଭିଡିଓ କଲ୍ରେ ଅଶ୍ଳୀଳ କାମ କରିବାକୁ କହିଥିଲେ ଓ ଏହାକୁ ଗୁପ୍ତ ଭାବେ ରେକର୍ଡିଂ କରି ନେଇଥିଲେ। ଏହି ଭିଡିଓ ବଳରେ ସେ ବୃଦ୍ଧଙ୍କୁ ଧମକ ଦେବା ସହ ଟଙ୍କା ଲୁଟ କରିଥିଲେ ବୋଲି ପୀଡ଼ିତ ଜଣଙ୍କ ମୁମ୍ବାଇ ସାଇବର ପୁଲିସ୍ ସେଲ ନିକଟରେ ଅଭିଯୋଗ କରିଛନ୍ତି।
ଜଣେ ପୁଲିସ୍ ଅଧିକାରୀ କହିଛନ୍ତି ଯେ ବୃଦ୍ଧ ଜଣଙ୍କ ବୟସର ଅପରାହ୍ନରେ ସାଥୀଟିଏ ଖୋଜୁଥିଲେ ଓ ଏଥିପାଇଁ ସେ ପୁନଃ ବିବାହ କରିବାକୁ ଚାହୁଁଥିଲା। ଏହିକ୍ରମରେ ସେ ମାଟ୍ରିମୋନିଆଲ ସାଇଟ୍ରେ ପଞ୍ଜୀକରଣ କରିବା ପରେ ଜଣେ ମହିଳାଙ୍କ ଯୋଗାଯୋଗରେ ଆସିଥିଲେ। କିଛି ଦିନର ଚ୍ୟାଟିଂ ପରେ ଉଭୟ ପରସ୍ପରକୁ ନମ୍ବର ଦେଇଥିଲେ।
ଅନେକ ସମୟରେ ଉଭୟ ଭିଡିଓ କଲରେ ମଧ୍ୟ କଥା ହେଉଥିଲେ। ଏମିତି ଗୋଟିଏ ଭିଡିଓ କଲରେ ମହିଳା ଜଣଙ୍କ ବିନା କପଡ଼ାରେ କଥା ହେବା ସହ ଅଶ୍ଳୀଳ କାମ କରିଥିଲେ। ସେ ସମାନ କାମ ବୃଦ୍ଧଙ୍କୁ ମଧ୍ୟ କରିବାକୁ କହିଥିଲେ। ବୃଦ୍ଧ ଜଣଙ୍କ ମହିଳାଙ୍କ କଥାରେ ନିଜ କପଡ଼ା ଓହ୍ଲାଇ ଦେଇଥିଲେ। ତେବେ ସେ କରୁଥିବା ଅଶ୍ଳୀଳ କାମକୁ ମହିଳା ଜଣଙ୍କ ଗୁପ୍ତ ଭାବେ ରେକର୍ଡିଂ କରି ଦେଇଥିଲେ।
ବାସ୍ ଏହାପରେ ମହିଳା ଜଣଙ୍କ ଏହି ଭିଡିଓକୁ ଭାଇରାଲ କରିଦେବାର ଧମକ ଦେଇ ବୃଦ୍ଧଙ୍କ ଠାରୁ ଟଙ୍କା ଆଦାୟ କରିଥିଲେ। ଭୟରେ ବୃଦ୍ଧ ଜଣଙ୍କ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବା ଆରମ୍ଭ କରିଥିଲେ। କିଛି ମାସ ମଧ୍ୟରେ ବୃଦ୍ଧ ଜଣଙ୍କ ତାଙ୍କୁ ୬୦ ଲକ୍ଷ ଟଙ୍କା ପଠାଇଛନ୍ତି।
ଟଙ୍କା ମିଳିବା ପରେ ମଧ୍ୟ ମହିଳା ଜଣଙ୍କ ବୃଦ୍ଧଙ୍କୁ ହଇରାଣ କରିବା ବନ୍ଦ କରି ନଥିଲେ। ଶେଷରେ କୌଣସି ଉପାୟ ନ ପାଇ ବୃଦ୍ଧ ଜଣଙ୍କ ପୁଲିସର ଦ୍ୱାରସ୍ଥ ହୋଇଥିଲେ। ଏବେ ପୁଲିସ୍ ମହିଳାଙ୍କ ହ୍ୱାଟସଆପ ନମ୍ବର ଓ ବ୍ୟାଙ୍କ ତଥ୍ୟର ଯାଞ୍ଚ କରି ତାଙ୍କ ପାଖରେ ପହଞ୍ଚିବାକୁ ଉଦ୍ୟମ ଆରମ୍ଭ କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/_widower_1676294246.jpg)