Advertisment

ଗୋଟିଏ ସହରର ୬୬ କମ୍ପାନୀ କିଣିଛନ୍ତି ୧୩୪୪ କୋଟିର ନିର୍ବାଚନୀ ବଣ୍ଡ

୨୦୧୯ରୁ ସେମାନେ ଏପରି ବଣ୍ଡ କିଣିଥିବା ବେଳେ ବିଭିନ୍ନ ରାଜନୀତିକ ଦଳକୁ ଚାନ୍ଦା ଆକାରରେ ଏହା ଦେଇଛନ୍ତି। ଏହା ମୋଟ ନିର୍ବାଚନୀ ବଣ୍ଡର ୧୧%।

Bond

Bond

Advertisment

ଅସାମ୍ବିଧାନିକ ବିବେଚିତ ନିର୍ବାଚନୀ ବଣ୍ଡକୁ ନେଇ ଆଉ ଗୋଟିଏ ବଡ଼ ଖବର ସାମ୍ନାକୁ ଆସିଛି। ମୁମ୍ବାଇ ଓ ଏହାର ଉପକଣ୍ଠରେ ପଞ୍ଜୀକରଣ ହୋଇଥିବା ୬୬ଟି କମ୍ପାନୀ ମିଳିତ ଭାବେ ୧୩୪୪ କୋଟି ଟଙ୍କାର ନିର୍ବାଚନୀ ବଣ୍ଡ କିଣିଛନ୍ତି। ୨୦୧୯ରୁ ସେମାନେ ଏପରି ବଣ୍ଡ କିଣିଥିବା ବେଳେ ବିଭିନ୍ନ ରାଜନୀତିକ ଦଳକୁ ଚାନ୍ଦା ଆକାରରେ ଏହା ଦେଇଛନ୍ତି। ଏହା ମୋଟ ନିର୍ବାଚନୀ ବଣ୍ଡର ୧୧%।

Advertisment

କମ୍ପାନୀ ଗୁଡ଼ିକ କିଣିଥିବା ବଣ୍ଡର ପରିମାଣର ୨ ଲକ୍ଷରୁ ୪୧୦ କୋଟି ଟଙ୍କା ମଧ୍ୟରେ ରହିଛି। ବିଭିନ୍ନ ବିଲ୍ଡର୍ସ ସଂସ୍ଥା, ଫାର୍ମା କମ୍ପାନୀ, ପାଥ ଲ୍ୟାବ, ଡାଇମଣ୍ଡ କମ୍ପାନୀ, ନିବେଶ ଓ ଟ୍ରେଡିଂ ଫାର୍ମ ଏବଂ ଟେକ୍ନୋଲୋଜି କମ୍ପାନୀ ନିର୍ବାଚନୀ ବଣ୍ଡ କିଣିଛନ୍ତି। ଚାନ୍ଦା ଦେଇଥିବା କମ୍ପାନୀ ଗୁଡ଼ିକ ମୁମ୍ବାଇ, ଥାନେ ଓ ନଭି ମୁମ୍ବାଇରେ ପଞ୍ଜିକୃତ ହୋଇଛନ୍ତି।

ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ନିର୍ବାଚନ କମିଶନଙ୍କୁ ଦେଇଥିବା ତଥ୍ୟରୁ ସ୍ପଷ୍ଟ ହୋଇଛି ଯେ ଛୋଟ ଛୋଟ ବ୍ୟବସାୟିକ ସଂସ୍ଥା ମଧ୍ୟ ନିର୍ବାଚନୀ ବଣ୍ଡ କିଣିଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ସଂସ୍ଥା ୨୦୧୯ ଓ ଗୋଟିଏ ଦିନରେ ହିଁ ବଣ୍ଡ କିଣିଛନ୍ତି।

Advertisment

କ୍ୱିକ୍‌ ସପ୍ଲାଏ ଚେନ ପ୍ରାଇଭେଟ ଲିଃ ସର୍ବାଧିକ ୪୧୦ କୋଟି ଟଙ୍କାର ଚାନ୍ଦା ଦେଇଥିବା ବେଳେ ବେଦାନ୍ତ ଲିଃ ୪୦୦ କୋଟି, ପିରାମଲ ଗ୍ରୁପ ୪୮ କୋଟି, ସିପଲା ୩୯.୨୦ କୋଟି, ସ୍ୱାଲ କ୍ରପ ଲିଃ ୩୫ କୋଟି, ଏଲ୭ ହାଇଟେକ ପ୍ରାଇଭେଟ ଲିଃ ୨୨ କୋଟି, କେ ରାହେଜ ୨୧ କୋଟି, ବିକେସି ପ୍ରପୋଟିଜ ୨୦ କୋଟି ଟଙ୍କା ଦେଇଛି।

ମହାରାଷ୍ଟ୍ରର ଅନ୍ୟ ଜିଲ୍ଲା ପୁଣେ, ନାଶିକ ଓ କୋଲହାପୁରରେ ଥିବା ସଂସ୍ଥା ମଧ୍ୟ ୨୧୮ କୋଟି ଟଙ୍କାର ନିର୍ବାଚନୀ ବଣ୍ଡ କିଣିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଚାନ୍ଦା ଦେଇଥିବା ସଂସ୍ଥା ସଂଖ୍ୟା ୭୬ରେ ପହଞ୍ଚିଛି।

ନିର୍ବାଚନୀ ବଣ୍ଡରେ ମହାରାଷ୍ଟ୍ରର ଭାଗ ମୋଟ ୧୫୬୨ କୋଟି ଟଙ୍କା ରହିଛି। ଏହା ମୋଟ ୧୨,୧୫୬ କୋଟି ନିର୍ବାଚନୀ ବଣ୍ଡର ୧୩%। ଚାନ୍ଦା ଦେଇଥିବା ମୁମ୍ବାଇର କିଛି ବ୍ୟକ୍ତିବଶେଷ ଓ ଠିକଣା ନଥିବା କମ୍ପାନୀ କିଣିଥିବା ନିର୍ବାଚନୀ ବଣ୍ଡର ତଥ୍ୟକୁ ଏଥିରେ ସାମିଲ କରାଯାଇ ନାହିଁ।

Electoral Bond Electoral Bonds Scheme Mumbai
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe