Advertisment

ମହନ୍ତ ରାମଗିରି ମହାରାଜଙ୍କ ନାଁରେ ୬୭ଟି ମାମଲା, କୋର୍ଟଙ୍କୁ କହିଲେ ସରକାର

ସରକାର ଆହୁରି କହିଛନ୍ତି ଯେ ଆପତ୍ତିଜନକ ବୟାନର ଭିଡିଓକୁ ସୋଶାଲ ମିଡିଆରେ ଶେୟାର କରାଯାଇଥିଲା। ଏହାକୁ ତୁରନ୍ତ ସାଇବର କ୍ରାଇମ ପୁଲିସ୍‌ ସୋଶାଲ ମିଡିଆରୁ ହଟାଇ ଦେଇଛି।

Mahant Ramgiri Maharaj

Mahant Ramgiri Maharaj

Advertisment

ଚର୍ଚ୍ଚାରେ ମହନ୍ତ ରାମଗିରି ମହରାଜ। ମହାରାଷ୍ଟ୍ର ସହ ଦେଶର ବିଭିନ୍ନ ସ୍ଥାନରେ ସନାତନ ଧର୍ମର ଓକିଲାତି କରୁଥିବା ମହନ୍ତ ରାମଗିରିଙ୍କ ବିରୋଧରେ ୬୭ଟି ଏଫଆଇଆର ପଞ୍ଜୀକୃତ ହୋଇଛି।

Advertisment

ନାଶିକର ଗୋଟିଏ ଧାର୍ମିକ କାର୍ଯ୍ୟକ୍ରମରେ ସେ ଇସଲାମ ଓ ପ୍ରଫେଟ ମହମ୍ମଦଙ୍କ ସମ୍ପର୍କରେ ଅତ୍ୟନ୍ତ ଆପତ୍ତିଜନକ ଶବ୍ଦ ପ୍ରୟୋଗ କରିଥିଲେ। ଏଥିପାଇଁ ତାଙ୍କ ନାଁରେ ଏପରି ମାମଲା ହୋଇଛି। ଏ ସମ୍ପର୍କରେ ମହାରାଷ୍ଟ୍ର ସରକାର ସତ୍ୟପାଠ ଜରିଆରେ ବମ୍ବେ ହାଇକୋର୍ଟଙ୍କୁ ଅବଗତ କରାଇଛନ୍ତି।

ସରକାର ଆହୁରି କହିଛନ୍ତି ଯେ ଆପତ୍ତିଜନକ ବୟାନର ଭିଡିଓକୁ ସୋଶାଲ ମିଡିଆରେ ଶେୟାର କରାଯାଇଥିଲା। ଏହାକୁ ତୁରନ୍ତ ସାଇବର କ୍ରାଇମ ପୁଲିସ୍‌ ସୋଶାଲ ମିଡିଆରୁ ହଟାଇ ଦେଇଛି।

Advertisment

ମହାରାଷ୍ଟ୍ରର ଆଡଭୋକେଟ ଜେନେରାଲ ଡ ବୀରେନ୍ଦ୍ର ସାରଫ ସରକାରଙ୍କ ପକ୍ଷରୁ ତଥ୍ୟ ଉପସ୍ଥାପନ କରିଛନ୍ତି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମଧ୍ୟ ମହନ୍ତ ରାମଗିରି ମହାରାଜଙ୍କ ସହ ଷ୍ଟେଜ ଶେୟାର କରିଥିଲେ। ଯେହେତୁ ରାମଗିରିଙ୍କ ନାଁରେ ଏଫଆଇଆର ପଞ୍ଜିକୃତ ହୋଇଛି, ସେହି ଅନୁସାରେ ସିନ୍ଦେଙ୍କ ବିରୋଧରେ ଏଫଆଇଆର ରୁଜୁ ପାଇଁ ହୋଇଥିବା ଆବେଦନକୁ ବୀରେନ୍ଦ୍ର ବିରୋଧ କରିଛନ୍ତି।

ଏପରି ଆବେଦନ ଆଇନଜୀବୀର ମହମ୍ମଦ ୱାସି ସୟିଦ ଓ ଆଉ କିଛି ଲୋକଙ୍କ ପକ୍ଷରୁ କରାଯାଇଥିଲା। ଆବେଦନରେ ଅଭିଯୋଗ କରାଯାଇଛି ଯେ ୨୦୧୪ ପରଠାରୁ ସାଂପ୍ରଦାୟିକ ଘଟଣା ବଢ଼ିବାରେ ଲାଗିଛି। ବେଶ ବ୍ୟବସ୍ଥିତ ଢଙ୍ଗରେ ଇସଲାମ ବିରୋଧୀ ଚିନ୍ତାଧାରାକୁ ସୁରକ୍ଷା ଦିଆଯାଉଛି। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଏହାକୁ ସମର୍ଥନ କରୁଛି। ଏଥିପାଇଁ ମବ ଲିଚିଂ, ଦଙ୍ଗା ଓ ବୟକଟ ମୁସଲିମ ଭଳି ଘଟଣା ସାମ୍ନାକୁ ଆସୁଛି।

ଆଇନଜୀବୀ ଏଜାଜ ନକଭୀ କହିଛନ୍ତି ଯେ ରାମଗିରି ମହାରାଜଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ସିନ୍ଦେ ତାଙ୍କ ସହ ଷ୍ଟେଜ ଉପରେ ବସୁଛନ୍ତି। ଏଥିସହ ସନ୍ଥମାନଙ୍କୁ ରାଜ୍ୟରେ ସୁରକ୍ଷା ଦିଆଯିବ ବୋଲି କହିଛନ୍ତି। ସେହିପରି ନକଭୀ ବିଜେପି ବିଧାୟକ ନୀତେଶ ରାଶା ଦେଇଥିବା ଆପତ୍ତଜନକ ବୟାନ କଥା ଉଠାଇଥିଲେ ଓ ତାଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିବା କହିଥିଲେ।

ତେବେ ଜଷ୍ଟିସ ରେବତୀ ମୋହିତେ ଓ ଜଷ୍ଟିସ ପୃଥ୍ୱୀରାଜ ଚୌହାନ କହିଥିଲେ ଯେ “ଆମେ ସେମାନଙ୍କୁ ଭାଷଣ ଦେବାକୁ ରୋକି ପାରିବୁ ନାହିଁ। କିନ୍ତୁ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଓ ଏକାଧିକ ଏଫଆଇଆର ରୁଜୁ କରିଛି। ସେମାନେ(ସିନ୍ଦେ ଓ ରାମଗିରି) ଷ୍ଟେଜ ଶେୟାର କରିବା ଅର୍ଥ ନୁହେଁ ଯେ ଏଫଆଇଆର ରୁଜୁ ହେବ।

ଯଦି ନିୟମ ଉଲ୍ଲଙ୍ଘନ ହୋଇଛି, ସେଠାରେ ଏଫଆଇଆର ମଧ୍ୟ ପଞ୍ଜୀକରଣ ହୋଇଛି। ଆପଣ(ନକଭୀ) ଏହାକୁ ରାଜନୀତିକ ପ୍ରସଙ୍ଗ କରୁଛନ୍ତି। ଆପଣଙ୍କ ମୂଳ ଆବେଦନ ଥିଲା ଭିଡିଓ ପ୍ରତ୍ୟାହାର କରିବା। ତେଣୁ ତାହା ହୋଇଛି।”

ବୀରେନ୍ଦ୍ର ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ହୋଇଥିବାର ଆବେଦନକୁ ବିରୋଧ କରିଥିଲେ। ସେ କହିଛନ୍ତି, ରାମଗିରିଙ୍କ ବିରୋଧରେ ଏଫଆଇଆର ପଞ୍ଜିକୃତ ହୋଇସାରିଛି। ସେପ୍ଟେମ୍ବର ୧୯ ସୁଦ୍ଧା ତାଙ୍କ ନାଁରେ ୬୭ ଏଫଆଇଆର ପଞ୍ଜିକୃତ ହୋଇଛି। କୋର୍ଟ ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୧୭ରେ କରିବେ ବୋଲି ଦିନ ଧାର୍ଯ୍ୟ କରିଛନ୍ତି।

Maharashtra Govt Maharashtra Mahant Ramgiri Maharaj
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe