Advertisment

ଅଣନିଶ୍ୱାସୀ ଦିଲ୍ଲୀ, ପ୍ରାୟ ୭୦% ପରିବାର ପ୍ରଦୂଷଣ ଜନିତ ରୋଗରେ ପୀଡିତ

ଦୀପାବଳି ପରେ ବିଶ୍ୱର ସବୁଠାରୁ ପ୍ରଦୂଷିତ ସହର ପାଲଟିଛି ଜାତୀୟ ରାଜଧାନୀ ଦିଲ୍ଲୀ। ସର୍ବେକ୍ଷଣ ଅନୁସାରେ ଦିଲ୍ଲୀ-ଏନସିଆର ଅଞ୍ଚଳରେ ୬୯ ପ୍ରତିଶତ ପରିବାର ଗଳା ଯନ୍ତ୍ରଣା ଏବଂ କାଶ ଭଳି ପ୍ରଦୂଷଣ ଜନିତ ରୋଗରେ ପୀଡିତ ଅଛନ୍ତି।

author-image
Debadatta Aryashrestha
ଅଦ୍ୟତନ ହୋଇଛି
Delhi Air Pollution

Delhi Air Pollution

ଦିଲ୍ଲୀରେ ଅଣନିଶ୍ୱାସୀ ଲୋକେ। ଦୀପାବଳି ପରେ ବିଶ୍ୱର ସବୁଠାରୁ ପ୍ରଦୂଷିତ ସହର ପାଲଟିଛି ଜାତୀୟ ରାଜଧାନୀ। ନିକଟରେ ହୋଇଥିବା ଏକ ସର୍ବେକ୍ଷଣରୁ ଜଣାପଡିଛି ଯେ ବାୟୁ ଗୁଣବତ୍ତା ଦିନକୁ ଦିନ ଅଧିକ ଖରାପ ହେଉଥିବାରୁ ଏଥିରେ ପ୍ରତି ୧୦ ପରିବାରରୁ ପ୍ରାୟ ୭ ପରିବାର ପ୍ରଭାବିତ। ଦିଲ୍ଲୀ-ଏନସିଆର ଅଞ୍ଚଳରେ ୬୯ ପ୍ରତିଶତ ପରିବାର ଗଳା ଯନ୍ତ୍ରଣା ଏବଂ କାଶ ଭଳି ପ୍ରଦୂଷଣ ଜନିତ ରୋଗରେ ପୀଡିତ ଅଛନ୍ତି।

Advertisment

ଜାତୀୟ ରାଜଧାନୀରେ ଦୀପାବଳି ରାତିରେ ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ସର୍ବାଧିକ ୯୯୯ରେ ପହଞ୍ଚିଛି। ଯାହା ଏବର୍ଷର ସବୁଠାରୁ ଅଧିକ ବୋଲି କୁହାଯାଉଛି। ଡିଜିଟାଲ୍ ପ୍ଲାଟଫର୍ମ 'ଲୋକାଲ୍ ସର୍କଲ୍' ଦ୍ୱାରା କରାଯାଇଥିବା ଏହି ସର୍ବେକ୍ଷଣରେ ଦିଲ୍ଲୀ-ଏନସିଆରର ପ୍ରାୟ ୨୧ ହଜାରରୁ ଅଧିକ ଲୋକଙ୍କ ପ୍ରତିକ୍ରିୟା ସଂଗ୍ରହ କରାଯାଇଥିଲା। ଏହି ସର୍ବେକ୍ଷଣରୁ ଜଣାପଡିଛି ଯେ ବାୟୁ ପ୍ରଦୂଷଣ ବୃଦ୍ଧି ହେତୁ ୬୨ ପ୍ରତିଶତ ପରିବାରରେ ଏକାଧିକ ସଦସ୍ୟଙ୍କ ଆଖିରେ ଜଳାପୋଡ଼ା ହେଉଛି, ସେହିଭଳି ୪୬ ପ୍ରତିଶତ ପରିବାରରେ ସଦସ୍ୟଙ୍କର ନାକ ବନ୍ଦ ହୋଇ ଶ୍ୱାସକ୍ରିୟାରେ ସମସ୍ୟା ହେଉଥିବା ଜଣାପଡ଼ିଛି।

ସର୍ବେକ୍ଷଣରେ ସାମିଲ ଥିବା ୩୧ ପ୍ରତିଶତ ଲୋକ ଶ୍ୱାସକ୍ରିୟା ନେବାରେ ଅସୁବିଧା କିମ୍ବା ଶ୍ୱାସରୋଗରେ ପୀଡ଼ିତ ଥିବା କହିଥିବାବେଳେ ଅନ୍ୟ ୩୧ ପ୍ରତିଶତ ଲୋକ ସବୁବେଳେ ମୁଣ୍ଡବିନ୍ଧା ହେଉଥିବା କହିଛନ୍ତି। ପ୍ରାୟ ୨୩ ପ୍ରତିଶତ କୌଣସି କାର୍ଯ୍ୟରେ ଧ୍ୟାନ ଦେବାରେ ଅସୁବିଧା ଅନୁଭବ କରୁଥିବାବେଳେ ୧୫ ପ୍ରତିଶତ ଶୋଇବାରେ ଅସୁବିଧା ଦର୍ଶାଇଛନ୍ତି। ତଥାପି, ୩୧ ପ୍ରତିଶତ ସୂଚାଇ ଦେଇଛନ୍ତି ଯେ ସେମାନେ କିମ୍ବା ସେମାନଙ୍କ ପରିବାର ସଦସ୍ୟ ଏପର୍ଯ୍ୟନ୍ତ କୌଣସି ପ୍ରଦୂଷଣ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହୋଇନାହାଁନ୍ତି।

Advertisment

ଏହି ସର୍ବେକ୍ଷଣରେ କୁହାଯାଇଛି, “ଅନେକ ଲୋକ କାଶ, ଥଣ୍ଡା ଏବଂ କ୍ରନିକ ଅବଷ୍ଟ୍ରକ୍ଟିଭ ଫୁସଫୁସ ରୋଗ (COPD) ଭଳି ଶ୍ୱାସ ସମ୍ବନ୍ଧୀୟ ରୋଗରେ ପୀଡିତ ଅଛନ୍ତି। ଦୀପାବଳି ପରେ ବିପଜ୍ଜନକ AQI ସ୍ତର ସହିତ ସେମାନଙ୍କ ଅବସ୍ଥା ଆହୁରି ଖରାପ ହେବାର ସମ୍ଭାବନା ରହିଛି। ”

Air Pollution In Delhi Delhi Pollution Delhi Air Quality