Advertisment

ନଦୀରେ ବୁଡ଼ିଗଲେ ୭ ପିଲା, ଗୋଟିଏ ପରିବାରର ତିନି ଭାଇ ମୃତ

ପାଞ୍ଚ ଜଣଙ୍କୁ ଉଦ୍ଧାର କରାଯାଇ ଥିବାବେଳେ ଅନ୍ୟ ଦୁଇ ଜଣ ନିଖୋଜ ଅଛନ୍ତି।

author-image
Debibandita Barick
Local People

Local People

ନଦୀରେ ଗାଧୋଇବା ବେଳେ ୭ ନାବାଳକ ବୁଡ଼ି ଯାଇଛନ୍ତି। ସେମାନଙ୍କ ମଧ୍ୟରୁ ତିନି ଜଣଙ୍କ ମୃତ୍ୟୁ ଘଟି ଥିବାବେଳେ ୨ ଜଣଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକମାନେ ତିନି ଭାଇ ବୋଲି ଜଣାପଡ଼ିଛ 

Advertisment

ସୂଚନା ଅନୁସାରେ, ଏହି ଘଟଣା ବିହାରର ରୋହତାସରେ ଘଟିଛି। ଆଜି ସକାଳେ ୭ ଜଣ ନାବାଳକ ସୋନ ନଦୀକୁ ଗାଧୋଇବାକୁ ଯାଇଥିଲେ। ଜଣେ ନାବାଳକ ପ୍ରଥମେ ଗାଧୋଇବାକୁ ଯାଇ ବୁଡ଼ି ଯାଇଥିଲେ। ଫଳରେ ଅନ୍ୟମାନ ତାଙ୍କୁ ଉଦ୍ଧାର କରିବା ପାଇଁ ନଦୀକୁ ପଶିଥିଲେ। କିନ୍ତୁ ଜଣଙ୍କ ପରେ ଜଣେ ପାଣିରେ ବୁଡି ଯାଇଥିଲେ।

ସ୍ଥାନୀୟ ଲୋକ ପିଲାମାନଙ୍କ ପାଟି ଶୁଣି ତୁରନ୍ତ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିବା ସହ ଅଗ୍ନିଶମ ବାହିନୀ ଏବଂ ଉଦ୍ଧାରକାରୀ ଟିମକୁ ଖବର ଦେଇଥିଲେ। ଖବର ପାଇ ଉଦ୍ଧାରକାରୀ ଟିମ୍ ପାଞ୍ଚ ଜଣଙ୍କୁ ଉଦ୍ଧାର କରିଥିଲା। ମାତ୍ର ସେମାନଙ୍କ ମଧ୍ୟରୁ ତିନି ଜଣଙ୍କ ମୃତ୍ୟୁ ହୋଇଯାଇଛି। ସେହିପରି ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ବର୍ତ୍ତମାନ ସେମାନଙ୍କ ଚିକିତ୍ସା ଚାଲିଛି। 

Advertisment

ସେପଟେ, ଅନ୍ୟ ଦୁଇ ପିଲାଙ୍କ ପତ୍ତା ମିଳୁନି। ଖବର ଲେଖା ହେବା ସୁଦ୍ଧା ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା। ସବୁଠୁ ବଡ଼ କଥା ହେଉଛି କି ମୃତ ୩ ନାବାଳକ ଗୋଟିଏ ପରିବାରର। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। 

Bihar Bihar News Drowning Death Drown