Advertisment

କୁବେର ମହିଳା ଇଞ୍ଜିନିୟର: ଦରମା ୩୦ ହଜାର, କିନ୍ତୁ ଘରୁ ମିଳିଲା ୩୦ ଲକ୍ଷ ଟଙ୍କାର ଟିଭି ସହ ୭ କୋଟିର ସମ୍ପତ୍ତି

୫ରୁ ୭ଟି ଦାମୀ କାର୍‌ ସହ ୨୦ଟି ଗାଡ଼ି, ୨୦ ହଜାର ବର୍ଗ ଫୁଟର ଜମି, ୨୪ଟି ପ୍ରାଇଜଡ୍‌ ଗିର ବ୍ରୀଡ଼ର ଗାଈ ଓ ୩୦ ଲକ୍ଷ ଟଙ୍କା ମୂଲ୍ୟର ଗୋଟିଏ ୯୮ ଇଞ୍ଚର ଟିଭି ତାଙ୍କ ଘରୁ ରେଡ୍‌ କରିଥିବା ଅଧିକାରୀମାନେ ଠାବ କରିଛନ୍ତି।

author-image
Hemant Lenka
Madhya Pradesh Officer

Madhya Pradesh Officer

ଜଣେ ମହିଳା ସରକାରୀ କର୍ମଚାରୀଙ୍କ ଘରୁ ମିଳିଛି ଆଖି ଖୋସି ହୋଇଗଲା ଭଳି ସମ୍ପତ୍ତି। ଏହି ମହିଳା କର୍ମଚାରୀଙ୍କ ମାସିକ ଦରମା ୩୦ ହଜାର। କିନ୍ତୁ ତାଙ୍କୁ ଘରୁ ଦୁର୍ନୀତି ନିରୋଧ ଶାଖା ପକ୍ଷରୁ କରାଯାଇଥିବା ରେଡ୍‌ ଭଳି ମିଳିଛି ଅମାପ ସମ୍ପତ୍ତି।

Advertisment

୫ରୁ ୭ଟି ଦାମୀ କାର୍‌ ସହ ୨୦ଟି ଗାଡ଼ି, ୨୦ ହଜାର ବର୍ଗ ଫୁଟର ଜମି, ୨୪ଟି ପ୍ରାଇଜଡ୍‌ ଗିର ବ୍ରୀଡ଼ର ଗାଈ ଓ ୩୦ ଲକ୍ଷ ଟଙ୍କା ମୂଲ୍ୟର ଗୋଟିଏ ୯୮ ଇଞ୍ଚର ଟିଭି ତାଙ୍କ ଘରୁ ରେଡ୍‌ କରିଥିବା ଅଧିକାରୀମାନେ ଠାବ କରିଛନ୍ତି। ମାତ୍ର ୧୦ ବର୍ଷର ଚାକିରି ମଧ୍ୟରେ ମହିଳା ଇଞ୍ଜିନିୟର ଜଣଙ୍କ କେମିତି ଏତେ ଟଙ୍କାର ମାଲିକ ହେଲା, ସେକଥା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। 

ଏହି ୩୬ ବର୍ଷୀୟ ମହିଳା ଅଧିକାରୀ ଜଣଙ୍କ ହେଲେ ହେମା ମୀନା। ମଧ୍ୟପ୍ରଦେଶ ପୁଲିସ୍‌ ହାଉସିଂ କର୍ପୋରେସନରେ ସେ ସହାୟକ ଇଞ୍ଜିନିୟର ଦାୟିତ୍ୱ ନିର୍ବାହ କରୁଥିଲେ। ସେ ଜଣେ ଠିକା କର୍ମଚାରୀ ହୋଇଥିବା ବେଳେ ମାସିକ ୩୦ ହଜାର ଟଙ୍କା ଦରମା ପାଉଥିଲେ। ଏହା ସତ୍ତ୍ୱେ ହେମା ଓ ତାଙ୍କ ପରିବାର ଲୋକଙ୍କ ନାଁରେ କୋଟି କୋଟି ଟଙ୍କାର ସମ୍ପତ୍ତି ରହିଛି।

Advertisment

ମଧ୍ୟପ୍ରଦେଶର ଦୁର୍ନୀ ନିରୋଧ ଶାଖା ପକ୍ଷରୁ ହେମାଙ୍କ ଆବସିକ ଅଞ୍ଚଳ ସମେତ ଆଉ କିଛି ସ୍ଥାନରେ ରେଡ୍‌ କରାଯାଇଥିଲା। ଏହି ସମୟରେ କୁବେର ଇଞ୍ଜିନିୟରଙ୍କ ଅସଲ ସମ୍ପତ୍ତି ତାଲିକା ସାମ୍ନାକୁ ଆସିଛି। ସେ କୋଟି କୋଟି ଟଙ୍କାର ମାଲିକ ହୋଇଥିବା ବେଳେ ତାଙ୍କ ଘରୁ ୧୦୦ଟି କୁକୁର, ସଂପୂର୍ଣ୍ଣ ୱେୟାରଲେସ୍‌ ଯୋଗାଯୋଗ ବ୍ୟବସ୍ଥା ଓ ମୋବାଇ ଜାମର୍ସ ଆଦି ମିଳିଛି।

ଲୋକାୟୁକ୍ତ ସ୍ପେଶାଲ ପୁଲିସ୍‌ ଏଷ୍ଟାବ୍ଲିସମେଣ୍ଟ(ଏସ୍‌ପିଇ)ର ଗୋଟିଏ ଟିମ ବେଶ ବଦଳାଇ ପ୍ରଥମେ ହେମାଙ୍କ ରାଜକୀୟ ଷ୍ଟାଇଲରେ ନିର୍ମାଣ ହୋଇଥିବା ବଙ୍ଗଳା ପାଖରେ ପହଞ୍ଚିଥିଲେ। ଟିମର ସଦସ୍ୟମାନେ ଅସଲ ପରିଚୟକୁ ଗୋପନ ରଖି ସୋଲାର ପ୍ୟାନେଲ ମରାମତି କରିବା ନାଁରେ ବଙ୍ଗଳା ଭିତରେ ପ୍ରବେଶ କରିଥିଲେ।

ଏହାପରେ ବଙ୍ଗଳା ଭିତରର ଦୃଶ୍ୟ ଦେଖି ଟିମର ସଦସ୍ୟମାନେ ଚକିତ ହୋଇଯାଇଥିଲେ। ଶେଷରେ ସେମାନେ ନିଜର ପରିଚୟ ସାର୍ବଜନୀନ କରି ରେଡ୍‌ ଆରମ୍ଭ କରିଥିଲେ। ବର୍ତ୍ତମାନ ସୁଦ୍ଧା ହେମାଙ୍କ ଠିକଣାରୁ ୭ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ମିଳି ସାରିଲାଣି। ଏହା ତାଙ୍କ ଆୟ ଠାରୁ ୨୩୨% ଅଧିକ।

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ହେମା ପ୍ରଥମେ ତାଙ୍କ ବାପାଙ୍କ ନାଁରେ ୨୦ ହଜାର ବର୍ଗ ଫୁଟର ଗୋଟିଏ ଚାଷ ଜମି କଣିଥିଲେ। ଏହାପରେ ସେଠାରେ ୧ କୋଟି ଟଙ୍କା ଖର୍ଚ୍ଚ କରି ବିରାଟ ବଙ୍ଗଳା ନିର୍ମାଣ କରିଥିଲେ। ଏହି ରାକୀୟ ବଙ୍ଗଳା ବ୍ୟତୀତ ରାଇସେନ ଓ ବଦିଶାରେ ମଧ୍ୟ ହେମାଙ୍କ ଜମି ରହିଛି।

ମଧ୍ୟପ୍ରଦେଶ ପୁଲିସ୍‌ ହାଉସିଂ କର୍ପୋରେସନର ପ୍ରୋଜେକ୍ଟରେ ବ୍ୟବହାର ହେବା ପାଇଁ ଆସିଥିବା ଜିନିଷକୁ ହେମା ନିଜ ଘରେ ବ୍ୟବହାର କରୁଥିଲେ। ବଡ଼ବଡ଼ କୃଷି ସହ ଜଡ଼ିତ ମେସିନ ମଧ୍ୟ ତାଙ୍କ ଠିକଣାରୁ ଜବତ ହୋଇଛି। ଏବେ ବି ରେଡ୍‌ ଚାଲିଥିବାରୁ ଆହୁରି ନେକ ସମ୍ପତ୍ତି ମିଳିବାର ସମ୍ଭାବନା ଥିବା କୁହାଯାଉଛି।

ଭୋପାଲ ଲୋକାୟୁକ୍ତ ଏସ୍‌ପି ମନୁ ବ୍ୟାସ କହିଛନ୍ତି, ହେମାଙ୍କ ବାସଭବନ ସମେତ ୩ଟି ସ୍ଥାନରେ ରେଡ କରାଯାଇଛି। ପ୍ରାଥମିକ ଭାବେ ତାଙ୍କ ପାଖରୁ ୭ କୋଟି ଟଙ୍କାର ସମ୍ପତ୍ତି ମିଳିଛି। ରେଡ ଜାରି ରହିଥିବାରୁ ଆଗକୁ ଆହୁରି ସମ୍ପତ୍ତି ମିଳିବାର ସମ୍ଭାବନା ରହିଛି। ଆମେ ଅଲଗା ବିଭାଗର ସହାୟତା ନେଇ ଜବତ ସମ୍ପତ୍ତିର ମୂଲ୍ୟକୁ ଆକଳନ କରିବୁ। ଏବେ ହେମାନଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ ଜାରୀ ରହିଥିବା ସେ କହିଛନ୍ତି।

Madhya Pradesh Corrupt Engineer