Advertisment

ଟ୍ରକ୍‌ ପଛରୁ ପିଟିହେଲା ବସ୍‌, ୭ ମୃତ

ଅନ୍ୟ ୪ ଜଣ ଆହତ ହୋଇଛନ୍ତି।

bus accident

bus accident

Advertisment

ଟ୍ରକ୍‌ ପଛପଟୁ ପିଟିଲା ବସ୍‌। ଏହି ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୪ ଜଣ ଆହତ ହୋଇଛନ୍ତି। ହରିୟାଣାର ଆମ୍ବଲା ନିକଟରେ ଯମୁନାନଗର-ପଞ୍ଚକୁଲା ହାଇୱେରେ ଏହି ଦୁର୍ଘଟଣା ଘଟିଛି। ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ପୁଲିସ ଏ ସମ୍ପର୍କରେ ସୂଚନା ଦେଇଛି।

Advertisment

ଶୁକ୍ରବାର ଶାହଜାଦପୁର ପୁଲିସ ଷ୍ଟେସନ ଅଧିନରେ ଏହି ଦୁର୍ଘଟଣା ଘଟିଛି। ଆହତ ହୋଇଥିବା ଯାତ୍ରୀମାନଙ୍କୁ ପୁଲିସ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିଛି। ଶାହଜାଦପୁର ପୁଲିସ ଷ୍ଟେସନ ଅଧିକାରୀ ବିରବହନ କହିଛନ୍ତି ଯେ, ଏକ ଲୋଡ଼ ହୋଇଥିବା ଟ୍ରେଲର ଟ୍ରକ୍‌ ପଛପଟେ ବସ ଦ୍ରୁତଗତିରେ ଆସି ଧକ୍କା ଦେଇଥିଲା।

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ବସ୍‌ଟି ଗୋଟିଏ ପଟକୁ  ଓଲଟି ପଡ଼ଥିଲା। ଦୁର୍ଘଟଣା ପରେ ଆସିଥିବା ଫଟୋରେ ବସ୍‌ଟି ଭାଙ୍ଗିରୁଜି ଯାଇଥିବା ଜଣାପଡ଼ିଛି।  ଉଭୟ ଟ୍ରକ୍‌ ଏବଂ ବସ୍‌ ଡ୍ରାଇଭର ବିପଦମୁକ୍ତ ଅଛନ୍ତି। ଆହତ ଯାତ୍ରୀମାନଙ୍କୁ ଚିକିତ୍ସା ଲାଗି ସମସ୍ତ ବ୍ୟବସ୍ଥା କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି।      

Advertisment
Roadaccident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe