Advertisment

ବାଣ ତିଆରି କାରଖାନାରେ ଭୟଙ୍କର ବିସ୍ଫୋରଣ, ଚାଲିଗଲା ୭ ଜୀବନ

ବାଣ କାରଖାନାରେ ହୋଇଥିବା ବିସ୍ଫୋରଣରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଆହତଙ୍କୁ ବିରୁଧୁନଗର ସରକାରୀ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

AI

AI

Advertisment

ତାମିଲନାଡୁର ଶିବକାଶୀ ନିକଟରେ ଥିବା ଗୋଟିଏ ବାଣ ତିଆରି କାରଖାନାରେ ଭୟଙ୍କର ବିସ୍ଫୋରଣ ହୋଇଛି। ଏଥିରେ ବର୍ତ୍ତମାନ ସୁଦ୍ଧା ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଚିନ୍ନାକାମନାଟିରେ ଥିବା କାରଖାନାରେ ଏପରି ବିସ୍ଫୋରଣ ହୋଇଛି।

Advertisment

ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ବାଣ କାରଖାନାରେ ହୋଇଥିବା ବିସ୍ଫୋରଣରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଆହତଙ୍କୁ ବିରୁଧୁନଗର ସରକାରୀ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ବିସ୍ଫୋରଣ କାରଣ ଏଯାଏ ଜଣାପଡ଼ିନି। ଯାଞ୍ଚ ରିପୋର୍ଟକୁ ଅପେକ୍ଷା କରାଯାଇଛି। ଅଗ୍ନିଶମ ବାହିନୀ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି। 

ଗତବର୍ଷ ମଧ୍ୟ ଶିବକାଶୀରେ ଥିବା ଆଉ ଏକ ବାଣ କାରଖାନାରେ ବିସ୍ଫୋରଣ ହୋଇଥିଲା। ଏଥିରେ ୧୦ ଜଣଙ୍କ ଜୀବନ ଯାଇଥିଲା। ସେତେବେଳେ ହୋଇଥିବା ଯାଞ୍ଚରେ କାରଖାନାରେ ସୁରକ୍ଷା ପାଇଁ କୌଣସି ବ୍ୟବସ୍ଥା ଗ୍ରହଣ କରାଯାଇ ନଥିବା ଜଣାପଡ଼ିଥିଲା।

Advertisment

ସେହି ସମୟରେ ସମସ୍ତ ବାଣ କାରଖାନାଗୁଡ଼ିକକୁ ସୁରକ୍ଷା ପ୍ରତି ଧ୍ୟାନ ଦେବା ସହ ଉକ୍ତ କ୍ଷମତା ସମ୍ପନ୍ନ ବାଣ ତିଆରି କରିବାକୁ ବାରୁଦର ବ୍ୟବହାର ନ କରିବାକୁ କୁହାଯାଇଥିଲା। ତଥାପି ଏବେ ପୁଣି ଗୋଟିଏ ବାଣ କାରଖାନାରେ ବିସ୍ଫୋରଣ ଯୋଗୁ ୭ ଜଣଙ୍କ ଜୀବନ ଯାଇଛି।

Tamilnadu Firecracker Explosion
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe