Advertisment

ଶଶି ଥରୁର, ଶତ୍ରୁଘ୍ନ ସିହ୍ନା… ବାଚସ୍ପତି ନିର୍ବାଚନରେ ଭୋଟ ଦେଇପାରିବେନି ୭ ସାଂସଦ!

ଇତିହାସରେ ପ୍ରଥମ ଥର ପାଇଁ ଆଜି ବାଚସ୍ପତି ନିର୍ବାଚନ ହେବାକୁ ଯାଉଛି। ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ପୂର୍ବତନ ବାଚସ୍ପତି ଓମ୍‌ ବିର୍ଲାଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିରୋଧୀ ଇଣ୍ଡି ମେଣ୍ଟ ବରିଷ୍ଠ କଂଗ୍ରେସ ସାଂସଦ କେ. ସୁରେଶଙ୍କୁ ପ୍ରାର୍ଥୀ କରିଛି।

Sashi Tharoor, Shatrughan Sinha, Amrutpal Singh

Sashi Tharoor, Shatrughan Sinha, Amrutpal Singh

Advertisment

୧୮ତମ ଲୋକସଭାର ବାଚସ୍ପତି ପଦକୁ ନେଇ ଜାରି ରହିଛି ଟଣାଓଟରା। ଶାସକ ଓ ବିରୋଧୀ ମୁହାଁମୁହିଁ ହୋଇଛନ୍ତି। ଫଳରେ ଇତିହାସରେ ପ୍ରଥମ ଥର ପାଇଁ ଆଜି ବାଚସ୍ପତି ନିର୍ବାଚନ ହେବାକୁ ଯାଉଛି। ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ପୂର୍ବତନ ବାଚସ୍ପତି ଓମ୍‌ ବିର୍ଲାଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିରୋଧୀ ଇଣ୍ଡି ମେଣ୍ଟ ବରିଷ୍ଠ କଂଗ୍ରେସ ସାଂସଦ କେ. ସୁରେଶଙ୍କୁ ପ୍ରାର୍ଥୀ କରିଛି। ତେବେ ଏହି ବାଚସ୍ପତି ନିର୍ବାଚନରେ ଏଭଳି କିଛି ସାଂସଦ ଅଛନ୍ତି ଯିଏକି ଭୋଟ ଦେଇପାରିବେ ନାହିଁ।

Advertisment

୧୮ତମ ଲୋକ ସଭାର ପ୍ରଥମ ଦୁଇ ଦିନ ସାଂସଦଙ୍କୁ ଶପଥଗ୍ରହଣ ଲାଗି ନିର୍ଦ୍ଧାରିତ କରାଯାଇଥିଲା। ପ୍ରଥମ ଦିନରେ ୨୫୦ରୁ ଅଧିକ ନବନିର୍ବାଚିତ ସାଂସଦମାନେ ଶପଥ ନେଇଥିଲେ। ଦ୍ୱିତୀୟ ଦିନରେ ମଧ୍ୟ କଂଗ୍ରେସ ନେତା ରାହୁଲ ଗାନ୍ଧି, ସମାଜବାଦୀ ପାର୍ଟି ପ୍ରମୁଖ ଅଖିଳେଶ ଯାଦବଙ୍କ ସମେତ ଅନ୍ୟମାନେ ଶପଥ ନେଇଥିଲେ।

ତେବେ ଏହି ସମୟରେ ବିରୋଧୀ ଦଳର ୫ ଜଣ ସାଂସଦ ଶପଥ ନେଇ ନାହାଁନ୍ତି, ଯେଉଁ କାରଣରୁ ଲୋକସଭା ବାଚସ୍ପତି ନିର୍ବାଚନରେ ​​ବିରୋଧୀମାନେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ବିରୋଧୀ ଦଳର ସାଂସଦଙ୍କ ବ୍ୟତୀତ ଦୁଇଜଣ ସ୍ୱାଧୀନ ସାଂସଦ ମଧ୍ୟ ଶପଥ ନେଇ ନାହାଁନ୍ତି। ଏହି କାରଣରୁ ଜିତିଥିବା ସତ୍ତ୍ୱେ ସାଂସଦମାନେ ନିଜର ଅଧିକାରରୁ ବଞ୍ଚିତ ରହିବେ। ଶପଥ ନେଇ ନ ଥିବାରୁ ଆଜି ହେବାକୁ ଥିବା ଲୋକ ସଭା ବାଚସ୍ପତି ନିର୍ବାଚନରେ ଏମାନେ ଭୋଟ ଦେଇପାରିବେ ନାହିଁ।

Advertisment

ଶପଥ ନେଇ ନ ଥିବା ଏମ୍‌ପିମାନଙ୍କ ମଧ୍ୟରେ ବିରୋଧୀ ଦଳର ୫ ଏମ୍‌ପି ଥିବା ବେଳେ ୨ ସ୍ୱାଧୀନ ରହିଛନ୍ତି। ଏମାନଙ୍କ ମଧ୍ୟରେ ୨ଜଣ ଜେଲରେ ରହିଥିବାରୁ ଶପଥ ନେବା ଲାଗି ସେମାନେ ଉପସ୍ଥିତ ହୋଇପାରିନାହାନ୍ତି। ତେବେ ଅମୃତପାଲ ସିଂହ, ରଶିଦ, ଶତ୍ରୁଘ୍ନ ସିହ୍ନା, ଶଶି ଥରୁର, ଅଫଜାଲ ଅନସାରୀଙ୍କ ନାମ ଜଣାପଡ଼ିଥିବା ବେଳେ ବାକି ୨ଜଣ କିଏ ତାହା ସୂଚନା ମିଳି ପାରିନାହିଁ।

ତେବେ ଶପଥ ଗ୍ରହଣ ସମାରୋହରେ ଶାସକ ଦଳର ସମସ୍ତ ଏମ୍‌ପି ଶପଥ ନେଇ ସାରିଥିବାରୁ ଏହା ବିରୋଧୀ ଦଳ ପାଇଁ ଝଟ୍‌କା ହୋଇପାରେ। କାରଣ ଶପଥ ନେଇ ନ ଥିବା ଏମ୍‌ପିମାନଙ୍କ ମଧ୍ୟରେ ୫ ବିରୋଧୀ ଦଳର ସାଂସଦ ଅଛନ୍ତି। ଯଦି ମତଦାନ ଆରମ୍ଭ ହେବା ପୂର୍ବରୁ ସେମାନେ ଶପଥ ଗ୍ରହଣ କରିନିଅନ୍ତି ତେବେ ସେମାନେ ଭୋଟ ଦେଇପାରିବେ।

Bjp Nda INDIA Alliance Lok Sabha Speaker Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe