Advertisment

Maoists killed: ଆନ୍ଧ୍ର-ଓଡ଼ିଶା ଇନଚାର୍ଜ ସମେତ ଆଉ ୭ ନକ୍ସଲ ସଫା, ବନ୍ଧା ହେଲେ ୫୦

ନକ୍ସଲ ମୁକ୍ତ ଭାରତ ଗଠନ ଦିଗରେ ମାଡ଼ି ଚାଲିଥିବା ସୁରକ୍ଷାକର୍ମୀଙ୍କ ଗୁଳିରେ ଆଜି ଆଉ ୭ ଜଣ ମାଓବାଦୀ ନିହତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ରହିଛି ଆନ୍ଧ୍ର ପ୍ରଦେଶ-ଓଡ଼ିଶା ଇନଚାର୍ଜ ତଥା ଦୁର୍ଦ୍ଦଶ ଶଙ୍କର।

Naxal

ସୁରକ୍ଷାକର୍ମୀଙ୍କ ଅପରେସନ

Advertisment

ଭୁଶୁଡ଼ିବାରେ ଲାଗିଛି ଲାଲଗଡ଼। ଜଣଙ୍କ ପରେ ଜଣେ ଶୀର୍ଷ ନକ୍ସଲ(Naxal) ନେତା ଏବେ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିବାରେ ଲାଗିଛନ୍ତି। ୨୪ ଘଣ୍ଟା ତଳେ ସୁରକ୍ଷାକର୍ମୀଙ୍କ ଗୁଳିରେ ପ୍ରାଣ ହରାଥିଲା କୁଖ୍ୟାତ ମାଓବାଦୀ ନେତା ମାଡଭୀ ହିଡମା। ଏହାର ଦିନକ ପରେ ପୁଣି ସୁରକ୍ଷାକର୍ମୀଙ୍କୁ ମିଳିଛି ସଫଳତା।

Advertisment

ନକ୍ସଲ ମୁକ୍ତ ଭାରତ ଗଠନ ଦିଗରେ ମାଡ଼ି ଚାଲିଥିବା ସୁରକ୍ଷାକର୍ମୀଙ୍କ ଗୁଳିରେ ଆଜି ଆଉ ୭ ଜଣ ମାଓବାଦୀ ନିହତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ରହିଛି ଆନ୍ଧ୍ର ପ୍ରଦେଶ-ଓଡ଼ିଶା ଇନଚାର୍ଜ ତଥା ଦୁର୍ଦ୍ଦଶ ଶଙ୍କର।

ଆନ୍ଧ୍ରପ୍ରଦେଶର ମାରେଡୁମିଲ୍ଲିରେ ଆଜି ସକାଳେ ହୋଇଥିବା ଏନକାଉଣ୍ଟରେ ସୁରକ୍ଷାକର୍ମୀଙ୍କୁ ଏଭଳି ସଫଳତା ମିଳିଛି। ସେହିପରି ଆନ୍ଧ୍ର ପ୍ରଦେଶର ବିଭିନ୍ନ ସ୍ଥାନରୁ ୫୦ ଜଣ ମାଓବାଦୀଙ୍କୁ ଗିରଫ ମଧ୍ୟ କରାଯାଇଛି। 

Advertisment

ପୁଲିସ୍‌ କହିଛି ଯେ ମୃତ ୭ ମାଓବାଦୀଙ୍କ ମଧ୍ୟରେ ୩ ଜଣ ମହିଳା ରହିଛନ୍ତି। ସେହିପରି ଜଣେ ନିହତ ମାଓବାଦୀ ହେଲା ମେତୁରି ଜୋଖା ରାଓ ଓରଫ ଶଙ୍କର। ତା’ ଘର ଶ୍ରୀକାକୁଲମ ଅଞ୍ଚଳରେ। ସେ ମାଓବାଦୀ ସଂଗଠନରେ ଆନ୍ଧ୍ର-ଓଡ଼ିଶା ସୀମା(ଏଓବି) ଇନଚାର୍ଜ ଭାବେ କାମ କରୁଥିଲା। ବୈଷୟିକ ଜ୍ଞାନକୌଶଳ, ଅସ୍ତ୍ରଶସ୍ତ୍ର ତିଆରି ଓ ଯୋଗାଯୋଗ ଭଳି କ୍ଷେତ୍ରରେ ଶଙ୍କରର ବେଶ ଆଧିପତ୍ୟ ରହିଥିଲା। ସେ ଦୀର୍ଘ ୨୦ ବର୍ଷ ହେଲା ନକ୍ସଲ ସଂଗଠନ ସହ ଜଡ଼ିତ ରହିବା ସହ ଏକାଧିକ ହମଲାରେ ସାମିଥିଲା ବୋଲି ଆନ୍ଧ୍ର ଗୁଇନ୍ଦା ଏଡିଜି ମହେଶ ଚନ୍ଦ୍ର ଲାଧା ସୂଚନା ଦେଇଛନ୍ତି। ବାକି ମୃତକଙ୍କ ପରିଚୟ ଖୋଜା ଚାଲିଥିବା ସେ କହିଛନ୍ତି। 

ଅନ୍ୟପକ୍ଷରେ ୫୦ ଜଣ ସିପିଆଇ(ମାଓବାଦୀ) ଅପରେଟିଭ୍ସଙ୍କୁ କ୍ରିଷ୍ଣା, ଇଲୁରୁ, ଏନଟିଆର ବିଜୟୱାଡା, କାକିନାଡା ଓ ଡ. ବିଆର ଆମ୍ବେଦକର କୋନାସୀମା ଜିଲ୍ଲାରୁ ଗିରଫ କରାଯାଇଛି। ଏମାନଙ୍କ ମଧ୍ୟରେ ୩ ଜଣ ସ୍ପେଶାଲ ଜୋନାଲ କମିଟି ସଦସ୍ୟ, ୨୩ ପ୍ଲାଟୁନ ସଦସ୍ୟ, ୫ ଡିଭିଜନାଲ କମିଟି ସଦସ୍ୟ ଓ ୧୯ ଜଣ ଏରିୟା କମିଟି ସଦସ୍ୟ ରହିଛନ୍ତି। ଗିରଫ ହୋଇଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ବରିଷ୍ଠ ମାଓବାଦୀ ନେତା, ଲଜିଷ୍ଟିକ ଏକ୍ସପର୍ଟ, କମ୍ୟୁନିକେସନ ଅପରେଟିଭ୍ସ, ଆର୍ମଡ ପ୍ଲାଟୁନ ମେମ୍ବର, ପାର୍ଟି ମେମ୍ବର ଓ ନିହତ ମାଓବାଦୀ ହିଡମାର ଯୋଗାଯୋଗରେ ଥିବା ଅନେକ ସଦସ୍ୟ ରହିଥିବା ଆନ୍ଧ୍ର ପ୍ରଦେଶ ପୁଲିସ୍‌ କହିଛି। 

୭ ମାଓବାଦୀ ନିହତ ହେବା ଓ ୫୦ ଜଣ ଗିରଫ ହେବା ସଂଗଠନର ଦକ୍ଷିଣ ବସ୍ତର ଓ ଦଣ୍ଡକାରଣ୍ୟ ନେଟୱର୍କ ପାଇଁ ଶକ୍ତ ଝଟକା ସଦୃଶ ହୋଇଛି। ମଙ୍ଗଳବାର ଆନ୍ଧ୍ର ପ୍ରଦେଶର ଆଲ୍ଲୁରି ସୀତାରାମରାଜୁ ଜିଲ୍ଲାରେ ହୋଇଥିବା ଏନକାଉଣ୍ଟର(Encounter)ରେ ହିଡାମ ସମେତ ତା’ ପତ୍ନୀ ରାଜେ ଓ କିଛି ଘନିଷ୍ଠ ସହଯୋଗୀଙ୍କୁ ମିଶାଇ ୬ ଜଣ ନିହତ ହୋଇଥିଲେ। 

ହିଡମା ମୁଣ୍ଡରେ ପ୍ରାୟ ୧ କୋଟି ଟଙ୍କାର ପୁରସ୍କାର ରହିଥିଲା। ତା’କୁ ଧରିବା ପାଇଁ ଏକାଧିକ ରାଜ୍ୟର ପୁଲିସ୍‌ ଉଦ୍ୟମ କରୁଥିଲେ। ନଭେମ୍ବର ୩୦ ପୂର୍ବରୁ ହିଡମାକୁ ଧରିବାକୁ ଟାର୍ଗେଟ ସେଟ କରାଯାଇଥିଲା। କିନ୍ତୁ ଏହା ପୂର୍ବରୁ ହିଡମାର ଖେଳ ଶେଷ କରି ଦେଇଛନ୍ତି ସୁରକ୍ଷାକର୍ମୀ। 

Naxal Encounter
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe