Advertisment

କୋଇଲା ଜାଳି ଶୋଇଥିଲା ପୂରା ପରିବାର, ୫ ମୃତ

ଗୋଟିଏ ରୁମ୍‌ରେ ପରିବାରର ୭ ଜଣ ଶୋଇଥିଲେ।

Angithi Death

Angithi Death

Advertisment

ରାତିରେ ଶୋଇଥିଲା ପୂରା ପରିବାର। କିନ୍ତୁ ସକାଳୁ ଜୀବନ୍ତ ଉଠିଲେ କେବଳ ଦୁଇ ଜଣ। ଅନ୍ୟ ୫ ଜଣଙ୍କ ମୃତ୍ୟୁ ହୋଇଛି। ଏଭଳି କିଛି ଭୟଙ୍କର ଘଟଣା ସାମ୍ନାକୁ ଆସିଛି ଉତ୍ତରପ୍ରଦେଶର ଅମରୋହାରୁ।

Advertisment

ଅମରୋହାର ଢ଼କ୍କା ମୋଡ ଗାଁରେ ସୋମବାର ଗୋଟିଏ ରୁମ୍‌ରେ ପରିବାରର ୭ ଜଣ ଶୋଇଥିଲେ। ସେମାନଙ୍କ ମଧ୍ୟରୁ ଶୋଇଥିବା ଅବସ୍ଥାରେ ୫ ଜଣଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

କୁହାଯାଉଛି ଯେ ସୋମବାର ରାତିରେ ଘରେ ନିଆଁ ଲଗାଇ ରଇସୁଦ୍ଧିନଙ୍କ ପରିବାର ଲୋକ ଶୋଇଥିଲେ। ମଙ୍ଗଳବାର ସକାଳେ ପରିବାରର ୫ ଜଣ ସଦସ୍ୟ ମୃତ ଅବସ୍ଥାରେ ପଡ଼ିଥିବାବେଳେ ଦୁଇ ଅଚେତ ଅବସ୍ଥାରେ ଥିବା ଜଣାପଡିଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ତୁରନ୍ତ ପୁଲିସକୁ ସୂଚନା ଦିଆଯାଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଥିସହ ଦୁଇ ଗୁରୁତରଙ୍କ ଚିକିତ୍ସା ପାଇଁ ହସ୍ପିଟାଲକୁ ନିଆଯାଇଛି।

Advertisment

ସୂଚନା ମୁତାବକ, ପଡୋଶୀମାନେ ମଙ୍ଗଳବାର ସକାଳ ଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ରଇସୁଦ୍ଦିନଙ୍କ ଘରେ କୌଣସି ଗତିବିଧି ଦେଖି ନଥିଲେ। ଏହାପରେ କିଛି ଅଘଟଣ ଘଟିଥାଇପାରେ ବୋଲି ସନ୍ଦେହ କହି ପଡୋଶୀ ଲୋକେ କବାଟ ଭାଙ୍ଗି ଘର ଭିତରେ ପଶିଥିଲେ। ପୂରା ଘର ଧୂଆଁରେ ଭର୍ତ୍ତି ହୋଇଥିବା ବେଳେ ଖଟ ଉପରେ ପରିବାର ଲୋକେ ମୃତଅବସ୍ଥାରେ ପଡିଥିବା ଦେଖିବାକୁ ପାଇଥିଲେ।

ପୁଲିସ କହିବା ମୁତାବକ, ରଇସୁଦ୍ଦିନଙ୍କ ପରିବାରର ସାତ ଜଣ ଶୀତରୁ ବଞ୍ଚିବା ପାଇଁ ଘରେ କୋଇଳା ଅଙ୍ଗାର ଜାଳି ଶୋଇଥିଲେ। ତେବେ କୋଇଲା ଧୂଆଁରେ ଶ୍ୱାସରୁଦ୍ଧ ହୋଇ ୫ ଜଣଙ୍କ ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ମୃତକଙ୍କ ମଧ୍ୟରେ ରଇସୁଦ୍ଦିନଙ୍କ ପତ୍ନୀଙ୍କ ସମେତ ତାଙ୍କର ତିନି ପିଲା ଅଛନ୍ତି। ସେହିପରି ତାଙ୍କ ସମ୍ପର୍କୀୟଙ୍କ ଦୁଇ ଜଣ ପିଲାଙ୍କ ମୃତ୍ୟୁ ହୋଇଛି। ପୁଲିସ ପୂରା ଘଟଣାର ତଦନ୍ତ ଜାରି ରଖିଛି।

Angithi Death Uttar Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe