Advertisment

ମହାରାଷ୍ଟ୍ର ଡାକ୍ତରଖାନାରେ ପୁଣି 7 ମୃତ, 2 ଦିନରେ ଗଲାଣି 31 ଜୀବନ

ନାନ୍ଦେଡର ଶଙ୍କରାଓ ଚୌହ୍ୱାନ ସରକାରୀ ହସ୍ପିଟାଲରେ ଗତ 24 ଘଣ୍ଟାରେ 24 ଜଣଙ୍କ ମୃତ୍ୟୁ ଘଟିଥିଲା। ପୁଣି ଏଠାରେ ଆଉ ସାତ ଜଣଙ୍କ ମୃତ୍ୟୁ ହୋଇଛି।

ଅଦ୍ୟତନ ହୋଇଛି
Shankarrao Chavan Government Hospital

Shankarrao Chavan Government Hospital

Advertisment

ମହାରାଷ୍ଟ୍ର ନାନ୍ଦେଡ ସ୍ଥିତ ସରକାରୀ ଡାକ୍ତରଖାନାରେ ଆଉ ସାତ ଜଣଙ୍କ ମୃତ୍ୟୁ। ମୃତ୍ୟୁସଂଖ୍ୟା 31ରେ ପହଞ୍ଚିଛି। ମାତ୍ର 48 ଘଣ୍ଟା ମଧ୍ୟରେ ଗୋଟିଏ ହସ୍ପିଟାଲରେ ଏତେ ସଂଖ୍ୟକ ରୋଗୀଙ୍କ ମୃତ୍ୟୁକୁ ନେଇ ଆତଙ୍କ ସୃଷ୍ଟି ହେଉଛି। ସାତ ଜଣ ମୃତକଙ୍କ ମଧ୍ୟରେ 4 ଜଣ ଛୋଟ ପିଲା ଥିବା ସୂଚନା ମିଳିଛି।

Advertisment

ଖବର ମୁତାବକ, ନାନ୍ଦେଡର ଶଙ୍କରାଓ ଚୌହ୍ୱାନ ସରକାରୀ ହସ୍ପିଟାଲରେ ଗତ 24 ଘଣ୍ଟାରେ 24 ଜଣଙ୍କ ମୃତ୍ୟୁ ଘଟିଥିଲା। ପୁଣି ଏଠାରେ ଆଉ ସାତ ଜଣଙ୍କ ମୃତ୍ୟୁ ହୋଇଛି। ମୋଟ 31 ମୃତକଙ୍କ ମଧ୍ୟରେ 16 ନବଜାତ କିମ୍ବା କମ୍ ବୟସର ପିଲା ଅଛନ୍ତି। ଏପରି ଏକ ଘଟଣାକୁ ନେଇ ଡାକ୍ତରଖାନାର ଅବହେଳାକୁ ଦାୟୀ କରାଯାଉଛି। ଏଥିସହ ମହାରାଷ୍ଟ୍ରର ଏକନାଥ ସିନ୍ଦେ ସରକାରଙ୍କୁ ଘେରିଛନ୍ତି ବିରୋଧୀ।

କିନ୍ତୁ ମେଡିକାଲ୍ ଡିନ୍ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଔଷଧ କିମ୍ବା ଡାକ୍ତରଙ୍କ ଅଭାବ କାରଣରୁ ମୃତ୍ୟୁ ଘଟୁଥିବାର ଯେଉଁ ଅଭିଯୋଗ ହେଉଛି ତାହା ମିଥ୍ୟା ବୋଲି ସେ କହିଛନ୍ତି। ଡିନ୍ କହିଛନ୍ତି, "ଉପଯୁକ୍ତ ଚିକିତ୍ସା ଦିଆଯିବା ସତ୍ତ୍ୱେ ରୋଗୀଙ୍କ ଶରୀରରେ ଚିକିତ୍ସାର କୌଣସି ପ୍ରଭାବ ପଡୁନାହିଁ। ଫଳରେ ସେମାନଙ୍କ ମୃତ୍ୟୁ ଘଟୁଛି।"

Advertisment

ସେପଟେ ମହାରାଷ୍ଟ୍ର ମେଡିକାଲ ଶିକ୍ଷାମନ୍ତ୍ରୀ ଆଜି ହସ୍ପିଟାଲ ପରିଦର୍ଶନରେ ବାହାରିଛନ୍ତି। ଏହା ପୂର୍ବରୁ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, "ଏପରି ଏକ ଦୁର୍ଭାଗ୍ୟଜନକ ଘଟଣା ଘଟିବାର ନଥିଲା। ମୁଁ ବର୍ତ୍ତମାନ ଡାକ୍ତରଖାନା ଅଭିମୁଖେ ବାହାରିଛି। ସେଠାରେ ଡାକ୍ତର କି ଔଷଧର କୌଣସି ଅଭାବ ନାହିଁ। ମୃତକଙ୍କ ବାବଦରେ ସମ୍ପୂର୍ଣ୍ଣ ଅନୁସନ୍ଧାନ କରାଯିବ, ଯଦି ଅବହେଳା କାରଣରୁ ସେମାନଙ୍କ ମୃତ୍ୟୁ ଘଟିଥିବ ତେବେ ଦୋଷୀଙ୍କୁ ଉପଯୁକ୍ତ ଦଣ୍ଡ ଦିଆଯିବ।"

Maharashtra News Maharashtra Hospital Hospital Death News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe