Advertisment

ବେବି କେୟାର୍‌ ସେଣ୍ଟର୍‌ରେ ଲାଗିଲା ନିଆଁ, ୭ ଶିଶୁ ମୃତ

ଜଣଙ୍କୁ ଭେଣ୍ଟିଲେଟର୍‌ରେ ଭର୍ତ୍ତି କରାଯାଇଥିବା ବେଳେ ଅନ୍ୟ ୪ ନବଜାତ ଶିଶୁଙ୍କ ଅବସ୍ଥା ଗୁରୁତର ରହିଛି।

Baby-Hospital-Fire-Delhi

Baby-Hospital-Fire-Delhi

Advertisment

ବେବି କେୟାର୍‌ ସେଣ୍ଟରେ ଲାଗିଲା ନିଆଁ। ଆଖି ବୁଜିଲେ ୭ କଅଁଳ ଶିଶୁ। ସେହିପରି ଅନେକଙ୍କ ଅବସ୍ଥା ଗୁରୁତର ରହିଛି। ଦେଶର ରାଜଧାନୀ ଦିଲ୍ଲୀରେ ଘଟିଛି ଏଭଳି କିଛି ଅଭାବନୀୟ ଘଟଣା।

Advertisment

ଶନିବାର ବିଳମ୍ବିତ ଦିଲ୍ଲୀର ବିବେକ ବିହାରରେ ଥିବା ଏକ ବେବି କେୟାର୍‌ ସେଣ୍ଟରେ ଅଗ୍ନିକାଣ୍ଡ ଘଟିଥିଲା। ସୂଚନା ପାଇ ଦମକଳ ବିଭାଗର ୮ଟି ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଏଥିସହ ୧୨ ଜଣ ଶିଶୁ ଉଦ୍ଧାର କରାଯାଇଥିଲା। ତେବେ ଏଥିରୁ ୭ ଜଣ ନବଜାତ ଶିଶୁଙ୍କ ମୃତ୍ୟୁ ହୋଇଛି। ଜଣଙ୍କୁ ଭେଣ୍ଟିଲେଟର୍‌ରେ ଭର୍ତ୍ତି କରାଯାଇଥିବା ବେଳେ ଅନ୍ୟ ୪ ନବଜାତ ଶିଶୁଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ଇଷ୍ଟ ଦିଲ୍ଲୀ ଆଡଭାନ୍ସଡ୍‌ କେୟାର ହସ୍ପିଟାଲର ଏନ୍‌ଆଇସିୟୁରେ ଭର୍ତ୍ତି କରାଯାଇଛି।

ପୁଲିସ ସୂଚନା ମୁତାବକ, ଶନିବାର ରାତି ସାଢ଼େ ୧୧ ଟାରେ ଏହି ବେବି କେୟାର ସେଣ୍ଟରରେ ଅଗ୍ନିକାଣ୍ଡ ଘଟିଥିବା ନେଇ ପିସିଆର୍‌କୁ ଫୋନ୍‌ କଲ୍‌ ଆସିଥିଲା। ଏହାପରେ ତୁରନ୍ତ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ଓ ଉଦ୍ଧାରକାରୀ ଟିମ୍‌ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲା। ତେବେ ଏହି ବେବି କେୟାର ସେଣ୍ଟରରେ ହଠାତ୍‌ କିଭଳି ଅଗ୍ନିକାଣ୍ଡ ଘଟିଲା ସେ ନେଇ କୌଣସି ସୂଚନା ମିଳିନାହିଁ। ସଟ୍‌ ସର୍କିଟ୍‌ ଯୋଗୁ ଏହି ନିଆଁ ଲାଗିଥାଇ ପାରେ ବୋଲି ସନ୍ଦେହ କରାଯାଉଛି। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

Advertisment

ଅଗ୍ନିଶମ ବିଭାଗ ଅଧିକାରୀଙ୍କ କହିବା ମୁତାବକ, ନିଆଁ ଏତେ ଭୟଙ୍କର ଥିଲା ଯେ, ଏଥିରେ ଆଖପାଖରେ ଥିବା ଦୁଇଟି ବିଲ୍ଡିଂ ପ୍ରଭାବିତ ହୋଇଛି। ଏହି ବେବି କେୟାର୍‌ ସେଣ୍ଟର ପାଖରେ ଥିବା ଏକ ଦୁଇ ମହଲା କୋଠାକୁ ମଧ୍ୟ ନିଆଁ ବ୍ୟାପି ଯାଇଛି। ଏଠାରୁ ୧୦ରୁ ୧୧ ଜଣ ଲୋକଙ୍କୁ ଉଦ୍ଧାର କରାଯାଇଛି।

Delhi Fire Breaksout In Baby Care Center Delhi Children's Hospital
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe