Advertisment

ଖାଇକୁ ଖସିଲା ଯାତ୍ରୀବାହୀ ବସ୍‌, ଚାଲିଗଲା ୧୩ ଜୀବନ

ଆଜି ସକାଳୁ ମୁମ୍ବାଇ- ପୁଣେ ପୁରୁଣା ରାଜପଥରେ ଏକ ଭୟଙ୍କର ଦୁର୍ଘଟଣା ଘଟି ଅକାଳରେ ଚାଲି ଯାଇଛି ୧୩ ଜୀବନ । ଏକ ଯାତ୍ରୀବାହୀ ବସ୍‌ ୧୫୦ ଫୁଟ ଗଭୀର ଖାଇରେ ପଡ଼ିଯିବାରୁ ଏହି ଦୁର୍ଘଟଣା ଘଟିଛି।

ଅଦ୍ୟତନ ହୋଇଛି
Accident

Accident

Advertisment

ଆଜି ସକାଳୁ ମୁମ୍ବାଇ- ପୁଣେ ପୁରୁଣା ରାଜପଥରେ ଏକ ଭୟଙ୍କର ଦୁର୍ଘଟଣା ଘଟି ଅକାଳରେ ଚାଲି ଯାଇଛି ୧୩ ଜୀବନ । ଏକ ଯାତ୍ରୀବାହୀ ବସ୍‌ ୧୫୦ ଫୁଟ ଗଭୀର ଖାଇରେ ପଡ଼ିଯିବାରୁ ଏହି ଦୁର୍ଘଟଣା ଘଟିଛି।

Advertisment

ଗୋରେଗାଓଁ ଅଞ୍ଚଳର ଏକ ସଂଗଠନ ସହ ଜଡିତ ପ୍ରାୟ ୪୦ ଜଣ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପୁଣେ ଯାଇଥିଲେ। ସେମାନେ ପୁଣେରୁ ବସ୍‌ରେ ଘରମୁହାଁ ହୋଇଥିଲେ । ମାତ୍ର ଖୋପୋଲି ଅଞ୍ଚଳ ଦେଇ ବସ୍‌ଟି ଆଜି ସକାଳେ ଅତିକ୍ରମ କରୁଥିବା ବେଳେ ହଠାତ୍‌ ଭାରସାମ୍ୟ ହରାଇ ୧୫୦ ଫୁଟ ତଳକୁ ଖସି ପଡ଼ିଥିଲା।

ଖବର ପାଇ ତୁରନ୍ତ ପୁଲିସ୍‌, ଅଗ୍ନିଶମ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ବସ୍‌ଟି ବହୁ ଗଭୀରରେ ଖସି ପଡ଼ିଥିବାରୁ ଉଦ୍ଧାର କାର୍ଯ୍ୟ ଖୁବ୍‌ କଷ୍ଟକର ଥିଲା। ବସ୍‌ ମଧ୍ୟରୁ ୭ ମୃତଦେହ ଉଦ୍ଧାର ହୋଇଥିବା ବେଳେ ୩୦ରୁ ଊର୍ଦ୍ଧ୍ୱ ଆହତଙ୍କୁ ବିଭିନ୍ନ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ମେଡିକାଲରେ ୬ ଜଣଙ୍କ ମୃତ୍ୟୁ ହୋଇଥିଲା । ଅନ୍ୟମାନଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି। 

Advertisment

ରାୟଗଡ଼ ଏସ୍‌ପିଙ୍କ ସମେତ ବରିଷ୍ଠ ପୁଲିସ୍‌ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ତେବେ ଦୁର୍ଘଟଣା କ’ଣ ପାଇଁ ହେଲା ତାହାର ପ୍ରକୃତ କାରଣ ସ୍ପଷ୍ଟ ହୋଇପାରି ନାହିଁ ।

Accident Road Accident Dead Body
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe