Fire
ମହାରାଷ୍ଟ୍ରର ଛତ୍ରପତି ଶମ୍ଭାଜିନଗରରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏକ ଘରେ ନିଆଁ ଲାଗିବାରୁ ଗୋଟିଏ ପରିବାରର ୭ ଜଣ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି। ମୃତକଙ୍କ ମଧ୍ୟରେ ୩ ମହିଳା, ୨ ଶିଶୁ ଓ ୨ ପୁରୁଷ ଅଛନ୍ତି।
Advertisment
ଶମ୍ଭାଜିନଗରରେ ଥିବା ଏକ ତିନି ମହଲା ବିଲ୍ଡିଂରେ ହଠାତ୍ ନିଆଁ ଲାଗି ଯାଇଥିଲା। ବିଲ୍ଡିଂର ତଳ ମହଲାରେ ଥିବା କପଡ଼ା ଗୋଦାମରେ ହଠାତ୍ ନିଆଁ ଲାଗି ଯାଇଥିବା ବେଳେ ତାହା ଆଖି ପିଛୁଳାକେ ଉପରକୁ ବ୍ୟାପି ଯାଇଥିଲା।
ଫଳରେ ଉପରେ ରହୁଥିବା ପରିବାର ତଳକୁ ଓହ୍ଲାଇ ନ ପାରି ଜୀବନ୍ତ ଦଗ୍ଧ ହୋଇ ଯାଇଥିଲେ। ତୁରନ୍ତ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏହାପରେ ମୃତଦେହଗୁଡ଼ିକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ପୁଲିସ୍ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
