Advertisment

ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ୭ ଶୁଟରଙ୍କୁ ବାନ୍ଧିଲା ପୁଲିସ୍‌

ସେମାନଙ୍କ ନିକଟରୁ ୬ଟି ସେମି ଅଟୋମେଟିକ ବନ୍ଧୁକ ଓ ବିପୁଳ ପରିମାଣର ଗୁଳି ଜବତ କରାଯାଇଥିବା ଦିଲ୍ଲୀ ପୁଲିସ୍‌ର ସ୍ପେଶାଲ ସେଲ ସୂଚନା ଦେଇଛି।

author-image
Hemant Lenka
Lawrence

Lawrence

ପୁଲିସକୁ ମିଳିଛି ବଡ଼ ସଫଳତା। କୁଖ୍ୟାତ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗରେ ଶୁଟର ଭାବେ କାମ କରୁଥିବା ୭ ଜଣଙ୍କୁ ଗିରଫ କରାଯାଇଛି। ୪୮ ଘଣ୍ଟା ଧରି ପଞ୍ଜାବ, ହରିୟାଣା, ରାଜସ୍ଥାନ ଓ ଦିଲ୍ଲୀରେ ପୁଲିସ୍‌ କରୁଥିବା ଧରପଗଡ଼ ପରେ ଏପରି ଗିରଫଦାରୀ ହୋଇଛି। 

Advertisment

ସେମାନଙ୍କ ନିକଟରୁ ୬ଟି ସେମି ଅଟୋମେଟିକ ବନ୍ଧୁକ ଓ ବିପୁଳ ପରିମାଣର ଗୁଳି ଜବତ କରାଯାଇଥିବା ଦିଲ୍ଲୀ ପୁଲିସ୍‌ର ସ୍ପେଶାଲ ସେଲ ସୂଚନା ଦେଇଛି। ନିକଟରେ ମୁମ୍ବାଇ ବରିଷ୍ଠ ରାଜନେତା ବାବା ସିଦ୍ଦିକିଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା।

ସେହିପରି ବଲିଉଡ ଅଭିନେତା ସଲମାନ ଖାନଙ୍କ ଘରେ ବାହାରେ ମଧ୍ୟ ଗୁଳିକାଣ୍ଡ ହୋଇଥିଲା। ଏଥିସହ ବିଷ୍ଣୋଇ ଗ୍ୟାଙ୍ଗ ଆଉ କେଉଁ ସବୁ ଘଟଣାରେ ସାମିଲ ଅଛି, ସେ ବିଷୟରେ ଗିରଫ ୭ ଶୁଟରଙ୍କୁ ଜେରା କରାଯାଉଛି।

Advertisment

ସୂତ୍ର ଅନୁସାରେ, ବୁଧବାର ଠାରୁ ଗିରଫଦାରୀ ଆରମ୍ଭ ହୋଇଛି। ବିଷ୍ଣୋଇ ଗ୍ୟାଙ୍ଗର ସଦସ୍ୟମାନଙ୍କୁ ସେମାନଙ୍କ ଟାର୍ଗେଟଗୁଡ଼ିକର ତାଲିକା ଦିଆଯାଇଥିଲା। ସେମାନଙ୍କ ତାଲିକାରେ ହରିୟାଣା ଓ ରାଜସ୍ଥାନରେ ଜଣେ ଲେଖାଏ ବ୍ୟକ୍ତି ଥିଲେ।

ସେମାନଙ୍କୁ ଗୁଳି କରିବା ପାଇଁ ହୋଇଥିବା ଯୋଜନାକୁ ଅରଜୁ ବିଷ୍ଣୋଇ ଗ୍ରୀନ ସିଗ୍ନାଲ ଦେଇଥିଲା। ଲରେନ୍ସ ବିଷ୍ଣୋଇ ଜେଲରେ ରହି ରଣନୀତି କରୁଥିବା ବେଳେ ଅରୁଜ ବାହାରେ ରହି ଏହାକୁ କାର୍ଯ୍ୟକାରୀ କରୁଛି।

Lawrence Bishnoi Lawrence Bishnoi Gang