Advertisment

ଓଡ଼ିଆ ଯବାନ ସହିଦ ହେବା ଘଟଣାରେ ସାମିଲ ଥିଲେ ୭ ଆତଙ୍କୀ, ଧରିବାକୁ ବଡ଼ ସର୍ଚ୍ଚଅପରେସନ

ଗୁରୁବାର ଅପରାହ୍ନ ୩ଟାରେ ରାଷ୍ଟ୍ରୀୟ ରାଇଫଲ୍ସର ଯବାନମାନେ ଟ୍ରକ ଯୋଗେ ଭିମ୍ବେର ଗଳି ଅଞ୍ଚଳ ଅତିକ୍ରମ କରୁଥିଲେ। ଏତିକି ବେଳେ ଆତଙ୍କବାଦୀମାନେ ପ୍ରଥମେ ଗୁଳି ଓ ପରେ ଗ୍ରେନେଡ ମାଡ଼ କରିଥିଲେ। ଫଳରେ ଟ୍ରକ୍‌ରେ ନିଆଁ ଲାଗି ଯାଇଥିଲା।

Army

Army

Advertisment

ଜମ୍ମୁ-କଶ୍ମୀରର ପୁଞ୍ଚରେ ହୋଇଥିବା ଆତଙ୍କବାଦୀ ହମଲା ପରେ ବଡ଼ଧରଣର ସର୍ଚ୍ଚ ଅପରେସନ ଆରମ୍ଭ କରିଛି ଭାରତୀୟ ସେନା। ଡ୍ରୋନ ଠାରୁ ଆରମ୍ଭ କରି ସନ୍ଧାନୀ କୁକୁରଙ୍କ ଦ୍ୱାରା ଆତଙ୍କବାଦୀଙ୍କ ପାଖରେ ପହଞ୍ଚିବାକୁ ଉଦ୍ୟମ କରାଯାଉଛି। ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ମଧ୍ୟ ହମଲା ହୋଇଥିବା ସ୍ଥାନରେ ପହଞ୍ଚି ଛାନଭିନ ଆରମ୍ଭ କରିଛି। ହେଲେ ଏଯାଏ ସୁରକ୍ଷାକର୍ମୀଙ୍କୁ ସଫଳତା ମିଳିନି।

Advertisment

ଗୁରୁବାର ଅପରାହ୍ନ ୩ଟାରେ ରାଷ୍ଟ୍ରୀୟ ରାଇଫଲ୍ସର ଯବାନମାନେ ଟ୍ରକ ଯୋଗେ ଭିମ୍ବେର ଗଳି ଅଞ୍ଚଳ ଅତିକ୍ରମ କରୁଥିଲେ। ଏତିକି ବେଳେ ଆତଙ୍କବାଦୀମାନେ ପ୍ରଥମେ ଗୁଳି ଓ ପରେ ଗ୍ରେନେଡ ମାଡ଼ କରିଥିଲେ। ଫଳରେ ଟ୍ରକ୍‌ରେ ନିଆଁ ଲାଗି ଯାଇଥିଲା।

ନିଆଁରେ ପୋଡ଼ି ହୋଇ ୫ ଜଣ ଯବାନ ସହିଦ ହୋଇଥିଲେ। ଏମାନଙ୍କ ମଧ୍ୟରେ ଓଡ଼ିଶାର ବୀର ଯବାନ ଦେବାଶିଷ ବଶ୍ୱାଳ ମଧ୍ୟ ରହିଛନ୍ତି। ଅନ୍ୟ ୪ ସହିଦଙ୍କ ଘର ପଞ୍ଜାବରେ। ଦେବାଶିଷ ଭାରତୀୟ ସେନାର ରାଷ୍ଟ୍ରୀୟ ରାଇଫଲ୍ସରେ କାମ କରୁଥିଲେ। ସେ ତାଙ୍କ ସାଥୀ ଯବାନଙ୍କ ସହ ଆତଙ୍କୀ ନିରୋଧ ଅପରେସନ ପାଇଁ ଯାଇଥିବା ବେଳେ ଆତଙ୍କବାଦୀ ହମଲାରେ ଦେଶ ପାଇଁ ବଳିଦାନ ଦେଇଛନ୍ତି।

Advertisment

ଏବେ ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ହମଲାରେ ୬ରୁ ୭ ଜଣ ଆତଙ୍କବାଦୀ ସାମିଲ ଥିଲେ। ସେମାନେ ଲଗାଣ ବର୍ଷା ଓ ଲୋ ଭିଜିବିଲିଟିର ସୁଯୋଗ ନେଇ ଯବାନଙ୍କ ଟ୍ରକ୍‌କୁ ୩ ପଟୁ ଗୁଳିମାଡ଼ କରିଥିଲେ। ଏଥିସହ ଗ୍ରେନେଡ ମାଡ଼ କରିଥିଲେ। ଗୁଳି ଓ ଗ୍ରେନେଡ ମାଡ଼ ଯୋଗୁ ଟ୍ରକ୍‌ର ତେଲ ଟାଙ୍କି ବିସ୍ଫୋରଣ ହୋଇଥିଲା। ଏଥିଯୋଗୁ ଟ୍ରକ୍‌ରେ ନିଆଁ ଲାଗି ଯାଇଥିଲା।

ଭାରତୀୟ ସେନା ୫ ଜଣ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ସ୍ଥାନୀୟ ଅଞ୍ଚଳରେ ଅପରେସନକୁ ଜୋରଦାର କରିଛି। ଏକାଧିକ ସ୍ପେଶାଲ ଫୋର୍ସ ଟିମକୁ ରଜୌରୀ-ପୁଞ୍ଚ ସେକ୍ଟରର ବିଭିନ୍ନ ସ୍ଥାନରେ ମୁତୟନ କାରାଯାଇଛି। ଆତଙ୍କାବଦୀମାନେ ଏବେ ବି ସ୍ଥାନୀୟ ଅଞ୍ଚଳରେ ଲୁଚି ରହିଥିବାରୁ ଡ୍ରୋନ, ସନ୍ଧାନୀ କୁକୁର ଓ ହେଲିକପ୍ଟର ଦ୍ୱାରା ସେମାନଙ୍କୁ ଧରିବା ପ୍ରୟାସ କରାଯାଉଛି।

ଜଣେ ସେନା ଅଧିକାରୀ କହିଛନ୍ତି, “ଦୁଇଟି ଗ୍ରୁପ୍‌ରେ ଅପରେଟ କରୁଥିବା ୬ରୁ ୭ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ଆର୍ମି ଓ ସୁରକ୍ଷା ଏଜେନ୍ସିକୁ ସୂଚନା ମିଳିଛି। ସେମାନେ ରଜୌରୀ ଓ ପୁଞ୍ଚ ସେକ୍ଟରରେ ଲୁଚି ରହିଥିବା ଜଣାପଡ଼ିଛି। ଏଥିପାଇଁ ବଡ଼ଧରଣର ସର୍ଚ୍ଚ ଅପରେସନ କରାଯାଉଛି। ସବୁ ପ୍ରକାରର ଅତ୍ୟାଧୁନିକ ଜିନିଷକୁ ମଧ୍ୟ ସର୍ଚ୍ଚ ଅପରେସନ ବେଳେ ବ୍ୟବହାର କରାଯାଉଛି। ଭାରତୀୟ ସେନାର ଯବାନଙ୍କ ବ୍ୟତୀତ ଜମ୍ମୁ-କଶ୍ମୀର ପୁଲିସ୍‌ ଓ ଗୁଇନ୍ଦା ବିଭାଗ ମଧ୍ୟ ଅପରେସନରେ ସାମିଲ ହୋଇଛି।”

ପାକିସ୍ତାନରେ ସକ୍ରିୟ ଲସ୍କର-ଇ-ତାଏବାର ଆତଙ୍କବାଦୀମାନେ ଏଲଓସି ଡେଇଁ ଜମ୍ମୁ-କଶ୍ମୀରରେ ପ୍ରବେଶ କରିଥିବା କୁହାଯାଉଛଛି। ଏଥିପାଇଁ ଏଲଓସିରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି।

Odisha Jammu Kashmir Indian Army Army Jawan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe