Advertisment

୭ ବର୍ଷର କ୍ୟାନସର ପୀଡିତ ପୁଅକୁ କରାଉଥିଲେ ଗଙ୍ଗାସ୍ନାନ, ଚାଲିଗଲା ଜୀବନ

ରକ୍ତ କର୍କଟରେ ପୀଡିତ ସାତବର୍ଷର ପୁଅକୁ ଜୋର ଜବରଦସ୍ତ ଗଙ୍ଗାସ୍ନାନ କରାଇବାରୁ ଶ୍ୱାସରୁଦ୍ଧ ହୋଇ ତା'ର ଜୀବନ ଚାଲିଯାଇଛି।

Haridwar

Haridwar

Advertisment

ବିଜ୍ଞାନର ଅଗ୍ରଗତି, ଚିକିତ୍ସା ପଦ୍ଧତିରେ ବ୍ୟାପକ ପରିବର୍ତ୍ତନ ସତ୍ତ୍ୱେ ଆଜି ବି ଲୋକେ ଅନ୍ଧବିଶ୍ୱାସରେ କବଳିତ। ରୋଗ ଭଲ ପାଇଁ ଡାକ୍ତରୀ ଚିକିତ୍ସା ପରିବର୍ତ୍ତେ କଠୋର ପୂଜା-ପାଠର ଭ୍ରମରେ ପଡୁଛନ୍ତି, ଆଉ ଏହି ଭ୍ରମ ଜଣେ କୋମଳମତି ଶିଶୁର ଜୀବନ ନେଇଯାଇଛି।

Advertisment

ଜାଣିଲେ ଆଶ୍ଚର୍ଯ୍ୟ ହେବେ, ରକ୍ତ କର୍କଟରେ ପୀଡିତ ସାତବର୍ଷର ପୁଅକୁ ଜୋର ଜବରଦସ୍ତ ଗଙ୍ଗାସ୍ନାନ କରାଇବାରୁ ଶ୍ୱାସରୁଦ୍ଧ ହୋଇ ତା'ର ଜୀବନ ଚାଲିଯାଇଛି। ଏପରି ଏକ ହୃଦୟ ବିଦାରକ ଦୃଶ୍ୟ ଉତ୍ତରାଖଣ୍ଡର ହରିଦ୍ୱାରରେ ଘଟିଛି।

ପୁଲିସର କହିବା ଅନୁସାରେ, ଗଙ୍ଗାରେ ସ୍ନାନ କରାଇବା ପରେ ପୁଅର କ୍ୟାନସର ଭଲ ହୋଇଯିବ ବୋଲି ବାପା-ମାଆ ବିଶ୍ୱାସ କରୁଥିଲେ। ଫଳରେ ପୁଅକୁ ହରିଦ୍ୱାର ଗଙ୍ଗାପୀଠକୁ ଆଣି ମନ୍ତ୍ରପାଠ କରାଉଥିଲେ। ବାପା-ମାଆ ମନ୍ତ୍ରଧ୍ୱନୀ ଉଚ୍ଚାରଣ କରୁଥିବା ବେଳେ ପୁଅକୁ ତାଙ୍କର ଜଣେ ମାଉସୀ ବାରମ୍ବାରେ ପାଣିରେ ବୁଡାଉଥିଲେ ଉଠାଇଥିଲେ। ସେ ଚିତ୍କାର କରିବା ପରେ ମଧ୍ୟ ଶୁଣିନଥିଲେ। ବାରମ୍ବାର ଏପରି କରିବା ଫଳରେ ପୁଅଟିର ମୃତ୍ୟୁ ହୋଇଯାଇଛି।

Advertisment

ସେଠାରେ ଉପସ୍ଥିତ ଲୋକେ ସମ୍ପୃକ୍ତ ମହିଳାଙ୍କୁ ଏଥିପ୍ରତି ବାରଣ କରିଥିଲେ ମଧ୍ୟ ସେ ଶୁଣିନଥିବା ପୁଲିସ କହିଛି। ପ୍ରତ୍ୟକ୍ଷଦର୍ଶୀ ଏନେଇ ପୁଲିସରେ ଅଭିଯୋଗ କରିଛନ୍ତି। ପୁଲିସ ବାପା-ମାଆ ଏବଂ ମାଉସୀଙ୍କୁ ଅଟକ ରଖି ପଚରାଉଚରା କରୁଛି। 

Ganga River Uttarakhand Cancer Boy Die In Haridwar Haridwar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe