Advertisment

ଖେଳୁଥିବା ବେଳେ ୭ ବର୍ଷର ଝିଅକୁ ଟାଣି ନେଲା ପିଟ୍‌ବୁଲ୍‌

ଝିଅଟିକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Pitbull Attack

Pitbull Attack

Advertisment

ଥମୁନି କୁକୁରଙ୍କ ଆକ୍ରମଣ। ଛୋଟ ଛୁଆଙ୍କୁ ଦେଖିଲେ ଝୁଣି ପକାଉଛନ୍ତି କୁକୁର। ରାଜଧାନୀ ଦିଲ୍ଲୀରେ ପୁଣି ଥରେ ପିଟ୍‌ ବୁଲ୍‌ ଆକ୍ରମଣ ଘଟଣା ସାମ୍ନାକୁ ଆସିଛି। ଏଠାକାର ଏକ ପୋଷା ପିଟ୍‌ବୁଲ କୁନି ଝିଅକୁ ଟାଣି ନେଇ ରକ୍ତାକ୍ତ କରିଦେଇଛି। ଦିଲ୍ଲୀର ଶହାଦରା ସ୍ଥିତ ଜଗତପୁରୀ ଅଞ୍ଚଳରେ ଘଟିଛି ଏଭଳି କିଛି ଘଟଣା। 

Advertisment

ଶୁକ୍ରବାର ସାତ ବର୍ଷର ଝିଅଟିଏ ନିଜ ଘର ବାହାରେ ଖେଳୁଥିଲା। ଏହି ସମୟରେ କୁକୁରଟି(ପିଟ୍‌ବୁଲ) ହଠାତ୍‌ ତା'ଉପରକୁ ଆକ୍ରମଣ କରିଥିଲା। ଏହାଦେଖି ଝିଅଟିକୁ କୁକୁର ମୁହଁରୁ ବଞ୍ଚାଇବା ପାଇଁ ପଡୋଶୀମାନେ ଦୌଡିଥିଲେ। ତେବେ ଏହା ପୂର୍ବରୁ ପିଟ୍‌ବୁଲ ଝିଅକୁ ଆକ୍ରମଣ କରି ନିଜ ଆଡକୁ ଟାଣି ନେଇ ଦୌଡିଥିଲା। ପରେ ଝିଅକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତା' ଅବସ୍ଥା ବର୍ତ୍ତମାନ ସ୍ଥିର ଥିବା ସୂଚନା ମିଳିଛି।

ଏହି ମାମଲାରେ ଆହତ କୁନି ଝିଅର ବାପା କୁକୁର ମାଲିକଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ପିଲାଟିର ମା'ଙ୍କ ବୟାନ ରେକର୍ଡ କରିବା ସହ ଉକ୍ତ ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜ ମଧ୍ୟ ଚେକ୍‌ କରିଛି ପୁଲିସ। ପିଟ୍‌ବୁଲର ମାଲିକ ଶିବାନନ୍ଦ ଭାସ୍କରଙ୍କ ବିରୋଧରେ ଆଇପିସି ଧାରା ୨୮୯ ଓ ୩୩୭ ଅନୁଯାୟୀ ମାମଲା ରୁଜୁ କରାଯାଇଥିବା ପୁଲିସ କହିଛି।

Advertisment

ଗତ କିଛି ଦିନ ହେବ କୁକୁର ଆକ୍ରମଣର ଅନେକ ଘଟଣା ସାମ୍ନାକୁ ଆସିଛି। ଗତ ସପ୍ତାହରେ, ଦିଲ୍ଲୀର ତୁଗଲକ୍ ରୋଡ୍ ଅଞ୍ଚଳରେ ଜଣେ ଦୁଇ ବର୍ଷର କୁନି ଝିଅକୁ ଦଳେ କୁକୁର ଘେରି ଯାଇ ଝୁଣି ଝୁଣି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ସେହିପରି ଜାନୁଆରୀ ୨୨ ତାରିଖ ଦିନ ଦିଲ୍ଲୀର ବିଶ୍ୱାସନଗରରେ ମଧ୍ୟ ସମାନ ଘଟଣା ସାମ୍ନାକୁ ଆସିଥିଲା। ଜଣେ ୨ ବର୍ଷର ଝିଅକୁ ଏକ ବୁଲା କୁକୁର ଆକ୍ରମଣ କରି ରକ୍ତାକ୍ତ କରିଦେଇଥିଲେ। 

Delhi Dog Attack Pitbull Attack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe