Advertisment

କାର୍‌ ବନେଟ୍‌ରେ ବୃଦ୍ଧଙ୍କୁ ୮ କିମି ଘୋଷାଡ଼ି ନେଲେ, ତା’ ପରେ ଗାଡ଼ି ଚଢ଼ାଇ ଦେଲେ

ଦ୍ରୁତଗାମୀ କାର୍‌ ଜଣେ ୭୦ ବର୍ଷୀୟ ବ୍ୟକ୍ତିଙ୍କୁ ଧକ୍କା ଦେବା ସହ ତାଙ୍କୁ ବନେଟ ଉପରେ ଦୀର୍ଘ ୮କିମି ରାସ୍ତା ଘୋଷାଡ଼ି ନେଇଛି। ଏହାପରେ ଡ୍ରାଇଭର ବ୍ରେକ ମାରିବାରୁ ବୃଦ୍ଧ ଜଣଙ୍କ ତଳେ ପଡ଼ି ଯାଇଥିଲେ। ଏହି ସମୟରେ କାର୍‌ଟି ତାଙ୍କ ଉପରେ ମାଡ଼ି ଯିବାରୁ ଘଟଣାସ୍ଥଳରେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି।

Accident

Accident

Advertisment

ପୁଣିଥରେ ଗୋଟିଏ ଭୟଙ୍କର ହିଟ୍‌ ଆଣ୍ଡ ରନ୍‌ ମାମଲା ସାମ୍ନାକୁ ଆସିଛି। ଗୋଟିଏ ଦ୍ରୁତଗାମୀ କାର୍‌ ଜଣେ ୭୦ ବର୍ଷୀୟ ବ୍ୟକ୍ତିଙ୍କୁ ଧକ୍କା ଦେବା ସହ ତାଙ୍କୁ ବନେଟ ଉପରେ ଦୀର୍ଘ ୮କିମି ରାସ୍ତା ଘୋଷାଡ଼ି ନେଇଛି। ଏହାପରେ ଡ୍ରାଇଭର ବ୍ରେକ ମାରିବାରୁ ବୃଦ୍ଧ ଜଣଙ୍କ ତଳେ ପଡ଼ି ଯାଇଥିଲେ। ଏହି ସମୟରେ କାର୍‌ଟି ତାଙ୍କ ଉପରେ ମାଡ଼ି ଯିବାରୁ ଘଟଣାସ୍ଥଳରେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି।

Advertisment

ଘଟଣା ପରେ ଡ୍ରାଇଭର ଜଣଙ୍କ ପିପ୍ରାକୋଠୀ ନିକଟରେ ଗାଡ଼ି ଛାଡ଼ି ଫେରାର ହୋଇଯାଇଛନ୍ତି। ବିହାରର ପୂର୍ବ ଚମ୍ପାରନ ଘଟିଥିବା ଏହି ଘଟଣା ପୁଣିଥରେ ସମସ୍ତଙ୍କୁ ଦିଲ୍ଲୀ କଥା ମନେପକାଇ ଦେଇଛି। ଜାନୁଆରୀ ୩୧ରେ ଦିଲ୍ଲୀରେ ଜଣେ ଯୁବତୀଙ୍କୁ ଗୋଟିଏ କାର୍‌ ଧକ୍କା ଦେବା ସହ ତାଙ୍କୁ ଦୀର୍ଘ ୧୨ କିମି ରାସ୍ତା ଘୋଷାଡ଼ି ନେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

ଏବେ ବିହାରରୁ ସମାନ ଘଟଣା ସାମ୍ନାକୁ ଆସିଛି। ବାଙ୍ଗରା ଗାଁରେ ରହୁଥିବା ୭୦ ବର୍ଷୀୟ ଶଙ୍କର ଚୌଧୁରୀ ସାଇକେଲ ଯୋଗେ ଏଚ ୨୮କୁ ଲାଗିଥିବା କୋଟୱା ରାସ୍ତାରେ ଯାଉଥିଲା। ଏହି ସମୟରେ ତାଙ୍କୁ ଗୋଟିଏ ଦ୍ରୁତଗାମୀ କାର ଧକ୍କା ଦେଇଥିଲା। ପିପ୍ରିକୋଠୀ ପୁଲିସ୍‌ ଷ୍ଟେସନର ଏସଏଚଓ ଅନୁଜ କୁମାର ସିଂହ କହିଛନ୍ତି, ଦୁର୍ଘଟଣା ଘଟାଇଥିବା କାର୍‌କୁ ଜବତ କରାଯାଇଛି। ଏବେ ଗାଡ଼ିର ମାଲିକ କିଏ, ତା’ର ଯାଞ୍ଚ କରାଯାଉଛି।

Advertisment

କାର୍‌ଟି ଗୋପାଳଗଞ୍ଜ ସାଇଡ୍‌ରୁ ଆସୁଥିଲା। ଏହି ସମୟରେ ଗାଡ଼ିଟି ଶଙ୍କରଙ୍କୁ ଧକ୍କା ଦେଇଥିଲା। ଫଳରେ ସେ କାର୍‌ର ବନେଟରେ ଲାଖି ଯାଇଥିଲେ। ବନେଟରେ ସେ ପ୍ରାୟ ୧ ଘଣ୍ଟା ଧରି ଲାଖି ରହିଥିଲେ। ଶଙ୍କର ବନେଟରେ ଲାଖି ଥିଲେ ମଧ୍ୟ ଗାଡ଼ିକୁ ଡ୍ରାଇଭର ଅଟକାଇ ନଥିଲେ। ସ୍ଥାନୀୟ ଲୋକମାନେ  ଏହା ଦେଖି ବାଇକ ଯୋଗେ କାର୍‌ର ପିଛା କରିବା ସହ ପୁଲିସ୍‌କୁ ସୂଚନା ଦେଇଥିଲେ।

ଦୀର୍ଘ ୮ କିମି ରାସ୍ତା ଅତିକ୍ରମ କରିବା ପରେ ଡ୍ରାଇଭର ଜଣଙ୍କ ଗାଡ଼ିର ବ୍ରେକ ମାରି ଦେଇଥିଲେ। ଫଳରେ ଶଙ୍କର ବନେଟରୁ ଛିଟିକି ରାସ୍ତାରେ ପଡ଼ି ଯାଇଥିଲେ। ସେ ରାସ୍ତାରେ ପଡ଼ିଥିବା ବେଳେ ଗାଡ଼ି ଚାଳକ ତାଙ୍କ ଉପରେ କାର୍‌ ମଡ଼ାଇ ଦେଇଥିଲେ। ଫଳରେ ଘଟଣାସ୍ଥଳରେ ଶଙ୍କରଙ୍କ ମୃତ୍ୟୁ ଘଟିଥିବା ସେ କହିଛନ୍ତି।

ସୂତ୍ର ଅନୁସାରେ, କାର୍‌ଟି ମୋତିହାରର ଜଣେ ଡାକ୍ତରଙ୍କ ନାଁରେ ପଞ୍ଜିକରଣ ହୋଇଛି। କୋଟୱା ପୁଲିସ୍‌ ଦୁର୍ଘଟଣା ମାମଲା ରୁଜୁ କରିଛି। ଏଥିସହ ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭିକୁ ଯାଞ୍ଚ କରାଯାଉଛି। ତେବେ ଡ୍ରାଇଭରଙ୍କ ପତ୍ତା ଏଯାଏ ମିଳିନି।

Accident Road Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe