Advertisment

ପହଲଗାମ ହୋଟେଲରେ ୭୦ ବର୍ଷୀୟ ପର୍ଯ୍ୟଟକଙ୍କୁ ଦୁଷ୍କର୍ମ ଘଟଣା: ବଡ଼ କଥା କହିଲେ କୋର୍ଟ

୭୦ ବର୍ଷୀୟ ପର୍ଯ୍ୟଟକଙ୍କ ସହ ଏଭଳି କାଣ୍ଡକୁ କୋର୍ଟ ସମାଜ ଭିତରେ ନୈତିକତାର ଅଭାବ ଓ ବିକୃତ ମାନସିକତାର ପରିଚୟ ବୋଲି କହିଛନ୍ତି।

ଅଦ୍ୟତନ ହୋଇଛି
stop Rape

stop Rape

Advertisment

ଜମ୍ମୁ-କଶ୍ମୀରର ଅନନ୍ତନାଗରେ ଥିବା ଗୋଟିଏ କୋର୍ଟ ଜଣେ ୭୦ ବର୍ଷୀୟ ପର୍ଯ୍ୟଟକଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଗିରଫ ହୋଇଥିବା ବ୍ୟକ୍ତିକୁ ଜାମିନ ଦେବାକୁ ମନା କରି ଦେଇଛନ୍ତି। ୭୦ ବର୍ଷୀୟ ପର୍ଯ୍ୟଟକଙ୍କ ସହ ଏଭଳି କାଣ୍ଡକୁ କୋର୍ଟ ସମାଜ ଭିତରେ ନୈତିକତାର ଅଭାବ ଓ ବିକୃତ ମାନସିକତାର ପରିଚୟ ବୋଲି କହିଛନ୍ତି। ଜାମିନ ଆବେଦନର ଶୁଣାଣି ବେଳେ ବିଚାରପତି ଆହୁରି କହିଛନ୍ତି ଯେ ସମାଜର ନୈତିକ ମୂଲ୍ୟବୋଧ ସୁରକ୍ଷିତ ନ ରହିବା ଯାଏ କଶ୍ମୀରର ପ୍ରାକୃତିକ ସୌଦ୍ଦର୍ଯ୍ୟ କେବଳ ଆବେଦନ ଦ୍ୱାରା ତିଷ୍ଟି ପାରିବ ନାହିଁ।

Advertisment

ଏପ୍ରିଲ ୧୧ରେ ମହାରାଷ୍ଟ୍ରରୁ ପହଲଗାମ ବୁଲିବାକୁ ଯାଇଥିବା ଜଣେ ୭୦ ବର୍ଷୀୟ ପର୍ଯ୍ୟଟକଙ୍କୁ ସେ ରହୁଥିବା ହୋଟେଲ ଭିତରେ ମୁହଁ ବନ୍ଦ କରି ଦୁଷ୍କର୍ମ କରାଯାଇଥିଲା। ଅଭିଯୁକ୍ତ ଜଣକ ମହିଳାଙ୍କ ହୋଟେଲ ରୁମରେ ଧସେଇ ପଶିବା ସହ ଗୋଟିଏ କମ୍ବଳରେ ତାଙ୍କ ମୁହଁକୁ ବନ୍ଦ କରି ଦୁଷ୍କର୍ମ କରିବା ପରେ ସେଠାରୁ ଫେରାର ହୋଇଥିଲା। ଘଟଣାରେ ମହିଳା ଜଣଙ୍କ ଗୁରୁତର ଆହତ ହୋଇଥିଲେ।

କୋର୍ଟ ଆଜି କହିଛନ୍ତି, “ମହିଳାଙ୍କ ସହ ଅତ୍ୟନ୍ତ ଭୟଙ୍କର ବ୍ୟବହାର ହୋଇଥିଲା। ଏହାକୁ କେବଳ ଗୋଟିଏ ଅପରାଧ ଭାବେ ନିନ୍ଦା କରାଯାଇ ପାରିବ ନାହିଁ। ଏହା ନୈତିକତାର ଅଭାବ। ଜଣେ ସମ୍ମାନୀତ ଅତିଥି, ଜଣେ ବରିଷ୍ଠ ମହିଳା ଯିଏ ସାଧୁ ଓ ସନ୍ଥଙ୍କ ମାଟିକୁ ବୁଲିବାକୁ ଆସିଥିଲେ ତାଙ୍କ ସହ ଅତ୍ୟନ୍ତ ଖରାପ ବ୍ୟବହାର କରାଯାଇଛି। ସେ ନିଜର ବାର୍ଦ୍ଧକ୍ୟ ସମୟରେ ଏହି ସ୍ଥାନକୁ ଚୟନ କରିଥିଲେ। କିନ୍ତୁ ତାଙ୍କ ସହ ଘଟିଥିବା ଘଟଣାକୁ ନେଇ ସେ କାହିଁକି ଏହି ସ୍ଥାନକୁ ଚୟନ କଲେ, ତା’କୁ ନେଇ ନିଶ୍ଚିତ ଭାବେ ଅନୁତାପ କରିବେ। ଏହା ଅତ୍ୟନ୍ତ ଦୁର୍ଭାବନା ଓ ବିକୃତ ମାନସିକତାର ପ୍ରତିବିମ୍ବ।”

Advertisment

ଘଟଣାର ଗମ୍ଭୀରତା ଓ ତଦନ୍ତରୁ ମିଳିଥିବା ପ୍ରମାଣ ଆଧାରରେ କୋର୍ଟ ଅଭିଯୁକ୍ତ ଜୁବୈର ଅହମଦର ଜାମିନ ଆବେଦନକୁ କୋର୍ଟ ଖାରଜ କରିଛନ୍ତି। ଏଥିସହ ଏହି ମାମଲାରେ ଜେଲ ବଦଳରେ ବେଲ ନୀତି ଏହି ମାମଲାରେ କାର୍ଯ୍ୟକାରୀ କରାଯାଇ ପାରିବ ନାହିଁ। ଘଟଣା ଅତ୍ୟନ୍ତ ସମ୍ବେଦନଶୀଳ। ଅଭିଯୁକ୍ତ ଫେରାର ହେବାର ଓ ପ୍ରମାଣକୁ ନଷ୍ଟ କରିବାର ଆଶଙ୍କା ରହିଛି। ମାମଲାର ବଡ଼ ପ୍ରଭାବ ସମାଜ ଉପରେ ପଡ଼ିବାର ଥିବାରୁ କୋର୍ଟ ଜାମିନ ଆବେଦନକୁ ଖାରଜ କରୁଥିବା କହିଛନ୍ତି।

Jammu Kashmir Stop Rape Pahalgam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe