/odisha-reporter/media/post_attachments/uploadimage/library/16_9/16_9_0/Monkey__1678113967.jpg)
Monkey
ମାଙ୍କଡ଼ଙ୍କ ସଂଘବଦ୍ଧ ଆକ୍ରମଣରେ ପ୍ରାଣ ହରାଇଛନ୍ତି ଜଣେ ବୃଦ୍ଧା। ପାଇଖାନା ସଫା କରୁଥିବା ବେଳେ ବୃଦ୍ଧାଙ୍କୁ ୨୦ରୁ ଅଧିକ ମାଙ୍କଡ଼ ଆକ୍ରମଣ କରିଥିଲେ। ଏଥିରେ ଗୁରୁତର ଆହତ ହୋଇଥିବା ବୃଦ୍ଧା ଜଣଙ୍କ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି। ତେଲେଙ୍ଗାନାର କାମାରେଡ୍ଡୀ ଜିଲ୍ଲା ଅନ୍ତର୍ଗତ ରାମାରେଡ୍ଡୀ ଗାଁରେ ଏପରି ଘଟଣା ଘଟିଛି। ପ୍ରାଣ ହରାଇଥିବା ମହିଳା ଜଣଙ୍କ ହେଉଛନ୍ତି ୭୦ ବର୍ଷୀୟ ଚାତାରାବୋଇନା ନାରସାଭା।
ମାର୍ଚ୍ଚ ୩ ତାରିଖରେ ନାରସାଭା ଘରର ପାଇଖାନା ସଫା କରୁଥିଲେ। ଏହି ସମୟରେ ୨୦ରୁ ଅଧିକ ମାଙ୍କଡ଼ ତାଙ୍କୁ ମିଳିତ ଭାବେ ଆକ୍ରମଣ କରିଥିଲେ। ଆକ୍ରମଣ ଯୋଗୁ ମହିଳାଙ୍କ ପୂରା ଶରୀରରେ କ୍ଷତଚିହ୍ନ ସୃଷ୍ଟି ହୋଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ହେଁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।
ମାଙ୍କଡ଼ମାନେ ଆକ୍ରମଣ କରିବା ବେଳେ ବୃଦ୍ଧା ଜଣଙ୍କ ଘରେ ଏକୁଟିଆ ରହିଥିଲେ। ତାଙ୍କ ଝିଅ ଗୋଟିଏ ବାହାଘର କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ। ଘରେ କେହି ନଥିବା ବେଳେ ବୃଦ୍ଧା ଜଣଙ୍କ ପାଇଖାନା ସଫା କରୁଥିଲେ। ଏତିକି ବେଳେ ହଠାତ୍ ତାଙ୍କୁ ୨୦ରୁ ଅଧିକ ମାଙ୍କଡ଼ ଘେରି ଯାଇ ଆକ୍ରମଣ କରିଥିଲେ।
ଏହି ଦୃଶ୍ୟକୁ ତାଙ୍କ ପଡ଼ୋଶୀମାନେ ଦେଖିଥିଲେ ମଧ୍ୟ କେହି ବି ଭୟରେ ମାଙ୍କଡ଼ମାନଙ୍କୁ ଘଉଡ଼ାଇବାକୁ ଚେଷ୍ଟା କରି ନଥିଲେ। ସେହିପରି ସେମାନେ ମଧ୍ୟ ନିଜ ନିଜର କବାଟ ବନ୍ଦ କରି ମାଙ୍କଡ଼ମାନେ ସେଠାରୁ ଯିବା ଯାଏ ଅପେକ୍ଷା କରି ରହିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
