Advertisment

ଆମେଠି ନିର୍ମିତ ଏକେ ୨୦୩ : ଗୋଟିଏ ମିନିଟରେ ୭୦୦ ଗୁଳି ଓ ରେଞ୍ଜ ୮୦୦ ମିଟର

କମ୍ପାନୀ ସହ ଭାରତ ସରକାର ୫,୨୦୦ କୋଟି ଟଙ୍କାର ଚୁକ୍ତି କରିଥିଲେ। କମ୍ପାନୀ ପକ୍ଷରୁ ଭାରତୀୟ ସେନାକୁ ୬ ଲକ୍ଷରୁ ଅଧିକ ଏକେ ୨୦୩ ରାଇଫଲ ଯୋଗାଣ କରାଯିବ।

AK 203

AK 203

Advertisment

ଭାରତୀୟ ସଶସ୍ତ୍ର ବଳକୁ ମିଳିବାକୁ ଯାଉଛି ଏକେ ୨୦୩ ଆସଲ୍ଟ ରାଇଫଲ। ଏହା କାଲାଶନିକୋଭ ସିରିଜର ଆଧୁନିକ ଭର୍ସନ। ଏକେ ୨୦୩ ରାଇଫଲରୁ ଗୋଟିଏ ମିନିଟରେ ୭୦୦ ଗୁଳି ମାଡ଼ କରାଯାଇ ପାରିବ। ସେହିପରି ଏହାର ଲକ୍ଷ୍ୟ ଭେଦ କ୍ଷମତା ହେଉଛି ୮୦୦ ମିଟର। ଅର୍ଥାତ ୮୦୦ ମିଟର ଦୂରତାରୁ ଏହା ନିଜର ଟାର୍ଗେଟକୁ ହିଟ କରିପାରିବ।

Advertisment

ଏହି ଏକେ ୨୦୩ ରାଇଫଲକୁ ଉତ୍ପାଦନ କରିବା ପାଇଁ ଉତ୍ତର ପ୍ରଦେଶର ଆମେଠିରେ ଫ୍ୟାକ୍ଟ୍ରୀ ପ୍ରତିଷ୍ଠା କରାଯାଇଥିଲା। ଇଣ୍ଡୋ-ରୁଷିଆନ ରାଇଫଲ୍ସ ପ୍ରାଇଭେଟ ଲିଃ (ଆଇଆରଆରପିଏ) ମିଳିତ ଭାବେ ସ୍ୱଦେଶୀ ଜ୍ଞାନକୌଶଳରେ ଏହାକୁ ନିର୍ମାଣ କରିଛନ୍ତି। ଏକେ ୨୦୩ର ନାଁ ହେଉଛି ଶେର।

କମ୍ପାନୀ ସହ ଭାରତ ସରକାର ୫,୨୦୦ କୋଟି ଟଙ୍କାର ଚୁକ୍ତି କରିଥିଲେ। କମ୍ପାନୀ ପକ୍ଷରୁ ଭାରତୀୟ ସେନାକୁ ୬ ଲକ୍ଷରୁ ଅଧିକ ଏକେ ୨୦୩ ରାଇଫଲ ଯୋଗାଣ କରାଯିବ। ଆଇଆରଆରପିଏଲ ମୁଖ୍ୟ ମେଜର ଜେନେରାଲ ଏସକେ ଶର୍ମା କହିଛନ୍ତି ଯେ ସେମାନେ ୨୦୩୦ ସୁଦ୍ଧା ସବୁ ବନ୍ଧୁକ ଭାରତୀୟ ସେନାକୁ ଦେବ। ଏଯାଏ ସେନା ପ୍ରାୟ ୪୮,୦୦୦ ବନ୍ଧୁକ ପାଇଛି। ଆସନ୍ତା ୨ରୁ ୩ ସପ୍ତାହ ମଧ୍ୟରେ ଆଉ ୭ ହଜାର ବନ୍ଧୁକ ହସ୍ତାନ୍ତର କରାଯିବ। ଚଳିତ ବର୍ଷ ଡିସେମ୍ବର ମାସ ସୁଦ୍ଧ ଆଉ ୧୫ ହଜାର ବନ୍ଧୁକ ସେନା ପାଖରେ ପହଞ୍ଚିବ ବୋଲି ସେ ସୂଚନା ଦେଇଛନ୍ତି।

Advertisment

ଏକ-୨୦୩ ଶେର ରାଇଫଲ

ଏକେ ୪୭ ଓ ଏକେ ୫୬ ରାଇଫଲ ତୁଳନାରେ ଏକେ ୨୦୩ ରାଇଫଲ ଅଧିକ ଅତ୍ୟାଧୁନିକ। କାଲାଶନିକୋଭ ସିରିଜ ମଧ୍ୟରେ ଏପରି ବନ୍ଧୁକ ବେଶ ଘାତକ। ଭାରତୀୟ ସେନା ବ୍ୟବହାର କରୁଥିବା ଭାରତୀୟ ସ୍ମଲ ଆର୍ମ୍ସ ସିଷ୍ଟମ ବା ଇନସାସ ରାଇଫଲର ସ୍ଥାନ ଏକେ ୨୦୩ ନେବ। ଇନସାସ ରାଇଫଲକୁ ଭାରତୀୟ ସେନା ପ୍ରାୟ ୩ ଦଶନ୍ଧି ଧରି ବ୍ୟବହାର କରି ଆସୁଛି।

ଏକେ ୨୦୩ ବନ୍ଧୁକରେ ଗୋଟିଏ 7.62x39 mm କ୍ୟାଟ୍ରିଜ ରହିଛି। ଇନସାସରେ 5.56x45 mmର କ୍ୟାଟ୍ରିଜ ରହିଥିଲା। ଗୋଟିଏ ଥରରେ ଏକେ ୨୦୩ ରାଇଫଲର ମ୍ୟାଗାଜିନରେ ୩୦ଟି କ୍ୟାଟ୍ରିଜ ଭର୍ତ୍ତି କରାଯାଇ ପାରିବ।

ଇନସାସର ଓଜନ ୪.୧୫ କେଜି ରହିଥିବା ବେଳେ ଏକେ ୨୦୩ର ଓଜନ ୩.୮ କେଜି ରହିଛି। ଫଳରେ ଭାରତୀୟ ଯବାନମାନେ ଏହାକୁ ବେଶ ସହଜରରେ ହାତରେ ଧରି ଆତଙ୍କବାଦ ନିରୋଧ ଅପରେସନ କରିପାରିବେ।

ଶେର ରାଇଫଲ ବଟ୍ଟଷ୍ଟକ ବିନା ୭୯୫ ଏମଏମ ଲମ୍ବା। ହେଲେ ଇନସାସର ଲମ୍ବ ୯୬୦ ଏମମ। ପ୍ରକୃତ ନିୟନ୍ତ୍ରଣ ରେଖା ଓ ବାସ୍ତବ ନିୟନ୍ତ୍ରଣ ରେଖାରେ ମୁତୟନ ଯବାନଙ୍କ ପାଇଁ ଏକେ ୨୦୩ ରାଇଫ ବା ଶେର ରାଇଫଲ ଗେମ ଚେଜ୍ଞର ସାବ୍ୟସ୍ତ ହେବ ବୋଲି କୁହାଯାଇଛି।

Indian Army ak-203
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe