Advertisment

କର୍ତ୍ତବ୍ୟ ପଥରେ ପ୍ରଥମ ପରେଡ୍‌, ସଲାମୀ ଦେଲେ ରାଷ୍ଟ୍ରପତି ମୁର୍ମୁ

ଆଜିର ପରେଡ୍‌ରେ ଭାରତୀୟ ସେନା ସ୍ୱଦେଶ ଜ୍ଞାନକୌଶଳରେ ନିର୍ମିତ ଅସ୍ତ୍ରଶସ୍ତ୍ର ଉପରେ ଫୋକସ୍‌ କରିଛି। ପରେଡରେ ଯେଉଁ ୨୧ ତୋପ ସଲାମୀ ଦିଆଯାଇଛି ତାହା ମଧ୍ୟ ଭାରତରେ ନିର୍ମିତ ହୋଇଥିବା ୧୦୫ ଏମଏମ ଇଣ୍ଡିଆନ ଫିଲ୍ଡ ବନ୍ଧୁକରେ ଦିଆଯାଇଛି।

Republic day

Republic day

Advertisment

ଆଜି ଦେଶ ପାଳୁଛି ୭୪ତମ ଗଣତନ୍ତ୍ର ଦିବସ। ଏହି ଅବସରରେ ଦିଲ୍ଲୀର କର୍ତ୍ତବ୍ୟପଥରେ ସୃଷ୍ଟି ହୋଇଛି ନୂଆ ଇତିହାସ। ରାଜପଥରୁ କର୍ତ୍ତବ୍ୟ ପଥ ହେବା ପରେ ଏଠାରେ ପ୍ରଥମ ଥର ପାଇଁ ଗଣତଦନ୍ତ୍ର ଦିବସ ସମାରୋହ ପାଳନ ହେଉଛି। ଏହି ଉତ୍ସବରେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ପତାକା ଉେତ୍ତୋଳନ କରିବା ପରେ କର୍ତ୍ତବ୍ୟପଥରୁ ପରେଡ୍‌ ଆରମ୍ଭ ହୋଇଛି। ଏହି ପରେଡ୍‌ରେ ସାମିଲ ହୋଇ ଅଭିବାଦନ ଗ୍ରହଣ କରିବା ସହ ସଲାମୀ ଦେଇଛନ୍ତି ରାଷ୍ଟ୍ରପତି।

Advertisment

ପରେଡ ବିଜୟ ଚୌକରୁ ଲାଲକିଲା ଯାଏଁ ଯିବ। ୯୦ ମିନିଟ୍ ଯାଏଁ ଏହା ଚାଲିବ। ଏଥିରେ ସ୍ୱଦେଶୀ ଶକ୍ତି ଓ ସଂସ୍କୃତିର ଅପୂର୍ବ ଝଲକ ଦେଖିବାକୁ ମିଳୁଛି। ଆଜିର ପରେଡ୍‌ରେ ଭାରତୀୟ ସେନା ସ୍ୱଦେଶ ଜ୍ଞାନକୌଶଳରେ ନିର୍ମିତ ଅସ୍ତ୍ରଶସ୍ତ୍ର ଉପରେ ଫୋକସ୍‌ କରିଛି। ପରେଡରେ ଯେଉଁ ୨୧ ତୋପ ସଲାମୀ ଦିଆଯାଇଛି ତାହା ମଧ୍ୟ ଭାରତରେ ନିର୍ମିତ ହୋଇଥିବା ୧୦୫ ଏମଏମ ଇଣ୍ଡିଆନ ଫିଲ୍ଡ ବନ୍ଧୁକରେ ଦିଆଯାଇଛି।

ପରେଡ୍‌ରେ ମୁଖ୍ୟ ଅତିଥି ଭାବେ ଇଜିପ୍ଟ ରାଷ୍ଟ୍ରପତି ଆବଦେଲ ଫତାହ ଅଲ୍‌ ସିସି। ଏଥିସହ ପରେଡ୍‌ରେ ଇଜିପ୍ଟ ସୈନ୍ୟବାହିନୀର ଏକ ଅଂଶ ମଧ୍ୟ ଭାଗ ନେଇଛି। ଏଥିସହ ଏହି ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଯୋଗ ଦେଇଛନ୍ତି।

Advertisment

ଆଜିର କାର୍ଯ୍ୟକ୍ରମରେ ଭାରତୀୟ ସେନା ଯେଉଁ ଅସ୍ତ୍ରଶସ୍ତ୍ରର ପ୍ରଦର୍ଶନ କରିବ ତାହା ମଧ୍ୟରେ ରହିଛି ଭାରତରେ ନିର୍ମିତ ବ୍ରହ୍ମୋସ ମିସାଇଲ ସିଷ୍ଟମ ଓ ଆକାଶ ଆର୍ମି ଲଞ୍ଚର। ଏହା ବ୍ୟତୀତ ନାଗ୍ ମିସାଇଲ ସିଷ୍ଟମ, କେ-୯ ବଜ୍ର ଆର୍ଟିଲରି ଗନ, ଅର୍ଜୁନ ସାର୍କ ଟ୍ୟାଙ୍କ, ବିଏମପି-୨ସାରଥ, ଶର୍ଟ ସ୍ପିନ୍ ବ୍ରିଜ ସିଷ୍ଟମ, ମୋବାଇଲ ସିକ୍ୟୁରିଟି ସିଷ୍ଟମ ଓ କ୍ୱିକ୍ ଆକ୍ସନ ଟିମ୍ ଭେଇକିଲ ବି ନିଜର ଶକ୍ତି ପ୍ରଦର୍ଶନ କରିବ। ଏହାସହ ପ୍ରଥମଥର ପାଇଁ ଶତ୍ରୁଠାରୁ ସହଜରେ ରକ୍ଷା ପାଇବାକୁ ଦେଶରେ ନିର୍ମିତ ହୋଇଥିବା ଗରୁଡ କମାଣ୍ଡୋ ବି ପରେଡରେ ସାମିଲ ହୋଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe