/odisha-reporter/media/media_files/2026/01/26/pm-modi-2026-01-26-14-07-53.jpg)
ପ୍ରଧାନମନ୍ତ୍ରୀ ମୋଦି
ଦେଶ ଆଜି ପାଳିଛି ୭୭ତମ ସାଧାରଣତନ୍ତ୍ର ଦିବସ। ପରମ୍ପରା ଅନୁସାରେ ଦିଲ୍ଲୀର କର୍ତ୍ତବ୍ୟ ପଥରେ ଦେଖିବାକୁ ମଳିଛି ଜାତୀୟ ସ୍ତରର ପରେଡ। ଏହି ପରେଡ(Republic Day)ରେ ଚଳିତ ବର୍ଷ ଦେଖିବାକୁ ମିଳିଛି ଭାରତର ସାମରିକ ଓ ସାଂସ୍କୃତିକ ଶକ୍ତିର ଝଲକ। ଏଥିସହ ସ୍ୱତନ୍ତ୍ର ଭାବେ ଦେଶର ଜାତୀୟ ଗୀତ ବନ୍ଦେ ମାତରମ ଉପରେ ମଧ୍ୟ ଫୋକସ କରାଯାଇଛି।
ଆଜିର ଦିନ ଆରମ୍ଭରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ଯୁଦ୍ଧ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ମୁଖ୍ୟ ଅତିଥି ୟୁରୋପୀୟ ପରିଷଦର ସଭାପତି ଆଣ୍ଟୋନିଓ କୋଷ୍ଟା ଓ ୟୁରୋପୀ କମିଶନ ସଭାପତି ଉର୍ସୁଲା ଭନ ଡେର ଲିୟିନ ପାରମ୍ପରିକ ଭାରତୀୟ ପୋଷାକରେ କର୍ତ୍ତବ୍ୟ ପଥରେ ପହଞ୍ଚିଥିଲେ। ରାଷ୍ଟ୍ରପତିଙ୍କ ବଡିଗାର୍ଡ ବା ଭାରତୀୟ ସେନାର ସବୁଠାରୁ ବରିଷ୍ଠ ରେଜିମେଣ୍ଟ ପକ୍ଷରୁ ଅତିଥିମାନଙ୍କୁ ଦିଆଯାଇଥିଲା ଗାର୍ଡ ଅଫ ଅନର।
ପାରମ୍ପରିକ ଢଙ୍ଗରେ ଜାତୀୟ ପତାକା ଉତ୍ତୋଳନ ହୋଇଥିଲା ଓ ଏହାପରେ ଜାତୀୟ ସଂଗୀତ ସହ ୨୧ ଗନ ସାଲ୍ୟୁଟ ଦିଆଯାଇଥିଲା। ୧୦୫ ଏମଏମ ଲାଇଟ ଫିଲ୍ଡ ଗନରୁ ଜାତୀୟ ପତାକାକୁ ଦିଆଯାଇଛି ୨୧ ତୋପ ସଲାମୀ। ୧୭୨ ଫିଲ୍ଡ ରେଜିମେଣ୍ଟର ୧୭୨୧ ସେରିମନିଆଲ ବାଟେରୀ ପକ୍ଷରୁ ଏପରି ସଲାମୀ ଦେଇଛନ୍ତି।
ପ୍ରଥମଥର ପାଇଁ ଜାତୀୟ ସ୍ତରୀୟ ପରେଡରେ ଭାରତୀୟ ସ୍ଥଳ ସେନାର ଯୁଦ୍ଧ ରଣନୀତିକୁ ପ୍ରଦର୍ଶନ କରାଯାଇଛି। ଏହା ମଧ୍ୟରେ ଆକାଶ ପଥର ପରାକ୍ରମ ମଧ୍ୟ ରହିଥିଲା। ସକ୍ରିୟ ଯୁଦ୍ଧ ବର୍ଦିରେ ୬୧ତମ କେବଲରୀ ସାମିଲ ରହିଥିଲେ। ଆକାଶ ପଥରେ ସ୍ୱଦେଶୀ ଧ୍ରୁବ ଓ ଏହାର ସଶସ୍ତ୍ର ଭର୍ସନ ରୁଦ୍ର ସହାୟତା କରିଥିଲା। ଏଥିରେ ଲାଗିଥିଲା ଅପରେସନ ସିନ୍ଦୂରର ପତାକା।
୩ ସେନାର ମିଳିତ ପ୍ରଜ୍ଞାପନ ମେଢ଼ରେ ମଧ୍ୟ ଦେଖିବାକୁ ମିଳିଛି ଅପରେସନ ସିନ୍ଦୂରର ପରାକ୍ରମ। ଅପରେସନ ସିନ୍ଦୂର ବେଳେ ବ୍ୟବହୃତ ହୋଇଥିବା ଅସ୍ତ୍ରଶସ୍ତ୍ର ଓ ଏୟାର ଡିଫେନ୍ସ ସିଷ୍ଟମର ପ୍ରତିକୃତିକୁ ମଧ୍ୟ ପୂରା ବିଶ୍ୱକୁ ଦେଖିଛି।
ଜାତୀୟ ପରେଡର କମାଣ୍ଡ ଦାୟିତ୍ୱ ଲେଫ୍ଟନାଣ୍ଟ ଜେନେରାଲ ଭବାନିଶ କୁମାରଙ୍କ ହାତରେ ରହିଥିଲା। ପରେଡର ସେକେଣ୍ଡ ଇନ କମାଣ୍ଡ ଥିଲେ ମେଜର ଜେନେରାଲ ନବରାଜ ଢିଲୋନ। ସର୍ବୋଚ୍ଚ ବୀରତା ସମ୍ମାନର ବିଜେତା ମଧ୍ୟ ପରେଡର ଅଂଶବିଶେଷ ରହିଥିଲେ। ଏମାନଙ୍କ ମଧ୍ୟରେ ପରମବୀର ଚକ୍ର ବିଜେତା ସୁବେଦାର ମେଜର ଯୋଗେନ୍ଦ୍ର ସିଂହ ଯାଦବ(ଅବସରପ୍ରାପ୍ତ), ସୁବେଦାର ମେଜର ସଞ୍ଜୟ କୁମାର, ଅଶୋକ ଚକ୍ର ବିଜେତା ମେଜର ଜେନେରାଲ ସିଏ ପିଥାୱାଲିଆ(ଅବସରପ୍ରାପ୍ତ) ଓ କର୍ଣ୍ଣେଲ ଡି ଶ୍ରୀରାମ କୁମାର ପ୍ରମୁଖ ରହିଥିଲେ।
ପରେଡରେ ଭାଗ ନେଇଥିବା ୟୁରୋପୀୟ ସଂଘର କଣ୍ଟିଜେଣ୍ଟର ୪ ଜଣ ଧ୍ୱଜାବାହକ ୩ଟି ଜିପସରେ ରହିଥିଲେ। ସେମାନେ ନିଜ ସହ ୟୁରୋପୀୟ ସଂଘର ପତାକା ରଖିଥିଲେ। ଏହାବାଦ ୟୁରୋପୀୟ ସଂଘର ସାମରିକ କର୍ମଚାରୀଙ୍କ ପତାକା, ୟୁରୋପୀୟ ସଂଘର ନୌସେନା ଫୋର୍ସ ଆଟଲଣ୍ଟା ପତାକା ଓ ୟୁରୋପୀୟ ସଂଘର ନୌସେନା ଫୋର୍ସ ଏସପିଡେସର ପତାକା ମଧ୍ୟ ସେମାନେ ଧରିଥିଲେ।
ରାଷ୍ଟ୍ରପତି ଭବନ ଠାରୁ ଜାତୀୟ ସ୍ମାରକୀ ଯାଏ ଲମ୍ବିଥିବା ରାସ୍ତା ହେଉଛି କର୍ତ୍ତବ୍ୟ ପଥ। ଏହି ରାସ୍ତାକୁ ଏମିତି ସାଜସଜା କରାଯାଇଥିଲା, ଯାହା ଭାରତର ଚମତ୍କାର ଯାତ୍ରାକୁ ପ୍ରଦର୍ଶିତ କରିଛି। ପରେଡରେ ଜାତୀୟ ଗୀତ ବନ୍ଦେ ମାତରମର ୧୫୦ ବର୍ଷୀୟ ପୂର୍ତ୍ତିକୁ ମଧ୍ୟ ଫୋକସ କରାଯାଇ ବିଭିନ୍ନ ପକ୍ଷେପ ନିଆଯାଇଛି। ବିବିଧତା ମଧ୍ୟରେ ଏକତା ଥିମକୁ ନେଇ ୧୦୦ରୁ ଅଧିକ ସାଂସ୍କୃତିକ କଳାକାର ପରେଡ ବେଳେ ନିଜର ଯାଦୁକରୀ ଦେଖାଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
