Advertisment

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ପୋଷ୍ଟର ମାରି ୮ ଗିରଫ

ଆମ ଆଦ୍‌ମୀ ପାର୍ଟି (ଆପ୍‌) ଦିନକ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ପୋଷ୍ଟର ଅଭିଯାନ ଆରମ୍ଭ କରିଥିଲା।

author-image
Hemant Lenka
Narendra Modi

Narendra Modi

ଗୁଜରାଟ ଅନ୍ତର୍ଗତ ଅହମଦାବାଦର ବିଭିନ୍ନ ଅଞ୍ଚଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ପୋଷ୍ଟର ମାରି ୮ ଜଣ ଗିରଫ ହୋଇଛନ୍ତି। ମୋଦି ହଟାଅ, ଦେଶ ବଞ୍ଚାଅ ଲେଖାଥିବା ଏକାଧିକ ପୋଷ୍ଟର ଅହମଦାବାଦର ବିଭିନ୍ନରେ ସ୍ଥାନରେ ମରା ଯାଇଥିଲା। ଏହାକୁ ନେଇ ବିବାଦ ମଧ୍ୟ ଦେଖା ଦେଖା ଯାଇଥିଲା। ଏବେ ପୁଲିସ୍‌ ପୋଷ୍ଟରୁ ହଟାଇବା ସହ ୮ ଜଣଙ୍କୁ ଗିରଫ କରିଛି। ପୁଲିସ୍‌ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି।

Advertisment

ଆମ ଆଦ୍‌ମୀ ପାର୍ଟି (ଆପ୍‌) ଦିନକ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ପୋଷ୍ଟର ଅଭିଯାନ ଆରମ୍ଭ କରିଥିଲା। ଏହାପରେ ଏମିତି ଘଟଣା ଘଟିଛି। ଆପ୍‌ର ‘ମୋଦି ହଟାଅ, ଦେଶ ବଞ୍ଚାଅ’ ଅଭିଯାନ ସମଗ୍ର ଦେଶରେ ୧୧ଟ ଭାଷାରେ କରାଯିବ। ଇଂରାଜୀ, ହିନ୍ଦୀ ଓ ଉର୍ଦ୍ଦ୍ୱୁ ପୋଷ୍ଟର ବ୍ୟତୀତ ଗୁଜରାଟୀ, ପଞ୍ଜାବୀ, ତେଲୁଗୁ, ବେଙ୍ଗଲି, ଓଡ଼ିଆ, କନ୍ନଡ, ମାଲାୟାଲମ ଓ ମରାଠୀ ଭାଷାରେ ମଧ୍ୟ ଦଳ ଚାରିଆଡ଼େ ଲଗାଇବ।

ଗତ ସପ୍ତାହରେ ଦେଶର ରାଜଧାନୀ ଦିଲ୍ଲୀର ବିଭିନ୍ନ ସ୍ଥାନରେ ମଧ୍ୟ ମୋଦିଙ୍କ ବିରୋଧରେ ପୋଷ୍ଟର ଲଗା ଯାଇଥିଲା। ଏହି ଘଟଣାରେ ପୁଲିସ୍‌ ବେଶ ସକ୍ରିୟ ହେବା ସହ ୪୯ଟି ଏଫଆଇଆର ରୁଜୁ କରିଥିଲା। ଏଥିସହ ୬ ଜଣଙ୍କୁ ଗିରଫ କରିଥିଲା। ଏମାନଙ୍କ ମଧ୍ୟରେ ପୋଷ୍ଟର ଛାପି ଥିବା ଦୁଇଟି ପ୍ରିଣ୍ଟିଂ ପ୍ରେସର ମାଲିକ ରହିଛନ୍ତି।

Advertisment

ଦିଲ୍ଲୀ ପୁଲିସ୍‌ କହିଥିଲା ଯେ ସର୍ବସାଧାଣ ସମ୍ପତ୍ତିକୁ ବିକୃତ କରିବା ଓ ପୋଷ୍ଟରରେ ପ୍ରିଣ୍ଟିଂ ପ୍ରେସର ନାଁ ନଥିବାରୁ ସମସ୍ତଙ୍କୁ ଗିରଫ କରାଯାଇଛି। ଏପରି ଗିରଫଦାରୀକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ତୀବ୍ର ବିରୋଧ କରିଥିଲେ। ସେ କହିଥିଲେ, ସ୍ୱାଧୀନତା ସଂଗ୍ରାମୀମାନେ ମଧ୍ୟ ଏକଦା ବ୍ରିଟିଶ ବିରୋଧରେ ପୋଷ୍ଟର ମାରୁଥିଲେ। କିନ୍ତୁ ସେତେବେଳେ ଏପରି ଏଫଆଇଆର କିମ୍ବା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା।

Narendra Modi Arvind Kejriwal Gujarat