Advertisment

ଚେକ୍ ପୋଷ୍ଟରେ ଚେକିଂ, ଟ୍ରକ୍‌ରୁ ଜବତ ହେଲା ୮ କୋଟି

ଗରିକାପାଦୁ ଚେକ୍ ପୋଷ୍ଟରେ ଚେକିଂ ବେଳେ ଏନଟିଆର ଜିଲ୍ଲା ପୁଲିସ ବିଡ଼ା ବିଡ଼ା ଟଙ୍କା ବଣ୍ଡଲ ଜବତ କରିଛି ।

Money Seized

Money Seized

Advertisment

ଆନ୍ଧ୍ରପ୍ରଦେଶର ଏକ ଚେକ୍ ପୋଷ୍ଟରୁ ଜବତ ହେଲା ୮ କୋଟି ଟଙ୍କାର କ୍ୟାସ୍ । ଗରିକାପାଦୁ ଚେକ୍ ପୋଷ୍ଟରେ ଚେକିଂ ବେଳେ ଏନଟିଆର ଜିଲ୍ଲା ପୁଲିସ ବିଡ଼ା ବିଡ଼ା ଟଙ୍କା ବଣ୍ଡଲ ଜବତ କରିଛି ।ପାଇପ୍ ଲୋଡ୍ ହୋଇ ଯାଉଥିବା ଟ୍ରକରେ ଏହି ଟଙ୍କା ସବୁ ଯାଉଥିଲା । ଟ୍ରକରେ ସ୍ୱତନ୍ତ୍ର କ୍ୟାବିନରେ ଟଙ୍କା ଭର୍ତ୍ତି କରି ହାଇଦ୍ରାବାଦରୁ ଗୁଣ୍ଟୁର ସହରକୁ ପଠାଯାଉଥିଲା।

Advertisment

ଖବର ପାଇ ପୁଲିସ୍‌ ପହଞ୍ଚି ଟ୍ରକ୍‌କୁ ତନ ତନ କରି ଯାଞ୍ଚ କରିଥିଲା। ଏହାପରେ ଟ୍ରକ୍‌ରୁ ବିଡ଼ା ବିଡ଼ା ଟଙ୍କା ଜବତ ହୋଇଥିଲା। ଜବତ ସମସ୍ତ ଟଙ୍କାକୁ ଜିଲ୍ଲା ଯାଞ୍ଚ ଟିମ୍‌କୁ ହସ୍ତାନ୍ତର କରାଯାଇଛି ।କଡ଼ା ସୁରକ୍ଷା ବଳୟ ମଧ୍ୟରେ ତାହାକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।

ଏହି ଟଙ୍କା କାହାର, କେଉଁଠୁ ଆସିଲା ତାହା ସ୍ପଷ୍ଟ ହୋଇ ନାହିଁ। ପୁଲିସ୍‌ ଏହାର ଛାନଭିନ ଆରମ୍ଭ କରିଛି। ପରବର୍ତ୍ତୀ ସମୟରେ ନିର୍ବାଚନ କମିଶନ ଅଧିକାରୀ ଏବଂ ଫ୍ଲାଇଂ ସ୍କ୍ୱାର୍ଡ ଟିମ୍ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି ଜଗେଆପେଟ୍ ସର୍କଲ ଇନସ୍ପେକ୍ଟର।

Advertisment

ଆସନ୍ତା ୧୩  ତାରିଖରେ ଦେଶରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ । ଉକ୍ତ ଦିନ ୧୦ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୯୬ଟି ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ସେଥିମଧ୍ୟରେ ଆନ୍ଧ୍ରପ୍ରଦେଶର ୨୫ଟି ସିଟ୍‌ ପାଇଁ ମଧ୍ୟ ନିର୍ବାଚନ ଅନୁଷ୍ଠିତ ହେବ ।

Andhra Pradesh Raid Illegal Money
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe