bus-cruiser collision
ହରିଆନାର ଜିନ୍ଦ ଅନ୍ତର୍ଗତ ଭିୱାନୀ ରୋଡ୍ର ବିବିପୁର ଠାରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏହି ଦୁର୍ଘଟଣାରେ ପ୍ରାୟ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି। ଏକ ଯାତ୍ରୀ ବାହୀ ବସ୍ ଓ ୧୦ ସିଟ୍ ବିଶିଷ୍ଟ କ୍ରୁଜ୍ର ଭିତରେ ସାମ୍ନାସାମ୍ନୀ ଧକ୍କା ହେବାରୁ ଏହି ଅଘଟଣ ଘଟିଛି।
ଆହତଙ୍କୁ ଜିନ୍ଦ ସ୍ଥିତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଭିତରୁ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ସୂଚନା ମିଳିଛି।
କେଉଁ କାରଣ ପାଇଁ ଏହି ଦୁର୍ଘଟଣା ଘଟିଲା ପୁଲିସ ତାହାର ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦୁଇଟିକୁ ଜବତ କରାଯାଇଛି। ମୃତକଙ୍କ ଶବ ବ୍ୟବଚ୍ଛେଦ ନିମନ୍ତେ ପୁଲିସ ପଦକ୍ଷେପ ମଧ୍ୟ ନେଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us