Advertisment

ରାମନବମୀରେ କୂଅ ଛାତ ଭୁଶୁଡିବା ଘଟଣା: ୮ ମୃତ

ଏହି ଘଟଣା ସହରର ସ୍ନେହା ନଗର ଅଞ୍ଚଳରେ ଥିବା ଶ୍ରୀ ବାଲେଶ୍ୱର ମନ୍ଦିରରେ ଘଟିଥିଲା।

author-image
Tapas Behera
ଅଦ୍ୟତନ ହୋଇଛି
undefined

Accident on Ramnavami

ପବିତ୍ର ରାମ ନବମୀ ଅବସରେ ପ୍ରଭୁ ଶ୍ରୀରାମଙ୍କ ଦର୍ଶନ ପାଇଁ ଭିଡ଼ ଜମିଥିବା ବେଳେ ମଧ୍ୟପ୍ରଦେଶର ଇନ୍ଦୋରରେ ଥିବା ମନ୍ଦିର କୂଅର ଛାତ ଭୁଶୁଡି ପଡ଼ିଥିଲା। ଫଳରେ ୮ ଜଣଙ୍କର ମୃତ୍ୟୁ ଘଟିଛି। ଏଠାରେ ପୂଜା ଚାଲିଥିବା ବେଳେ ମନ୍ଦିରର ଭୂତଳ କୂଅର ଛାତ ଭୁଶୁଡି ପଡ଼ିବାରୁ ପ୍ରାୟ ୩୦ଜଣ ତଳକୁ ଖସିପଡ଼ିଥିଲେ। ଏହି ଘଟଣା ସହରର ସ୍ନେହା ନଗର ଅଞ୍ଚଳରେ ଥିବା ଶ୍ରୀ ବାଲେଶ୍ୱର ମନ୍ଦିରରେ ଘଟିଥିଲା। ମନ୍ଦିରରେ କୂଅ ଉପରେ ଛାତ ତିଆରି କରାଯାଇଥିଲା। ରାମ ନବମୀ ପାଇଁ ଅଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିବାରୁ ଏହି ଛାତ ଶ୍ରଦ୍ଧାଳୁଙ୍କ ଭାର ସହିନପାରି ଭୁଶୁଡିପଡ଼ିଥିଲା। ଏହା ଫଳରେ କୂଅର ଛାତ ଉପରେ ଥିବା ଶ୍ରଦ୍ଧାଳୁ ତଳକୁ ଖସି ପଡ଼ିଥିଲେ। ଏଯାଏଁ ୧୦ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଆହରୁ ଅନେକ ଲୋକ ଫଶି ରହିଥିବା କୁହାଯାଉଛି।

Advertisment

ସେମାନଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରହିଛି। ଦୁର୍ଘଟଣା ପରେ ମଧ୍ୟ ଅଗ୍ନିଶମ ବାହିନୀ, ଆମ୍ବୁଲାନ୍ସ ଦୀର୍ଘ ସମୟ ଧରି ଘଟଣାସ୍ଥଳରେ ପହଞ୍ଚିପାରି ନ ଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ କିଛି ଲୋକଙ୍କୁ ଉଦ୍ଧାର କରାଯାଇଥିଲା। ଆମ୍ବୁଲାନ୍ସ ପହଞ୍ଚିବା ପରେ ଉଦ୍ଧାର ହୋଇଥିବା ଲୋକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

କୂଅର ଗଭୀରତା ୫୦ ଫୁଟ୍ ଥିବା କୁହାଯାଉଛି। ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଇନ୍ଦୋରରେ ଘଟିଥିବା ଦୁର୍ଘଟଣା ପାଇଁ ସେ ମର୍ମାହତ। ଘଟଣା ସମ୍ପର୍କରେ ସେ ମୁଖ୍ୟମନ୍ତ୍ରୀ ଶିବରାଜ ଚୈହାନଙ୍କ ସହ କଥା ହୋଇ ଦୁର୍ଘଟଣାରେ ମୃତାହତଙ୍କୁ ଆବଶ୍ୟକ ସହାୟତା ପାଇଁ ଆଲୋଚନା କରିଛନ୍ତି।

Advertisment
India