Advertisment

ନିର୍ମାଣାଧୀନ ଫ୍ଲାଏ ଓଭର ସ୍ଲାବ ଖସି ପଡ଼ିଲା, ୮ ଶ୍ରମିକ ଗୁରୁତର

ଏହି ଫ୍ଲାଏ ଓଭର ହାଇଦ୍ରାବାଦର ସାଗର ରିଙ୍ଗ ରୋଡ ସହ ଏଲ୍‌ବି ଜଙ୍କସନ୍‌କୁ ସଂଯୋଗ କରିବ । ଗ୍ରେଟର ହାଇଦ୍ରାବାଦ ମ୍ୟୁନିସିପାଲ କର୍ପୋରେସନ ଅଧୀନରେ ଏହି କାମ ଚାଲୁଛି।

author-image
Niharika Rout
ଅଦ୍ୟତନ ହୋଇଛି
Flyover Slab Collapses

Flyover Slab Collapses

ନିର୍ମାଣାଧୀନ ଫ୍ଲାଏଓଭରର ସ୍ଲାବ ଭୁଶୁଡ଼ିବାରୁ ୮ ଶ୍ରମିକ ଗୁରୁତର ହୋଇଛନ୍ତି। ଏପରି ଏକ ଅଭାବନୀୟ ଘଟଣା ଆଜି ହାଇଦ୍ରାବାଦର ଏଲବି ନଗର ଅଞ୍ଚଳରେ ଘଟିଛି। ସମସ୍ତ ଶ୍ରମିକଙ୍କ ଘର ଉତ୍ତରପ୍ରଦେଶରେ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି।

Advertisment

ଏହି ଫ୍ଲାଏ ଓଭର ହାଇଦ୍ରାବାଦର ସାଗର ରିଙ୍ଗ ରୋଡ ସହ ଏଲ୍‌ବି ଜଙ୍କସନ୍‌କୁ ସଂଯୋଗ କରିବ । ଗ୍ରେଟର ହାଇଦ୍ରାବାଦ ମ୍ୟୁନିସିପାଲ କର୍ପୋରେସନ ଅଧୀନରେ ଏହି କାମ ଚାଲୁଛି।

ଆଜି ଏହି କାମରେ ବହୁ ଶ୍ରମିକ ନିୟୋଜିତ ଥିବା ବେଳେ ହଠାତ୍‌ ଫ୍ଲାଏଓଭରର କିଛି ସ୍ଲାବ ଖସି ଯାଇଥିଲା। ସେଠାରେ କାମ କରୁଥିବା ୮ ଶ୍ରମିକ ଉକ୍ତ ସ୍ଲାବ ତଳେ ଚାପି ହୋଇ ଯାଇଥିଲେ। ତୁରନ୍ତ ପୁଲିସ୍‌ ଓ ଉଦ୍ଧାରକାରୀ ଦଳ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି।

Advertisment

ଏହି ଫ୍ଲାଏଓଭର କାମ କରୁଥିବା ଠିକାଦାରଙ୍କ ଖାମଖିଆଲି ନୀତି ଯୋଗୁ ଏହି ଅଘଟଣ ଘଟିଥିବା ଅଭିଯୋଗ ହୋଇଛି। ତେବେ କାମ ସମୟରେ ଶ୍ରମିକମାନଙ୍କ ସୁରକ୍ଷା ସରଞ୍ଜାମ ବ୍ୟବହାର କରି ନ ଥିଲେ। ତେଣୁ ଠିକାଦାରଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଆରମ୍ଭ କରାଯାଇଛି ବୋଲି ବରିଷ୍ଠ ପୁଲିସ୍‌ ଅଧିକାରୀ ସୂଚନା ଦେଇଛନ୍ତି।

Accident Hyderabad