Advertisment

ଜଳଲାଗି ନିମନ୍ତେ ଯାଉଥିଲେ ୯ କାଉଡ଼ିଆ, ଲାଗିଲା ବିଦ୍ୟୁତ୍‌ ଆଘାତ

ରାତିର ଅନ୍ଧକାରରେ ଡିଜେ ବଜାଇ ଯିବା କାଳ ହେଲା। ଡିଜେ ମେଶିନ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଯିବାରୁ ଘଟିଲା ଅଘଟଣ ।

author-image
Niharika Rout
ଅଦ୍ୟତନ ହୋଇଛି
Electric shock

Electric shock

ଶିବ ମନ୍ଦିରରେ ଜଳଲାଗି ନିମନ୍ତେ ଘାଟ ଅଭିମୁଖେ ପାଦ ଆଗକୁ ବଢ଼ାଉଥିଲେ। ମାତ୍ର ରାତିର ଅନ୍ଧକାରରେ ଡିଜେ ବଜାଇ ଯିବା କାଳ ହେଲା। ଡିଜେ ମେଶିନ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଯିବାରୁ ଘଟିଲା ଅଘଟଣ । ଆଉ ଏକସଙ୍ଗେ ଚାଲିଗଲା ୯ କାଉଡ଼ିଆଙ୍କ ଜୀବନ । ଏପରି ଏକ ଅଭାବନୀୟ ଘଟଣା ବିହାରର ବୈଶାଳି ଅଞ୍ଚଳରେ ଘଟିଛି।

Advertisment

ମୃତକମାନେ ଗୋଟିଏ ଗାଁର ଓ ସେମାନଙ୍କ ବୟସ ୧୫ରୁ ୨୦ ବର୍ଷ ମଧ୍ୟରେ ବୋଲି ଜଣାଯାଇଛି। ଗତରାତିରେ କାଉଡ଼ିଆମାନେ ପାଣି ଉଠାଇବା ନିମନ୍ତେ ଘରୁ ବାହାରିଥିବା ବେଳେ ପହଲେଜା ଘାଟ ଅଭିମୁଖେ ଯାଉଥିଲେ। ଏହି ସମୟରେ କାଉଡ଼ିଆମାନେ ଡିଜେ ବଜାଇ ତାହାର ତାଳେ ତାଳେ ଆଗେଇ ଚାଲିଥିଲେ।

ହଠାତ୍‌ ଡିଜେଟି ଏକ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଯାଇଥିଲା। ଫଳରେ ତାହା ନିକଟରେ ଯାଉଥିବା କାଉଡ଼ିଆମାନେ ବି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଯାଇଥିଲେ। ଘଟଣାସ୍ଥଳରେ ୯ ଜଣ କାଉଡ଼ିଆ ଗୁରୁତର ହୋଇ ଯାଇଥିଲେ। ତୁରନ୍ତ ସମସ୍ତଙ୍କୁ ସ୍ଥାନୀୟ ଲୋକେ ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ସମସ୍ତଙ୍କୁ ମୃତ ବୋଲି ଘୋଷଣା କରିଥିଲେ।

Advertisment

ଖବର ପାଇ ପୁଲିସ୍‌ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ଏଥିସହ ଏହି ଘଟଣା ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। 

Bihar Electric Shock