Advertisment

ଭୟଙ୍କର ହେଲାଣି ଆସାମ ଓ ମଣିପୁରର ବନ୍ୟା ସ୍ଥିତି, ଗଲାଣି ୫୩ ଜୀବନ

ଶାହ ବାତ୍ୟା ରେମାଲ ଯୋଗୁ ଆସାମ, ତ୍ରିପୁରା, ମଣିପୁର, ମେଘାଳୟା ଓ ମିଜୋରାମରେ ସୃଷ୍ଟି ହୋଇଥିବା ସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ପ୍ରଭାବିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନଙ୍କ ସହ କଥା ହୋଇ ସେ ସ୍ଥିତିର ସମୀକ୍ଷା କରିଛନ୍ତି।

author-image
Hemant Lenka
Assam

Assam

ଆସାମ ଓ ମଣିପୁରରେ ଲଗାଣ ବର୍ଷା ଯୋଗୁ ସୃଷ୍ଟି ହୋଇଥିବା ଭୟଙ୍କର ବନ୍ୟା ମୁଣ୍ଡ ନେବାରେ ଲାଗିଛି। ବନ୍ୟା ଜନିତ ଅଘଟଣରେ ଆଉ ୮ ଜଣଙ୍କ ଜୀବନ ଯାଇଛି। ଫଳରେ ବନ୍ୟାଜନିତ ମୃତ୍ୟୁସଂଖ୍ୟା ୫୩ରେ ପହଞ୍ଚିଥିବା ପ୍ରଶାସନ କହିଛି। ଏବେ ବି ବନ୍ୟା ଯୋଗୁ ଅନେକ ଲୋକ ନିଖୋଜ ରହିଛନ୍ତି। ତେଣୁ ଆଗକୁ ମଧ୍ୟ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ଦେଖାଯାଇଛି।

Advertisment

ବେଙ୍ଗଲରେ ଲ୍ୟାଣ୍ଡଫଲ କରି ଦିଗ ବଦଳାଇଥିବା ବାତ୍ୟା ରେମାଲ ଯୋଗୁ ଆସାମ ଓ ମଣିପୁରରେ ପ୍ରବଳ ବର୍ଷା ହୋଇଥିଲା। ପ୍ରବଳ ବର୍ଷା ଯୋଗୁ ଆସିଥିବା ବନ୍ୟାରେ ଦୁଇ ରାଜ୍ୟର ପ୍ରାୟ ୫ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ଅନେକ ଲୋଖଙ୍କ ଘର ବନ୍ୟା ପାଣିରେ ଭାସି ଯାଇଛି। ହେକ୍ଟରହେକ୍ଟର ଚାପେ ଜମିରେ ମଧ୍ୟ ବନ୍ୟା ପାଣି ମାଡ଼ି ଯାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସାମ ଓ ଅନ୍ୟ ଉତ୍ତରପୂର୍ବ ରାଜ୍ୟର ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି। ଏଥିସହ ରାଜ୍ୟକୁ ଉପଯୁକ୍ତ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ମୋଦି କହିଛନ୍ତି ଯେ କେନ୍ଦ୍ର ସରକାର ନିୟମିତ ଭାବେ ସ୍ଥିତିର ଯାଞ୍ଚ କରୁଛନ୍ତି ଓ ପ୍ରଭାବିତ ଲୋକଙ୍କୁ ସହାୟତା ଯୋଗାଇ ଦେବାକୁ ଅଧିକାରୀମାନେ କାମ କରୁଛନ୍ତି।

Advertisment

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବାତ୍ୟା ରେମାଲ ଯୋଗୁ ଆସାମ, ତ୍ରିପୁରା, ମଣିପୁର, ମେଘାଳୟା ଓ ମିଜୋରାମରେ ସୃଷ୍ଟି ହୋଇଥିବା ସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ପ୍ରଭାବିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନଙ୍କ ସହ କଥା ହୋଇ ସେ ସ୍ଥିତିର ସମୀକ୍ଷା କରିଛନ୍ତି।

ବନ୍ୟା ଯୋଗୁ ଆସାମରେ ୧୮୭ଟି ରିଲିଫ କ୍ୟାମ୍ପରେ ୨୮ ହଜାରରୁ ଅଧିକ ଲୋକ ଆଶ୍ରୟ ନେଇଛନ୍ତି। ସେହିପରି ଆଜି ଆସାମର ଚାଚରରେ ୩ ଜଣ, ହଇଲାକାଣ୍ଡିରେ ୨ ଜଣ ଓ ପଶ୍ଚିମ କାର୍ବି ଆଙ୍ଗଲଙ୍ଗରେ ଜଣଙ୍କ ମୃତ୍ୟୁ ହୋଇଛି। ୬ ଜଣ ମୃତକଙ୍କ ମଧ୍ୟରେ ୨ ଜଣ ଛୋଟ ପିଲା ରହିଛନ୍ତି।

ଚାଚର ଓ ହାଇଲାଖଣ୍ଡିରେ ଏମାନଙ୍କର ମୃତ୍ୟୁ ହୋଇଛି। ଚାଚର ବନ୍ୟା ଯୋଗୁ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଏହି ଜିଲ୍ଲାର ପ୍ରାୟ ୧୫ ହଜାର ଲୋକ ବନ୍ୟା ଯୋଗୁ ପ୍ରଭାବିତ ହୋଇଛନ୍ତି। ଏହାବାଦ ହୋଜାଇରେ ୫ ହଜାର ଓ କରିମଗଞ୍ଜରେ ୩ ହଜାର ଲୋକ ବନ୍ୟାରେ ପ୍ରଭାବିତ ହୋଇଥିବା ଜଣାପଡ଼ିଛି।

ପ୍ରଶାସନ କହିଛି ଯେ ଚାଚର ଜିଲ୍ଲାର ବିଭିନ୍ନ ସ୍ଥାନରେ ୭ଟି PWD ରାସ୍ତା କ୍ଷତିଗ୍ରସ୍ତ ହୋଇଛି। ନାଗାଓଁରେ ୩ଟି ଓ ହୋଜାଇରେ ଗୋଟିଏ ରାସ୍ତା ବନ୍ୟା ଯୋଗୁ ଭାସି ଯାଇଛି।
ବାରାକ ଉପତ୍ୟକାରେଥିବା ବାରାକ ନଦୀ ବିପଦ ସଙ୍କେତ ପ୍ରବାହିତ ହେଉଥିବାରୁ ସିଲଚର ସହରର ବିଭିନ୍ନ ସ୍ଥାନରେ ବନ୍ୟା ଜଳ ପ୍ରବେଶ କରିଛି। ତାରାପୁର ରେଳ ଷ୍ଟେସନ ବନ୍ୟା ପାଣିରେ ବୁଡ଼ି ଯିବାରୁ ଏଠାରେ ଯାତାୟାତ ବନ୍ଦ ରହିଛି।

ରେମାଲ ଯୋଗୁ ମଣିପୁରରେ ବନ୍ୟା ଓ ଭୂସ୍ଖଳନ ଦେଖିବାକୁ ମିଳିଛି। ଏଠାରେ ଆଜି ଆଉ ୨ ଜଣଙ୍କ ମୃତ୍ୟୁ ହେବାରୁ ମୋଟ ମୃତ୍ୟୁସଂଖ୍ୟା ୫କୁ ବୃଦ୍ଧି ପାଇଛି।

Assam Flood In Assam Manipur