Advertisment

ଏନକାଉଣ୍ଟରରେ ୮ ନକ୍ସଲ ସଫା, ଜଣେ ଯବାନ ସହିଦ

ଜଣେ ଯବାନ ସହିଦ ହୋଇଥିବା ବେଳେ ଆଉ ୨ ଜଣ ଆହତ ହୋଇଛନ୍ତି।

ଅଦ୍ୟତନ ହୋଇଛି
Naxal Encounter

Naxal Encounter

Advertisment

ଏନକାଉଣ୍ଟରରେ ଟଳିଲେ ୮ ନକ୍ସଲ। ଛତିଶଗଡ଼ ବିଜାପୁର ଜିଲ୍ଲାର ଅବୁଝମା ଜଙ୍ଗଲରେ ସୁରକ୍ଷାକର୍ମୀ-ନକ୍ସଲ ମୁହାଁମୁହିଁ ହୋଇଛନ୍ତି। ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟରେ ୮ ନକ୍ସଲ ନିହତ ହୋଇଥିବା ସୂଚନା ମିଳିଛି। ସେପଟେ ନକ୍ସଲଙ୍କ ଗୁଳିମାଡରେ ଜଣେ ଯବାନ ସହିଦ ହୋଇଛନ୍ତି। ଆଉ ୨ ଜଣ ଆହତ ହୋଇଛନ୍ତି।

Advertisment

ଆହତ ଦୁଇ ଜଣ ଯବାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୁଇଦିନ ହେବ ନାରାୟଣପୁର ଜିଲ୍ଲାରେ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ଚାଲିଥିଲା। ଆଜି ସକାଳେ ଅବୁଝମା ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ସହ ମାଓବାଦୀ ମୁହାଁମହିଁ ହୋଇଥିଲେ। ଚାରିଟି ଜିଲ୍ଲା ନାରାୟଣପୁର, କାଙ୍କେର, ଦାନ୍ତେୱାଡା ଓ କୋଣ୍ଡଗାଁଓ ସୁରକ୍ଷାକର୍ମୀଙ୍କ ମିଳିତ ଅପରେସନ୍ ବେଳେ ଗୁଳି ବିନିମୟ ହୋଇଥିଲା।

ନକ୍ସଲମାନଙ୍କ ବିରୋଧରେ ଚାଲିଥିବା ଏହି ଅପରେସନରେ ଜିଲ୍ଲା ରିଜର୍ଭ ଗାର୍ଡ (ଡିଆରଜି), ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ) ଏବଂ ଇଣ୍ଡୋ-ତିବ୍ଦତୀୟ ସୀମା ପୁଲିସ (ଆଇଟିବିପି) ର ୫୩ତମ ବାଟାଲିୟନ ସାମିଲ ଅଛନ୍ତି। ଏହି ଅପରେସନ୍ ଜୁନ୍ ୧୨ରୁ ଜାରି ରହିଛି। 

Advertisment

ବିଜାପୁର ଜିଲ୍ଲା ନାରାୟଣପୁରରେ ରହିଛି ଅବୁଝମା ଜଙ୍ଗଲ। ଏହା ମାଓବାଦୀଙ୍କ ଅଭେଦ୍ୟ ଦୁର୍ଗ। ଏହି ଜଙ୍ଗଲ ପ୍ରାୟ ୪ହଜାର କିଲୋମିଟର ଅଞ୍ଚଳକୁ 
ବ୍ୟାପିଛି। ଅବୁଝମା ଜଙ୍ଗଲରେ ଟପ୍ ନକ୍ସଲ କ୍ୟାଡର ଲାଲବାହିନୀ ପାଇଁ ରଣନୀତି କରିଥାଆନ୍ତି।

Naxal Encounter Chhattisgarh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe