Advertisment

ବଜ୍ରାଘାତରେ ୬ କଲେଜ ଛାତ୍ରଙ୍କ ସମେତ ୮ ମୃତ

ପରୀକ୍ଷା ଦେଇ ଫେରିବା ବାଟରେ ବଜ୍ରପାତ ହୋଇଥିଲା।

ଅଦ୍ୟତନ ହୋଇଛି
Lightning

Lightning

Advertisment

ଛତିଶଗଡ଼ର ରାଜନନ୍ଦଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ବଜ୍ରପାତ ହେବାରୁ ୮ ଜଣଙ୍କର ଅସମୟରେ ଜୀବନ ଚାଲିଯାଇଛି। ମୃତକଙ୍କ ମଧ୍ୟରେ ୬ ଜଣ ଛାତ୍ର ଥିବା ଜଣାପଡ଼ିଛି। ମୃତ ଛାତ୍ରମାନେ ଯୁକ୍ତ ଦୁଇ ପ୍ରଥମ ବର୍ଷରେ ପଢୁଥିଲେ। ପରୀକ୍ଷା ଦେଇ ଫେରିବା ବାଟରେ ବଜ୍ରପାତ ହୋଇଥିଲା। 

Advertisment

ସୂଚନା ଅନୁସାରେ, ଛାତ୍ରମାନେ ପରୀକ୍ଷା ଦେଇ ଫେରିବା ବାଟରେ ପ୍ରବଳ ବର୍ଷା ହୋଇଥିଲା। ଫଳରେ ସେମାନେ ଗଛ ତଳେ ଥିବା ଏକ ଅସ୍ଥାୟୀ ଘରେ ଆଶ୍ରୟ ନେଇଥିଲେ। ସେହି ସ୍ଥାନରେ ଅନ୍ୟ ପଥଚାରୀ ମଧ୍ୟ ଆଶ୍ରୟ ନେଇଥିଲେ।

ଏହି ବଜ୍ରପାତ ହେବାରୁ ଛାତ୍ରମାନଙ୍କ ସହ ଆଶ୍ରୟ ନେଇଥିବା ଅନ୍ୟ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ଏଥିସହ ଅନ୍ୟ ଜଣେ ବ୍ୟକ୍ତି ମଧ୍ୟ ଆହତ ହୋଇଛନ୍ତି। ତାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏନେଇ ରାଜନନ୍ଦଗାଁ ଏସପି ମୋହିତ ଗର୍ଗ ସୂଚନା ଦେଇଛନ୍ତି।

Advertisment

ସେପଟେ ରାଜ୍ୟ ସରକାରଙ୍କ ପକ୍ଷରୁ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରାଯାଇଛି। ସେହିପରି ଆହତଙ୍କୁ ମଧ୍ୟ ସହାୟତା ଯୋଗାଇ ଦିଆଯିବ ବୋଲି ଜଣେ ଅଧିକାରୀ କହିଛନ୍ତି। 

Chhattisgarh Lightning Strike
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe