Advertisment

ଶୋଇଥିବା ବେଳେ ଓଲଟି ପଡ଼ିଲା ବାଲି ବୋଝେଇ ଟ୍ରକ୍‌, ୮ ମୃତ

ପୁଲିସ ଜୋସିବି ଓ କିଛି ସ୍ଥାନୀୟ ଲୋକଙ୍କ ସହାୟତାରେ ଟ୍ରକ୍‌ ତଳେ ବାଲି ଭିତରେ ଦବି ରହିଥିବା ମୃତଦେହ ଗୁଡ଼ିକୁ ବାହାକୁ ବାହାର କରିଛି।

author-image
Madhupriya Mistry
ଅଦ୍ୟତନ ହୋଇଛି
Truck Over Turned

Truck Over Turned

କୁଡ଼ିଆ ଘରେ ଶୋଇଥିବା ବେଳେ ହଠାତ୍‌ ମାଡି ଆସିଲା ମୃତ୍ୟୁ। ରାସ୍ତା କଡ଼ରେ ଥିବା ଏକ କୁଡ଼ିଆ ଘର ଉପରେ ଓଲଟି ପଡ଼ିଲା ବାଲି ବୋଝେଇ ଟ୍ରକ୍‌। ଏଥିରେ ଗୋଟିଏ ପରିବାରର ୮ ଜଣଙ୍କ ମୃତ୍ୟୁ ହୋଇଛି। ଉତ୍ତରପ୍ରଦେଶର ହରଦୋଇ ଅଞ୍ଚଳରେ ଘଟିଛି ଏଭଳି କିଛି ଦୁର୍ଘଟଣା।

Advertisment

ଉତ୍ତରପ୍ରଦେଶର ହରଦୋଇ ମଲ୍ଲାମ୍ବା ଥାନା ଅଞ୍ଚଳରେ ଆଜି ଭୋରୁ ଏହି ଦୁର୍ଘଟଣା ଘଟିଛି। ରାସ୍ତା କଡରେ ଥିବା ଏକ କୁଡ଼ିଆ ଘରେ ଗୋଟିଏ ପରିବାରର ୮ ଜଣ ଲୋକ ଶୋଇଥିବା ବେଳେ ଦ୍ରୁତ ଗତିରେ ଆସି ଏକ ବାଲି ବୋଝେଇ ଟ୍ରକ୍‌ ସେମାନଙ୍କ ଉପରେ ଓଲଟି ପଡିଛି। ଏଥିରେ ସମସ୍ତଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଦୁଇ ଜଣ ପୁରୁଷ, ଦୁଇ ମହିଳା ଏବଂ ଚାରି ଜଣ ଶିଶୁ ଅଛନ୍ତି। ସମସ୍ତେ ଗୋଟିଏ ପରିବାରର ବୋଲି କୁହାଯାଏ।

ଦୁର୍ଘଟଣା ପରେ ଚିତ୍କାର ଓ କାନ୍ଦ ବୋବାଳିରେ ପୂରା ଅଞ୍ଚଳ ଫାଟି ପଡିଛି। ପୁଲିସ ଜୋସିବି ଓ କିଛି ସ୍ଥାନୀୟ ଲୋକଙ୍କ ସହାୟତାରେ ଟ୍ରକ୍‌ ତଳେ ବାଲି ଭିତରେ ଦବି ରହିଥିବା ମୃତଦେହ ଗୁଡ଼ିକୁ ବାହାକୁ ବାହାର କରିଛି। ଏହି ଦୁର୍ଘଟଣାରେ ଏକ ଛୋଟ ପିଲା ଆହତ ହୋଇଛି। ତାକୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Advertisment

ଏଠାକାର ଏକ ଜନଜାତିର ପରିବାର କୁଡ଼ିଆ ଘର କରି ରହୁଥିଲେ। ପ୍ରତି ଦିନ ଭଳି ମଙ୍ଗଳବାର ମଧ୍ୟ ରାତିରେ ଖାଇବା ପରେ ନିଜ କୁଡ଼ିଆ ଘରେ ଶୋଇଥିଲେ। ତେବେ ବୁଧବାର ଭୋରୁ ଏକ ଟ୍ରକ ଗଙ୍ଗା କୂଳରୁ ବାଲି ଖନନ କରିବା ପରେ ହରଦୋଇ ଆଡକୁ ଯାଉଥିଲା। ଅତ୍ୟଧିକ ବାଲି ବୋଝେଇ ହୋଇଥିବା ଯୋଗୁ ଟ୍ରକଟି ନିୟନ୍ତ୍ରଣ ହରଯାଇଥିଲା। ରାସ୍ତାରେ ଟର୍ଣ୍ଣିଂ ବେଳେ ଏହା କୁଡ଼ିଆ ଘର ଉପରେ ଓଲଟି ପଡିଥିଲା। ଏହି କାରଣରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

Accident Uttar Pradesh Truck Over Turned