Advertisment

୨୮ ବର୍ଷ ତଳର ମଇଁଷି ମାରିବା ଘଟଣାରେ ୮୩ ବର୍ଷୀୟ ବୃଦ୍ଧଙ୍କୁ କୋର୍ଟ ସମନ

ଦୀର୍ଘ ୨୮ ବର୍ଷ ତଳର ମାମଲାରେ ଏବେ ଉତ୍ତର ପ୍ରଦେଶର ଗୋଟିଏ କୋର୍ଟ ୮୩ ବର୍ଷୀୟ ବୃଦ୍ଧଙ୍କୁ ସମନ କରିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି।

UP

UP

Advertisment

ଭାରତର ନ୍ୟାୟିକ ବ୍ୟବସ୍ଥା କେମିତି କାର୍ଯ୍ୟ କରୁଛି, ତା’ର ଜ୍ୱଳନ୍ତ ଉଦାହରଣ ସାମ୍ନାକୁ ଆସିଛି। ଦୀର୍ଘ ୨୮ ବର୍ଷ ତଳର ମାମଲାରେ ଏବେ ଉତ୍ତର ପ୍ରଦେଶର ଗୋଟିଏ କୋର୍ଟ ୮୩ ବର୍ଷୀୟ ବୃଦ୍ଧଙ୍କୁ ସମନ କରିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି। ଏହି ବୃଦ୍ଧ ଜଣଙ୍କ ଡ୍ରାଇଭର ଭାବେ କାମ କରୁଥିବା ବେଳେ ଗୋଟିଏ ମଇଁଷି ଉପରେ ଗାଡ଼ି ମଡ଼ାଇ ଦେଇଥିଲେ। ଏଥିରେ ମଇଁଷର ମୃତ୍ୟୁ ଘଟିଥିଲା।

Advertisment

ପ୍ରାୟ ଦୁଇ ଦଶନ୍ଧି ତଳେ ଅଚ୍ଚନ ଡ୍ରାଇଭର ଭାବେ କାମ କରି ଅବସର ନେଇଥିଲେ। ଏବେ ସେ ପାରାଲିସିସ ରୋଗରେ ପୀଡ଼ିତ। ସୋମବାର ହଠାତ କିଛି ଲୋକ ତାଙ୍କ ଘରେ ପହଞ୍ଚିଥିଲେ। ବରେଲୀ ପୁଲିସ୍‌ର ଗୋଟିଏ ଟିମ ଅଚ୍ଚନଙ୍କ ବାରବାଙ୍କି ଘରେ ପହଞ୍ଚିବା ସହ କୋର୍ଟ ସମନ ଦେଇଥିଲା। ଜୁଡିସିଆଲ ମାଜିଷ୍ଟ୍ରେଟଙ୍କ ନିକଟରେ ତାଙ୍କୁ ହାଜର ହେବାକୁ କୁହାଯାଇଥିବା କଥା ଶୁଣିବା ପରେ ପୁଲିସ୍‌ ଅଧିକାରୀଙ୍କ ସାମ୍ନାରେ ହିଁ ସେ କାନ୍ଦି ପକାଇଥିଲେ।

ଅଧିକାରୀମାନେ କ’ଣ କହିବେ କିଛି ବୁଝି ପାରି ନଥିଲେ। ତେବେ ବୃଦ୍ଧଙ୍କୁ କୋର୍ଟରେ ହାଜିରା ଦେବାକୁ ପରାମର୍ଶ ଦେଇଥିଲେ। ନଚେତ ଆଇନ ଅନୁସାରେ ତାଙ୍କୁ ଗିରଫ ମଧ୍ୟ ହେବାକୁ ପଡ଼ିପାରେ ବୋଲି ବୁଝାଇଥିଲେ।

Advertisment

୨୮ ବର୍ଷ ତଳେ ଅର୍ଥାତ ୧୯୯୪ ମସିହାରେ ଘଟିଥିବା ଘଟଣା କଥା ଅଚ୍ଚନ ମନେପକାଇଛନ୍ତି। ଅଚ୍ଚନ ସେତେବେଳେ ଉତ୍ତର ପ୍ରଦେଶ ପରିବହନ ବିଭାଗରେ ଡ୍ରାଇଭର ଭାବେ କାମ କରୁଥିଲେ। ସେ କହିଛନ୍ତି, “ମୁଁ କାର୍ଗୋ ଆଣିବାକୁ ବରେଲୀ ଯାଇଥିଲି। ସେଠାରୁ ଫରିଦପୁର ଯାଇଥିଲି। ରାତି ବେଳା ମୁଁ ଗାଡ଼ି ଚଳାଉଥିବା ବେଳେ ଗୋଟିଏ ମଇଁଷି ଗାଡ଼ି ସାମ୍ନାକୁ ଚାଲି ଆସିଥିଲା।

ମୁଁ ବ୍ରେକ ମାରିବାକୁ ଚେଷ୍ଟା କରିଥିଲେ ହେଁ ଏହା କାମ ଦେଇ ନଥିଲା। ଫଳରେ ଗାଡ଼ିଟି ମଇଁଷି ଉପରେ ମାଡ଼ି ଯାଇଥିଲା। ଘଟଣା ସ୍ଥଳରେ ହିଁ ତା’ର ମୃତ୍ୟୁ ହୋଇଥିଲା। ମୁଁ ତୁରନ୍ତ ଫରିଦପୁର ପୁଲିସ୍‌ ଷ୍ଟେସନକୁ ଯାଇଥିଲି ଓ ପୁଲିସ୍‌କୁ ସବୁ କଥା କହିଥିଲି।”

ଏହି ଘଟଣାରେ ଅଚ୍ଚନ ପୂର୍ବରୁ ମଧ୍ୟ ଦୁଇ ଥର ସମନ ପାଇଥିଲେ। କିନ୍ତୁ ଉଭୟ ଥର ତାଙ୍କୁ ଜାମିନ ମିଳିଥିଲା। ଦୁଇ ଦଶନ୍ଧି ହେଲା ଏହି ମାମଲା ପୂରା ଥଣ୍ଡା ପଡ଼ି ଯାଇଥିଲା। କିନ୍ତୁ ଏବେ ପୁଣି ଏହା ଉଠିଛି ବୋଲି ସେ କହିଛନ୍ତି।

Uttar Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe