Advertisment

ୱାୟନାଡ ଭୂସ୍ଖଳନରେ ବଢ଼ି ଚାଲିଛି ମୃତ୍ୟୁସଂଖ୍ୟା, ମିଳିଲାଣି ୮୪ଟି ମୃତଦେହ

କେରଳର ୱାୟନାଡରେ ତାଣ୍ଡବ ରଚିଛି ପ୍ରକୃତି।

ଅଦ୍ୟତନ ହୋଇଛି
Wayanad Landslide

Wayanad Landslide

Advertisment

କେରଳ ୱାୟନାଡ ଭୂସ୍ଖଳନରେ ମୃତ୍ୟୁସଂଖ୍ୟା ବଢି ଚାଲିଛି। ମୃତ୍ୟୁସଂଖ୍ୟା ୮୪କୁ ବୃଦ୍ଧି ପାଇ ଥିବାବେଳେ ଏବେ ବି ଶତାଧିକ ଲୋକ ମାଟି ତଳେ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି। 

Advertisment

ପ୍ରବଳ ବର୍ଷା ପରେ କେରଳର ୱାୟନାଡରେ ତାଣ୍ଡବ ରଚିଛି ପ୍ରକୃତି। ଗୋଟିଏ ପରେ ଗୋଟିଏ ତିନୋଟି ଭୂସ୍ଖଳନରେ ରାସ୍ତା-ଘାଟ, ଘର-ଦ୍ୱାର ଧୋଇ ହୋଇଯାଇଛି। ଖବର ଲେଖା ହେବା ସୁଦ୍ଧା ୮୪ ଜଣଙ୍କ ମୃତ୍ୟୁ ଘଟି ଥିବାବେଳେ ୧୧୬ ଜଣଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଭୂସ୍ଖଳରନ ପରେ ମାଟି ତଳେ ୪୦୦ରୁ ଅଧିକ ପରିବାର ଫଶି ରହିଥିବା କୁହାଯାଉଛି। ଏଥିପାଇଁ ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ନ୍ୟାସନାଲ ବିପର୍ଯ୍ୟୟ ମୁକାବିଲା ଫୋର୍ସ (ଏନଡିଆରଏଫ)ର ଅଗ୍ନିଶମ ବାହିନୀ ଏବଂ ଏନ୍‌ଡିଆର୍‌ଏଫ୍ ମିଳିତ ଭାବେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ବାୟୁସେନାର ଦୁଇଟି ହେଲିକପ୍ଟର ମଧ୍ୟ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ରହିଛି। 

Advertisment

ସୂଚନା ଅନୁସାରେ, ଆଜି ଭୋରୁ ଓ୍ୱାୟନାଡର ମୋପ୍ପାଡି, ମୁବାଡକାଇ ଏବଂ ଚୁରାଲ ମାଲା ପାହାଡିଆ ଅଞ୍ଚଳରେ ଭୂସ୍ଖଳନ ହୋଇଥିଲା। ରାତି ଗୋଟାଏରେ ମୁବାଡକାଇରେ ପ୍ରଥମେ ଭୂସ୍ଖଳନ ହୋଇଥିଲା। ଏହାପରେ ଭୋଅର ସମୟରେ ଜିଲ୍ଲାରେ ଆଉ ଦୁଇଟି ଭୂସ୍ଖଳନ ହୋଇଥିଲା। ଫଳରେ ଘର-ଦ୍ୱାର ଭାସିଯିବା ସହ ଅନେକ ରାସ୍ତା ଧୋଇ ହୋଇଯାଇଛି। ବିଭିନ୍ନ ସ୍ଥାନରେ ପୋଲ ମଧ୍ୟ ଭୁଶୁଡି ଯିବାରୁ ତିନୋଟି ଅଞ୍ଚଳ ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଇଛି।  

Wayanad Landslide Kerala Landslide
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe