Advertisment

ଦୁଷ୍କର୍ମର ଶିକାର ହେବା ପରେ ଆଖି ବୁଜିଲେ ୮୫ ବର୍ଷୀୟା ବୃଦ୍ଧା

ଦୁଷ୍କର୍ମର ଶିକାର ହେଲେ ୮୫ ବର୍ଷୀୟା ବୃଦ୍ଧା। ପାଶବିକ ଅତ୍ୟାଚାର କଲେ ପଡ଼ୋଶୀ ୩୫ ବର୍ଷୀୟ ଯୁବକ ।

DeadBody

DeadBody

Advertisment

ଦୁଷ୍କର୍ମର ଶିକାର ହେଲେ ୮୫ ବର୍ଷୀୟା ବୃଦ୍ଧା। ପାଶବିକ ଅତ୍ୟାଚାର କଲେ ପଡ଼ୋଶୀ ୩୫ ବର୍ଷୀୟ ଯୁବକ । ଅଭିଯୁକ୍ତଙ୍କୁ ପୁଲିସ୍‌ ବାନ୍ଧିଥିବା ବେଳେ ଏହି ଘଟଣା ପରେ ବୃଦ୍ଧାଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି। ଏପରି ଏକ ଅମାନବୀୟ କାଣ୍ଡ ଉତ୍ତରପ୍ରଦେଶର ବରେଲିରେ ଘଟିଛି।

Advertisment

ସ୍ୱାମୀ ଓ ପୁଅଙ୍କ ମୃତ୍ୟୁ ପରେ ବୃଦ୍ଧାଜଣକ ଏକା ରହୁଥିଲେ। ପାଖରେ ଥିବା ତାଙ୍କ ଭାଇ, ଭାଉଜ ଓ ତାଙ୍କ ବୋହୂ ବୃଦ୍ଧାଙ୍କ ଦେଖାଶୁଣା କରୁଥିଲେ। ବୃଦ୍ଧାଙ୍କ ପଡ଼ୋଶୀ ଭାବେ ୩୫ ବର୍ଷୀୟ ରାକେଶ ରହୁଥିବା ବେଳେ ସେ ସବୁବେଳେ ନିଶାସକ୍ତ ରହୁଥିଲେ।

ଘଟଣା ଦିନ ବୃଦ୍ଧା ନିଜ ଘରେ ଏକୁଟିଆ ଥିବା ବେଳେ ରାକେଶ ସେଠାରେ ପହଞ୍ଚିଥିଲେ। ଏହାପରେ ତାଙ୍କୁ ଜୋରଜବରଦସ୍ତ ଦୁଷ୍କର୍ମ କରିଥିଲେ। ଉକ୍ତ ସମୟରେ ବୃଦ୍ଧାଙ୍କ ସମ୍ପର୍କୀୟ ସେଠାରେ ପହଞ୍ଚିବାରୁ ରାକେଶ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ।

Advertisment

ବୃଦ୍ଧାଙ୍କ ଅବସ୍ଥା ଗୁରୁତର ହେବାରୁ ତୁରନ୍ତ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଛି। ଏନେଇ ପୁଲିସ୍‌ ଏକ ମାମଲା ରୁଜୁ କରି ଅଭିଯୁକ୍ତ ରାକେଶଙ୍କୁ ଗିରଫ କରିଛି।

Uttar Pradesh Rape Old Age
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe