Advertisment

ହସଖୁସିରେ ସ୍କୁଲ ଯାଇଥିଲେ, ହୃଦଘାତରେ ଟଳି ପଡ଼ିଲେ ଅଷ୍ଟମ ଶ୍ରେଣୀ ଛାତ୍ରୀ

କ୍ଲାସରେ ପାଠପଢ଼ା ଚାଲିଥିବା ବେଳେ ହଠାତ୍‌ ରିୟା ବେହୋସ ହୋଇ ବେଞ୍ଚରୁ ତଳକୁ ଖସି ପଡ଼ିଥିଲେ । ତୁରନ୍ତ ତାଙ୍କୁ ମେଡିକାଲ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

author-image
Niharika Rout
ଅଦ୍ୟତନ ହୋଇଛି
8th girl student dead

8th girl student dead

ଅହମ୍ମଦାବାଦ: କିଛି ସମୟ ପୂର୍ବରୁ ସ୍କୁଲରେ ପହଞ୍ଚିଥିଲେ। ସବୁଦିନ ପରି ସାଙ୍ଗଙ୍କ ସହ ହସଖୁସି ସାରି ପାଠପଢ଼ା ଆରମ୍ଭ କରିଥିଲେ। ହେଲେ କିଛି କ୍ଷଣ ମଧ୍ୟରେ ସବୁ କିଛି ଓଲଟପାଲଟ ହୋଇଗଲା। ସାମାନ୍ୟ ଅସ୍ୱସ୍ତି ଲାଗିବା ସହ ନିଜ ବେଞ୍ଚରେ ହିଁ ଟଳି ପଡ଼ିଲେ ଅଷ୍ଟମ ଶ୍ରେଣୀ ଛାତ୍ରୀ ରିୟା। ସ୍କୁଲ କର୍ତ୍ତୃପକ୍ଷ ତୁରନ୍ତ ହସ୍ପିଟାଲ ନେଇଥିବା ବେଳେ ଡାକ୍ତର ମୃତ ଘୋଷଣା କଲେ। ହୃଦଘାତରେ ରିୟା ଆଖି ବୁଜିଥିବା ଜଣାଯାଇଛି।  ଝିଅକୁ ସକାଳେ ସ୍କୁଲ ଛାଡ଼ିଥିବା ପିତାମାତା ତା’ର ଏପରି ମୃତ୍ୟୁ ଖବର ଶୁଣି ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି। ଏପରି ହୃଦୟ ବିଦାରକ ଘଟଣା ଗୁଜରାଟର ରାଜକୋଟରେ ଘଟିଛି। ତୁରନ୍ତ ଏହି ଘଟଣାର ରିପୋର୍ଟ ଦେବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍କୁଲ କର୍ତ୍ତୃପକ୍ଷଙ୍କୁ ନୋଟିସ ଦିଆଯାଇଛି।

Advertisment

ରାଜକୋଟର ଅମୃତଲାଲ ବୀରଚାନ୍ଦ ଜସାଣି ସ୍କୁଲରେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିଲେ ରିୟା । ସବୁଦିନ ପରି ଘଟଣା ଦିନ ବି ବେଶ୍‌ ହସଖୁସିରେ ଘରୁ ବାହାରି ସକାଳ ୭ଟାରେ ସ୍କୁଲରେ ପହଞ୍ଚିଥିଲେ। । ସାଢେ ୭ଟାରେ ପ୍ରାର୍ଥନା ସାରି ୮ଟାରେ କ୍ଲାସରେ ପ୍ରବେଶ କରିଥିଲେ। କ୍ଲାସରେ ପାଠପଢ଼ା ଚାଲିଥିବା ବେଳେ ହଠାତ୍‌ ରିୟା ବେହୋସ ହୋଇ ବେଞ୍ଚରୁ ତଳକୁ ଖସି ପଡ଼ିଥିଲେ । ତୁରନ୍ତ ତାଙ୍କୁ ମେଡିକାଲ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହୃଦଘାତ ହେତୁ ରିୟାଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି।

ଝିଅ ସମ୍ପୂର୍ଣ୍ଣ ସୁସ୍ଥ ଥିବା ବେଳେ ଅତ୍ୟଧିକ ଶୀତ ହେତୁ ତା’ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଥିଲା। ଅପରପକ୍ଷେ ତୁରନ୍ତ ଚିକିତ୍ସା ନ ମିଳିବାରୁ ସେ ଆଖି ବୁଜିଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି। ସ୍କୁଲ ଖୋଲିବା ସମୟ ସାଢେ ୭ଟା ପରିବର୍ତ୍ତେ ସାଢେ ୮ଟା କରାଯାଇଥିଲେ ଆମକୁ ଆମ ଝିଅକୁ ହରାଇବାକୁ ପଡ଼ି ନ ଥାନ୍ତା ବୋଲି ରିୟାଙ୍କ ପିତାମାତା କହିଛନ୍ତି। ଏହାବାଦ ସ୍କୁଲ ଦ୍ୱାରା ଦିଆଯାଇଥିବା ୟୁନିଫର୍ମ ଜ୍ୟାକେଟ ଶୀତ ଲହର ରୋକିବାକୁ ପର୍ଯ୍ୟାପ୍ତ ନୁହେଁ ବୋଲି ସେମାନେ ଅଭିଯୋଗ କରିଛନ୍ତି।

Advertisment

ଏହି ଘଟଣାକୁ ବେଶ୍‌ ଗୁରୁତର ସହ ନେଇଛି ଗୁଜରାଟର ଶିକ୍ଷା ବିଭାଗ । ସ୍କୁଲ ୟୁନିଫର୍ମର ଜ୍ୟାକେଟ ପିନ୍ଧିବା ବାଧ୍ୟତାମୂଳକ ନୁହେଁ ବୋଲି କହିଛି ଶିକ୍ଷା ବିଭାଗ । ଛାତ୍ରଛାତ୍ର ଅତ୍ୟଧିକ ଶୀତକୁ ରୋକିବାକୁ ଯେପରି ସ୍ୱେଟର ବା ଜ୍ୟାକେଟ ପିନ୍ଧିବାକୁ ଚାହୁଁଛନ୍ତି ସେପରି ପିନ୍ଧିବାକୁ ଅନୁମତି ଦେବାକୁ ନିର୍ଦ୍ଦେଶ ଦେଇଛି ଶିକ୍ଷା ବିଭାଗ।