Advertisment

ଟ୍ରେନି ଡାକ୍ତର ଦୁଷ୍କର୍ମ-ହତ୍ୟା ମାମଲା; ହସ୍ପିଟାଲ ଭଙ୍ଗାରୁଜା ଅଭିଯୋଗରେ ୯ ଗିରଫ

କୋଲକାତା ଆରଜି କର ମେଡିକାଲ କଲେଜରେ ଜଣେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟାଣାକୁ ନେଇ ତେଜୁଛି ଆନ୍ଦୋଳନ।

author-image
Debibandita Barick
Police & protesters

Police & protesters

କୋଲକାତା ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲ ଭଙ୍ଗାରୁଜା ଘଟଣାରେ ୯ ଜଣ ଗିରଫ ହୋଇଛନ୍ତି। ଆଜି ପୁଲିସ ୯ ଜଣ ଆନ୍ଦୋଳନକାରୀଙ୍କୁ ଗିରଫ କରିଛି। ଏହି ହସ୍ପିଟାଲରେ ଜଣେ ଟ୍ରେନି ଡାକ୍ତରଙ୍କୁ ହତ୍ୟା ଓ ଦୁଷ୍କର୍ମ ଘଟଣାକୁ ନେଇ ବ୍ୟାପକ ଆନ୍ଦୋଳନ ମଧ୍ୟରେ ଆଜି ସକାଳେ ଭଙ୍ଗାରୁଜା କରିଥିଲେ ଆନ୍ଦୋଳନକାରୀ।

Advertisment

ମାମଲାର ତଦନ୍ତ ଦାୟିତ୍ୱ ସିବିଆଇକୁ ହସ୍ତାନ୍ତର ହୋଇଥିଲେ ମଧ୍ୟ ଦେଶର ବିଭିନ୍ନ ପ୍ରାନ୍ତରେ ଏହା ବିରୁଦ୍ଧରେ ବିରୋଧ ପ୍ରଦର୍ଶନ କରାଯାଉଛି। ଆଜି ସ୍ୱାଧୀନତା ଦିବସ ଥିବାବେଳେ ଗତକାଲି ବିଳମ୍ବିତ ରାତିରୁ କୋଲକାରେ ବ୍ୟାପକ ଆନ୍ଦୋଳନ ଆରମ୍ଭ ହୋଇଥିଲା।

ଲକ୍ଷ ଲକ୍ଷ ସଂଖ୍ୟାରେ ମହିଳା ଓ ପୁରଷ ଆନ୍ଦୋଳକୁ ଓହ୍ଲାଇଥିଲେ। ଏହି ସମୟରେ କିଛି ଯୁବ ଗୋଷ୍ଠୀ ଆରଜି କର ମେଡିକାଲ କଲେଜ ପରିସରକୁ ଧସେଇ ପଶିଥିଲେ। ଯାନବାହାନ ଭଙ୍ଗାରୁଜା କରିବା ସହ କଲେଜ ସମ୍ମୁଖରେ ଭିକ୍ଷୋଭ ପ୍ରଦର୍ଶନ କରିଥିଲେ।

Advertisment

ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ ଲାଠିଚାର୍ଜ କରିଥିଲା। ଏପରିକି ଲୁହ ବୁହା ଗ୍ୟାସ୍ ମଧ୍ୟ ସ୍ପ୍ରେ କରିଥିଲା। ଏଥିରେ ୧୫ ଜଣ ପୁଲିସ କର୍ମୀ ଆହତ ହୋଇଥିବା କୋଲକାତା ପୁଲିସ କହିଛି।

ଆଜି ସକାଳେ ପୁଲିସ ଭଙ୍ଗାରୁଜା କରିଥିବା କିଛି ଯୁବକଙ୍କ ଫଟୋ ଜାରି କରିଥିଲା। ଏମାନଙ୍କ ମଧ୍ୟରୁ ୯ ଜଣଙ୍କୁ ଗିରଫ କରିଛି। 

Doctor Raped-Murdered Kolkata Raped-Murdered Case Kolkata Hospital