Advertisment

ପଞ୍ଜାବରେ ଗ୍ୟାସ୍ ଲିକ୍‌: ୧୧ ମୃତ, ୧୧ ଗୁରୁତର

ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ଗ୍ୟାସ ଲିକ୍ ଯୋଗୁ ଏହି ଘଟଣା ଘଟିଛି। ତେବେ କେଉଁ ଗ୍ୟାସ୍ ଲିକ୍ ହୋଇଛି, ତାହା ଜଣାପଡ଼ି ନାହିଁ।

author-image
Jitendra Garnayak
ଅଦ୍ୟତନ ହୋଇଛି
Ludhiana

Ludhiana

ପଞ୍ଜାବର ଲୁଧିଆନାର ଗିୟାସପୁରା ଅଞ୍ଚଳରେ ରବିବାର ସକାଳ ପ୍ରାୟ ସାଢ଼େ ୭ଟା ବେଳେ ଏକ ଫ୍ୟାକ୍ଟ୍ରିରୁ ଗ୍ୟାସ୍ ନିର୍ଗତ ହୋଇ ୧୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୧ ଜଣ ଗୁରୁତର ଭାବେ ଅସୁସ୍ଥ ହୋଇଛନ୍ତି। ଗୁରୁତର ମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକଙ୍କ ମଧ୍ୟରେ ୩ ଜଣ ନାବାଳକ ଓ ୫ ଜଣ ମହିଳା ଅଛନ୍ତି।   

Advertisment

ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ପୂରା ଅଞ୍ଚଳକୁ ଘେରି ଯାଇଛି। ଅଗ୍ନିଶମ ବାହିନୀର ଅଧିକାରୀ ଓ କର୍ମଚାରୀ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ରହିଛନ୍ତି। ଉଦ୍ଧାର କାର୍ଯ୍ୟ ପାଇଁ ଏନ୍‌ଡିଆରଏଫ୍ ଟିମ୍ ମଧ୍ୟ ପହଞ୍ଚିଛି। ତା’ସହିତ ଆମ୍ବୁଲାନ୍ସ ଓ ଡାକ୍ତରଙ୍କ ଏକ ଟିମ୍ ସେଠାରେ ପହଞ୍ଚିଛନ୍ତି।

ଏନ୍‌ଡିଆରଏଫ୍ ସେଠାରେ ତା’ର CBRN (Chemical, Biological, Radiological and Nuclear) ଟିମ୍‌କୁ ମୁତୟନ କରିଛି। ଏହି ଟିମ୍‌ରେ ୩୫ ଜଣ ସଦସ୍ୟ ଅଛନ୍ତି। ସେମାନେ ଗ୍ୟାସ ଲିକ୍ ସ୍ଥିତିକୁ ସମ୍ଭାଳିବାରେ ବିଶେଷ ଭାବେ ତାଲିମ ନେଇଛନ୍ତି। 

Advertisment

ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ଗ୍ୟାସ ଲିକ୍ ଯୋଗୁ ଏହି ଘଟଣା ଘଟିଛି। ତେବେ କେଉଁ ଗ୍ୟାସ୍ ଲିକ୍ ହୋଇଛି, ତାହା ଜଣାପଡ଼ି ନାହିଁ। 

ଏହି ଘଟଣା ପରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଟ୍ୱିଟ କରି ଗଭୀର ଶୋକ ପ୍ରକାଶ କରିଛନ୍ତି। ପୁଲିସ୍, ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଓ ଏନ୍‌ଡିଆରଏଫ ଟିମ ଘଟଣାସ୍ଥଳରେ ଉପସ୍ଥିତ ଥିବା ସେ ଲେଖିଛନ୍ତି। ତା’ସହିତ ସମସ୍ତ ପ୍ରକାର ସାହାଯ୍ୟ ଯୋଗାଇ ଦିଆଯିବ ବୋଲି କହିଛନ୍ତି।

Gas Leak Ludhiana Gas Leak Ludhiana Gas Tragedy